ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ଗୋ ଵୋଝେଇ ପିକ ଅପ ଜବତ ସହ ୮ ଗୋରୁ ଉଦ୍ଧାର; ଗୋଚାଲାଣକାରୀକୁ ବାନ୍ଧିଲା ଗ୍ରାମାଞ୍ଚଳ ପୋଲିସ 

ମୟୂରଭଞ୍ଜ ୨୫/୨/୨୩ (ମସିହା) ଦିନକୁ ଦିନ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ହାଟବାଦଡା ଆଖପାଖ ଅଞ୍ଚଳରେ ଗୋମାଫିଆଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ପୋଲିସ ଡାଳେ ଡାଳେ ଯାଉଥିବାବେଳେ ଗୋମାଫିଆ ପତରେ ପତରେ ଯାଉଛନ୍ତି । ଶୂନଶାନ ରାତିର ସୁଯୋଗ ନେଉଛନ୍ତି ଗୋମାଫିଆ । ସମସ୍ତେ ଶୋଇଗଲାପରେ ସେମାନେ ଜାଗ୍ରତ ହେଉଛନ୍ତି ।ପୋଲିସକୁ ଚକମା ଦେଖାଉଛନ୍ତି । ନ୍ୟାୟାଳୟ ଯେତେ ଆଇନ କଟକଣା କଲେ ମଧ୍ୟ ଗୋମାଫିଆଙ୍କ ଫୁ ! ସୂଚନାଯୋଗ୍ୟ ଶନିବାର ଭୋର ୪ ଟା ପାଖାପାଖି ସମୟରେ ଏକ ବେଆଇନ ଗୋବୋଝେଇ ପିକ ଅପ୍ ଭେନ ରାଇରଙ୍ଗପୁର – ଯଶିପୁର ରାସ୍ତା କାଦୁଆଣୀ ଛକରେ ଯାଉଥିବା ଖଵର ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ପେଟ୍ରୋଲିଂ ସମୟରେ ପାଇଥିଲା । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାଧିକାରୀ ନୀରଦ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପିଛା କରି ପିକ ଅପ୍ ଭେନ‌ ଗାଡ଼ିକୁ ଅଟକାଇ ଥିଲା । ରାସ୍ତାରେ ବେଆଇନ ଗୋବୋଝେଇ ଗାଡ଼ିକୁ ଜବତ କରିବା ସହ ୮ ଟି ଗୋରୁକୁ ଉଦ୍ଧାର କରିଥିଲା । ତଦସହ ଗାଡ଼ିର ଡ଼୍ରାଇଭର ତେଣ୍ଟପୋଷି ଗ୍ରାମର ସେକ୍ ବୁଲ ମହାଜନ କୁ ଅଟକ ରଖିଥିଲା । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଗୋରୁ ସହ ପିକ ଅପ୍ ଭେନକୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ନେଇ ଭର୍ତ୍ତି କରିଥିଲା ।ଏହାକୁ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ପଶୁପ୍ରତି ନିର୍ମମ ନିର୍ଯାତନା ନେଇ ମାମଲା କେଶ ନମ୍ବର ୪୬/୨୩ ରୁଜ୍ଜୁ କରିଛନ୍ତି । ପୋଲିସ ପେଟ୍ରୋଲିଂ ରେ ପୋଲିସ ଏ ଏସ ଆଇ ବରୁଣ କୁମାର ଗିରି,ହଳଧର ନାଏକ,ସମର ଚନ୍ଦ୍ର ଓରାମ,ଅଶୋକ ମହାନ୍ତ ପ୍ରମୁଖ ପେଟ୍ରୋଲିଂ କରୁଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କେନ୍ଦରେଇ ଗ୍ରାମରେ ଗୋତସ୍କର ଓ ନିଶାବେପାରୀଙ୍କ ଘରେ ମୟୂରଭଂଜ ପୋଲିସର ଅତର୍କିତ ଚଢ଼ାଉ !ଥର୍ ଗାଡ଼ି,ଆର୍ଟିକା,ଅଲଟୋ,୪୨୨ ଗ୍ରାମ ରୁପା ଏବଂ୨୬ ଗ୍ରାମ ଓ ଟଙ୍କା ଜବତ

Sunil Chandra Nayak

ଦିନ ଦି ପହରେ କଳା କନା ବୁଲେଇ ସଫା କରିଦେଲେ ଦୃର୍ବୁତ୍ତ

masiha

ବେଆଇନ ମୋରମ ଓ ପଥର ଚୋରି, ପ୍ରଶାସନର ରାତ୍ରିକାଳୀନ ଚଢ଼ାଉ: ୪ଟି ଗାଡ଼ି ଜବତ 

Sunil Chandra Nayak

Leave a Comment

error: Content is protected !!