ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ବ୍ଲକରେ ମନରେଗା ଯୋଜନା , ଖୁଲମ୍ ଖୁଲା ଚାଲିଛି ମେସିନ କାର୍ଯ୍ୟ

ତଦାରଖ ଅଭାବରୁ କୋଟି କୋଟି ଟଙ୍କାର ଦୁର୍ନୀତି

ଅଭିଯୋଗ କୁ ଗୁରୁତ୍ଵ ଦେଉନି ପ୍ରଶାସନ 

ରାଇଘର (ମ ନି ସ)୨୨/୪ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି l ବ୍ଲକରେ ଖୁଲମ୍ ଖୁଲା ଚାଲିଛି ମେସିନ୍ କାର୍ଯ୍ୟ l ୨୬ ଗୋଟି ପଞ୍ଚାୟତରେ ଗତ ଆର୍ଥିକ ବର୍ଷରେ ଯେଉଁ ଭଳି ମେସିନ୍ ଦ୍ବାରା କାର୍ଯ୍ୟ ହୋଇ କୋଟି କୋଟି ଟଙ୍କା ଶ୍ରମିକ କାର୍ଯ୍ୟ କରିଥିବା ନେଇ ଉଠାଣ ହୋଇଥିବା ବେଳେ ଆଜି ସଂପୃକ୍ତ କାର୍ଯ୍ୟର ରାସ୍ତା ଘାଟ ଠାରୁ ଆରମ୍ଭ କରି ପୋଖରୀ ଉନ୍ନତି କରଣ କାର୍ଯ୍ୟ ଠପ୍‌ ହୋଇ ପଡିଛି ଫଳରେ ମନରେଗା ଯୋଜନାରେ ଯେଉଁ ଦୁର୍ନୀତି ହୋଇଛି ସେ ଗୁଡ଼ିକର ଅଭିଯୋଗ ପରେ ମଧ୍ୟ ତଦନ୍ତ ହେଉ ନାହିଁ l ବର୍ତ୍ତମାନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁଣ୍ଡିବେଡ଼ା ପଞ୍ଚାୟତ ଖିଡିଙ୍ଗିମାଲ ଗ୍ରାମ ଠାରେ l

ରାଇଘର ବ୍ଲକ ମୁଣ୍ଡିବେଡା ପଞ୍ଚାୟତ ଅଧିନସ୍ଥ ଖିଡିଙ୍ଗିମାଲ୍ ଗ୍ରାମ ଠାରେ ଏକ ନୂତନ ପୋଖରୀ ଖନନ ଆରମ୍ଭ ହୋଇଛି l ସୂଚନା ଫଳକରେ ଉକ୍ତ କାର୍ଯ୍ୟର କୋଡ ନମ୍ବର କିମ୍ବା କାର୍ଯ୍ୟ ଆରମ୍ଭ ସମ୍ପର୍କରେ ଉଲ୍ଲେଖ ରହିନଥିବା ବେଳେ ଅମୃତ ସରୋବର ନାମରେ ଏହି ପୋଖରୀ କାର୍ଯ୍ୟ ହୋଇଥିବା ଜଣାପଡିଛି l ମନରେଗା ଯୋଜନାରେ ୨୯ ଲକ୍ଷ ଓ ସି ଏଫ୍ ସି ଯୋଜନାରେ ୨ଲକ୍ଷ ମୋଟ ୩୧ ଲକ୍ଷ ଟଙ୍କାର ପ୍ରକଳ୍ପ ହୋଇଥିବା ବେଳେ ଆରମ୍ଭରୁ ମେସିନ୍ ବ୍ୟବହାର କରି ଅର୍ଥ ହରିଲୁଟ ଅଭିଯୋଗ ହୋଇଛି l ଗୋଟିଏ ପଟେ ସୂଚନା ଫଳକରେ କୋଡ ନମ୍ବର ଉଲ୍ଲେଖ ନ କରିବା ସହ ଶ୍ରମିକ ବଦଳରେ ମେସିନ ଲଗାଇ ଅର୍ଥ ଉଠାଣ ହୋଇ ଥିବା ଜଣାପଡିଛି l ମୁଣ୍ଡିବେଡ଼ା ପଞ୍ଚାୟତ ରେ ମୋଟ ଦୁଇ ଗୋଟି ଅମୃତ ସରୋବର ପୋଖରୀ ନିର୍ମାଣ ନିମନ୍ତେ ଫାଇଲ ଖୋଲା ଯାଇଥିବା ବେଳେ ଦୁଇ ଗୋଟି ପ୍ରକଳ୍ପ ନିମନ୍ତେ ୬୨ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି l ଯୋଜନା ନିୟମ ଅନୁଯାୟୀ ଏହି ଯୋଜନାରେ ଅଣ କୁଶଳୀ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ପ୍ରତେକ୍ ଗ୍ରାମୀଣ ପରିବାରକୁ ୧୦୦ଦିନ ନିଶ୍ଚିତ କାମ ଯୋଗାଇ ଦିଆଯାଏ l ଗ୍ରାମ ପଞ୍ଚାୟତ ରେ ଲିଖିତ ଭାବେ ଆବେଦନ କରିବାର ୧୫ ଦିନ ମଧ୍ୟରେ ଘର ଠାରୁ ୫କିମି ଦୂରତା ମଧ୍ୟରେ କାମ ଯୋଗାଇ ଦିଆ ଯାଏ କିନ୍ତୁ ଏଠାରେ ଶ୍ରମିକ ବଦଳରେ ମେସିନ ବ୍ୟବହାର କରାଯାଉଅଛି l ବର୍ତ୍ତମାନ ସୁଦ୍ଧା ମୁଣ୍ଡିବେଡା ପଞ୍ଚାୟତର ଦୁଇଟି ପ୍ରକଳ୍ପରେ ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଶ୍ରମିକ ଦର୍ଶାଇ ହରିଲୁଟ ହୋଇଥିବା ବେଳେ ଅଭିଯୋଗର ତଦନ୍ତ ଆବଶ୍ୟକତା ରହିଛି l ମେସିନ୍ କାର୍ଯ୍ୟ କରି ଶ୍ରମିକଙ୍କ ଖାତାରେ ଟଙ୍କା ଜମା କରି ଅର୍ଥ ଲୋଭନୀୟ ଦେଖାଇ ଉଠାଣ କରିଥିବା ବେଳେ କିଛି ସ୍ଥାନରେ ଅଳ୍ପ କାର୍ଯ୍ୟ କରି ଅଧିକ ଅର୍ଥ ଉଠାଣ ହୋଇଛି l ଖୁଲମ୍ ଖୁଲା ମେସିନ୍ ଦ୍ବାରା କାର୍ଯ୍ୟ ପରବର୍ତି ସମୟରେ ପ୍ରସାଶନିକ ସ୍ତରରେ ଅଭିଯୋଗ ପରେ ମଧ୍ୟ ତଦନ୍ତ ନ ହେବା ଚର୍ଚ୍ଚାର ବିଷୟ ପାଲଟିଛି l ମନରେଗା ଯୋଜନାରେ ରାଇଘର ବ୍ଲକରେ ମହା ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେଉଥିବା ବେଳେ ଭିଜିଲାନ୍ସ ତଦନ୍ତ ଆବଶ୍ୟକତା ରହିଛି l ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଠାରେ ମହା ଦୁର୍ନୀତି ଅଭିଯୋଗ ହୋଇଛି l 

 ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ରାଇଘର ବ୍ଲକରେ ଲୋକଙ୍କୁ କାର୍ଯ୍ୟ ମିଳୁନଥିବା ବେଳେ ଦୁର୍ଗମ ଅଞ୍ଚଳବାସୀ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି l ଅପହଞ୍ଚ ଇଲାକାରେ ଲଗାତାର ଭାବେ ଯେଉଁ ଭଳି ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଛି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହୋଇଛି l ତଦାରଖ ଅଭାବ ନା ଟାର୍ଗେଟ ନାମରେ ଏଭଳି କାର୍ଯ୍ୟ ହେଉଛି ଏହାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l ରାଇଘର ବ୍ଲକ ରେ ମନରେଗା ଯୋଜନାରେ ଯେଉଁ ଦୁର୍ନୀତି ହେଉଛି ସ୍ଵତନ୍ତ୍ର ତଦନ୍ତ ହେବା ଆବଶ୍ୟକତା ରହିଛି l ସମସ୍ୟା ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ୫ଟି ବିଦ୍ୟାଳୟ କାର୍ଯ୍ୟ ନିମନ୍ତେ ବ୍ୟସ୍ତ ରହିଥିବା ଯୋଗୁଁ ତଦାରଖ ହୋଇ ପାରି ନାହିଁ କିନ୍ତୁ ଅଭିଯୋଗକୁ ଗୁରୁତ୍ଵ ଦେଇ ସ୍ଵତନ୍ତ୍ର ଭାବେ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆରଏସପି ୧୯୯୩ ବ୍ୟାଚ ଆପ୍ରେଣ୍ଟିସ ଙ୍କ ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

ବିଂଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ନିର୍ମାଣଧୀନ ପାର୍ବତୀ ଗିରି ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା:ଜଳ ଭଣ୍ଡାର ଜଳ ପତ୍ତନ ନିର୍ମାଣରେ ବାଧକ

Sunil Chandra Nayak

Leave a Comment

error: Content is protected !!