ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ପୃଥକ ମାମଲା ରୁଜୁ, ୩ ନାବାଳିକାଙ୍କ ବୟାନ ରେକର୍ଡ

ପାଞ୍ଚ ଅଭିଯୁକ୍ତଙ୍କ ଟେର୍ ପାଉନି ପୁଲିସ୍

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅଞ୍ଚଳର ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ନେଇ ପୁଲିସ୍ ଦୁଇଟି ପୃଥକ୍  ମାମଲା ରୁଜୁ କରିଛି। ଏଥିସହ ୩ ଜଣ ନାବାଳିକାଙ୍କ କୋର୍ଟରେ ବୟାନ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କ ପୁଲିସ୍ କୌଣସି ସନ୍ଧାନ ନପାଇବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରକାଶ ଯେ, ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁକୁ ତାରିଣୀ ଯାତ୍ରା ଦେଖିବାକୁ ସଂପୃକ୍ତ ୩ ଜଣ ଆଦିବାସୀ ନାବାଳିକା ଯାଇ ଭୋର୍‌ରେ ଘରକୁ ଫେରୁଥିଲେ। ପାଜିବାହାଲି ରାସ୍ତାର ପୋଲ ନିକଟରେ ୫ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ଜଣେ ନାବାଳିକା ବିରୋଧ କରିବାରୁ ତାକୁ ରାସ୍ତା ତଳକୁ ଫିଙ୍ଗି ଦେବାସହ ଅନ୍ୟ ଦୁଇ ନାବାଳିକା କୁ ଦୁଷ୍କର୍ମ କରିଥିଲେ। ଗତ ଏପ୍ରିଲ ୧୬ ତାରିଖ ସକାଳେ ଏହି ଘଟଣା ହୋଇଥିବା ବେଳେ ପରିବାର ପକ୍ଷରୁ ଗତ ୧୯ ତାରିଖ ସନ୍ଧ୍ୟାରେ ଅଭିଯୋଗ କରାଯାଇଥିଲା ।

ଏନେଇ ବିଜେପୁର ଥାନାରେ କେସ୍ ନଂ ୮/୨୩ ଓ ୯/୨୩ରେ ଦୁଇଟି ମାମଲା ପୃଥକ ରୁଜୁ ହୋଇଛି।ଗୋଟିଏ ଗଣଦୁଷ୍କର୍ମ ଏବଂ ଅନ୍ୟ ଏକ ଦୁଷ୍କର୍ମମାମଲା ରୁଜୁ ହୋଇଛି। ସେହିପରି ପୀଡ଼ିତାମାନଙ୍କୁ ଡାକ୍ତରୀ ମାଇନା କରାଯାଇଥିବା ଥାନାଧିକାରୀ ଲିଙ୍ଗରାଜ ସେଠ ପ୍ରକାଶ କରିଛନ୍ତି।

ତେବେ ଘଟଣାର ଘଟିବାର ୪୮ଘଣ୍ଟା ପରେ ମଧ୍ୟ ପୁଲିସ୍‌ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିପାରି ନଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେକଳାହାଣ୍ଡି ଏସ୍‌ପି ଅଭିଲାଷ ଜୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ତଦନ୍ତ ଜାରି ରହିଛି ଓ ଆସନ୍ତାକାଲି ଏନେଇ ସୂଚନା ଦେବେ ବୋଲି କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

Rayagada District Forces Successfully Neutralize 4 IEDs Planted by Maoists

masiha

ଖଡିଆଳ ସହର ଶାନ୍ତି ନଗର ରେ ଆଶନ୍ତ ଘଟଣା, ଯୁବକ ଙ୍କୁ ଗୁଳି ଆକ୍ରମଣ

masiha

ବିଷ ପିଇ ଯୁବକ ର ଆତ୍ମହତ୍ୟା

masiha

Leave a Comment

error: Content is protected !!