ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଙ୍କ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରିଚଞ୍ଚରା ଗ୍ରସ୍ତ

ଭିତ୍ତିଭୂମି ର ବିକାଶ ଓ ଇକୋ ଟୁରିଜମ ଉପରେ ଗୁରୁତ୍ବ….

 କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ ର ସ୍ଥିତି ଅନୁଧ୍ୟାନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ର ସିଇଓ ଅଜିତ କୁମାର ମିଶ୍ର ଓ ଅନ୍ୟ ଅଧିକାରୀ।ତାଙ୍କ ସହ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ବିଡ଼ିଓ ଉତ୍ତମ ବାଗ, ପ୍ଲାନିଂ ଅଧିକାରୀ ସୁନିଲ କୁମାର ନାୟକ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, କନିଷ୍ଠ ଯନ୍ତ୍ରୀ କିର୍ତ୍ତି ବେହେରା, ଧର୍ମଗଡ଼ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କାଉର ଓ ଗୁଡାହାଣ୍ଡି ଉନ୍ନୟନ କମିଟି ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ପର୍ଯ୍ୟଟନ ସ୍ଥଳୀ ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୫୦ ଲକ୍ଷ ଅନୁଦାନ ରେ ଧର୍ମଗଡ଼ ବନ ବିଭାଗ ଦ୍ୱାରା ଉନ୍ନୟନ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଜାରି ରହିଛି। ସିଇଓ ମିଶ୍ର ପର୍ଯ୍ୟଟନ ସ୍ଥଳୀ ରେ ପହଞ୍ଚି ବ୍ଲକ ଉପାଧ୍ୟକ୍ଷ, ବିଡ଼ିଓ,ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ସହ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସହ ଆଗକୁ ପର୍ଯ୍ୟଟନ ସ୍ଥଳୀ ର ଭିତ୍ତିଭୂମି ର ବିକାଶ ଓ ଇକୋ ଟୁରିଜମ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ଏହାସହ ସିଇଓ ଶ୍ରୀ ମିଶ୍ର ପ୍ରାୟ ୩ କିଲୋମିଟର ପାହାଡ଼ ଚଢି ଗୁଡାହାଣ୍ଡି,ଶିଳାଲିପି ଓ ଯୋଗି ପଘାର ଦେଖି ଆସିବା ସହ ପର୍ଯ୍ୟଟନ ସ୍ଥଳୀ ରେ ଅନେକ ଐତିହାସିକ ପୃଷ୍ଟଭୂମି ରହିଛି ତାହା ର ଉପଯୁକ୍ତ ବିକାଶ ଓ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି। ସିଇଓ ଙ୍କ ସହ ଗୁଡାହାଣ୍ଡି ଉନ୍ନୟନ କମିଟି ର ସଦସ୍ୟ ଭଦ୍ରେଶ୍ୱର ପାତ୍ର, ଘନଶ୍ୟାମ ନାଏକ, ଗିରିଧାରୀ ଧଙ୍ଗଡାମାଝୀ, ଭୁବନାନନ୍ଦ ନାଏକ, ଚକାଡୋଳା ପାତ୍ର,ନିଳାମ୍ବର ନାଏକ,ଦୁଷ୍ମନ୍ତ ପାଟ୍ଟଯୋଶୀ, ଫରେଷ୍ଟ ଗାର୍ଡ ସୁଧାଂଶୁ ସାହୁ,ବିଭୁତି ନାଏକ, ସଞ୍ଜୟ ସିଙ୍ଘଲ, ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ପରେ ସିଇଓ କୋକସରା ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ବ୍ଲକ ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବିଷୟରେ ବିଭାଗୀୟ ଅଧିକାରୀ ଓ ବ୍ଲକ ଉପାଧ୍ୟକ୍ଷ ଙ୍କ ସହ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ ….

Related posts

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ରଥ

masiha

ନବରଙ୍ଗପୁର କଲେଜକୁ ସରକାରୀ ଘୋଷଣା ପାଇଁ ଦାବି ଦୋହରାଇଲା ଆଲୁମିନାଇ କମିଟି

Sunil Chandra Nayak

ଶ୍ରେଷ୍ଠ ସିନେମା ଫୁଲ ଫୁଟି ମହକିଲା, ନିର୍ଦ୍ଦେଶକ ସୌମ୍ୟ ବଳ ଶ୍ରେଷ୍ଠ ଅଭିନେତା ବିଶ୍ୱଜିତ ଦାସ ଓ ଅଭିନେତ୍ରୀ ସଞ୍ଜନା ପତି 

masiha

Leave a Comment

error: Content is protected !!