ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୈବିକ ପ୍ରଣାଳୀରେ କୃଷି କାର୍ଯ୍ଯ କରିବା ପାଇଁ କୃଷକ ମାନଙ୍କୁ ନେଇ ବୈଠକ ଅନୁଷ୍ଟିତ

ପଲନା:୨୧/୦୪ – (ମନିସ):- କଳାହାଣ୍ଡି ଜିଲ୍ଲା ସଦରମହକୁମା ଅଧିନରେ ଥିବା ପଲନା ଗ୍ରାମପଞ୍ଚାୟତ ସ୍ଥିତ ମହାମାୟୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଆଜି ଯଥା ତା ୨୧/୦୪/୨୦୨୩ ରିଖ ଦିନ ସରକାରଙ୍କ N.B.R.I ପ୍ରତିଷ୍ଠାନ ସହାୟତା ରେ ଫାର୍ମାଟ୍ଯୁଟର ନାମକ ସ୍ଵେଚ୍ଛାସେବୀ ସଂଗଠନ ଏବଂ ସବୁଜ ଦୁନିଆ ଲିମିଟେଡ଼ ର ମିଳିତ ଆନୁକୂଲ୍ୟରେ ଜୈବିକ ପ୍ରଣାଳୀରେ କୃଷି କାର୍ଯ୍ଯ କରିବା ପାଇଁ କୃଷକ ମାନଙ୍କୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପଲନା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ହିରୋଜିନୀ ମାଝୀ ଦୀପ ପ୍ରଜ୍ଜୋଳନ କରି ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସେଚ୍ଛସେବୀ ସଂଗଠନ ନବରଙ୍ଗପୁର ଜିଲ୍ଲାର ଉପସଭାପତି ଶ୍ରୀସୁମନ କୁମାର ରାଉତ ଯୋଗଦେଇଥିଲେ। କାର୍ଯ୍ଯକ୍ରମ କୁ ଶ୍ରୀ ବିରେନ୍ଦ୍ର ସାଗର ପରିଚାଳନା କରିଥିଲେ।ଏଥିରେ ଆଖପାଖ ଅଞ୍ଚଳର ଶତାଧିକ କୃଷକ ଯୋଗଦାନ କରି ଜୈବିକ ପ୍ରଣାଳୀ ମାଧ୍ୟମରେ କୃଷି କାର୍ଯ୍ଯର ସୁବିଧା ସୁଯୋଗ ଉପରେ ଜ୍ଞାନ ଅର୍ଜନ କରିଥିଲେ।

ପଲନା ରୁ ଡମ୍ଵରୁ ପାଣିଗ୍ରାହୀ ଙ୍କ ରିପୋର୍ଟ

Related posts

ବିକଶିତ ଓଡ଼ିଶା ପାଇଁ ସଶକ୍ତ ଏମ୍‌ଏସ୍‌ଏମ୍‌ଇ : ନୂଆପଡ଼ାରେ ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ରେ ନାବାର୍ଡ ର ୪୫ ତମ ପ୍ରତିଷ୍ଠା ଦିବସ ପାଳନ ଏବଂ ହିତାଧିକାରୀ ମାନଙ୍କର ସମ୍ମିଳନୀ ଅନୁଷ୍ଠିତ 

Sunil Chandra Nayak

A Renowned Author Er.Gopal Krushna Das.

Sunil Chandra Nayak

Leave a Comment

error: Content is protected !!