ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବଦଳା ଠାରେ ରେଳରୋକ ଆନ୍ଦୋଳନ କୁ ସମର୍ଥନ ଜଣାଇ ରେଳ ଷ୍ଟେସନ ମେନେଜର ଜରିଆରେ ସମ୍ବଲପୁର ଡିଆରଏମଙ୍କୁ ବିଶ୍ଵନାଥପୁର ସିଟିଜେନ ଫୋରମ କମିଟି ଦ୍ବାରା ଦାବି ପତ୍ର ପ୍ରଦାନ

ବିଶ୍ୱନାଥପୁର ତାରିଖ – 22/04/23 କୋରୋନା କାଳରେ ଅନେକ ସଭାସମିତି ପର୍ବ ପର୍ବାଣୀ, ସହ ରେଳ ଷ୍ଟେସନ ମାନଙ୍କରେ କୋରୋନା ଗାଇଡଲାଇନ ଅନୁସାରେ ଟ୍ରେନ ରହଣିକୁ ମଧ୍ୟ ବାତିଲ କରାଯାଇଥିଲା। ଧିରେ ଧିରେ କୋରୋନା ପ୍ରକୋପ ହ୍ରାସ ପାଇ କୋରୋନା କଟକଣା କୋହଳ କରାଗଲା, ସଭାସମିତି ପର୍ବପର୍ବାଣୀ ଲୋକେ ହର୍ଷଉଲ୍ଲାସର ସହ ପାଳନ ହେଲା, ଲୋକେ ଦେଶବିଦେଶକୁ ଯାତାୟତ କଲେ,ସ୍ଥିତି ସ୍ବଭାବିକ ହେଲା, ବେପାର ବଣିଜ ସହିତ ବିଦେଶୀ ମଦଦୋକାନ ଚାଲିଲା କିନ୍ତୁ ଷ୍ଟେସନରେ କିଛି ଟ୍ରେନକୁ ବାଦଦେଲେ,ଓ ପୂର୍ବ ଚାଳିତ ଟ୍ରେନଗୁଡିକର ରହିଣି ବାତିଲ ବଳବତ୍ତର ରହିଛି। ଏନେଇ ଅନେକ ଷ୍ଟେସନ ମାନଙ୍କରେ ଆନ୍ଦୋଳନ କରାଯାଇଛି ,ରେଳ କତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପ୍ରତିଶ୍ରୁତିର ସମୟ ସୀମାର ସମାପ୍ତି ପରେ ପୁଣି ଆନ୍ଦୋଳନ ର ଦାନା ବାନ୍ଧିବାରେ ଲାଗିଛି। ଆସନ୍ତା ୨୩ତାରିଖରେ ଏ ପରି ବିରାଟ ଧରଣର ରେଳରୋକ ଆନ୍ଦୋଳନ ଦେଖିବାକୁ ମିଳିବ ଅମ୍ଵାଦୋଲା ରେଳଷ୍ଟେସନ ଠାରେ । ଏଥିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ମୂଖ୍ୟାଳୟ ବିଶ୍ଵନାଥପୁର ସିଟିଜେନ ଫୋରମ କମିଟି ସହଯୋଗ କରିବ। ଏନେଇ ଆଜି ଅମ୍ଵାଦୋଳା ରେଳଷ୍ଟେସନ ମ୍ୟାନେଜର ଙ୍କ ଜରିଆରେ ସମ୍ବଲପୁର ଡିଭିଜନ ଡିଆରଏମଙ୍କୁ କମିଟି ମୁଖ୍ୟ ପ୍ରଦୀପ କୁମାର ଘଡେ଼ଇଙ୍କ ନେତୃତ୍ୱରେ ବିଶ୍ଵନାଥପୁର ସିଟିଜେନ କମିଟି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ସଦସ୍ୟ ସନ୍ତୋଷ କୁମାର ତୁଳ,ରାଜୀବ ପୃଷ୍ଟି ,ବନ ଦଳେଇ, ମନୋରଞ୍ଜନ ବିଶି,ଗଣେଶ ବେହେରା,ପ୍ରମୋଦ ଗୋୟଲ,ନୀରଞ୍ଜନ ରାଉତ,ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ l

 ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

ତେନ୍ତୁଳୀଖୁଣ୍ଟି ବ୍ଲକ ପରେ ମୈଦଲପୁର ଅଞ୍ଚଳରେ ହାତୀ

Sunil Chandra Nayak

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଘରୋଇ ସ୍କୁଲ ସଂଘ ର ଦାବିପତ୍ର

Sunil Chandra Nayak

ମାସିକିଆ ମାଗଣା ହାଟ ଓ ସାମୁହିକ ଜନ୍ମଦିନ ପାଳନ

Sunil Chandra Nayak

Leave a Comment

error: Content is protected !!