ପାପଡାହାଣ୍ଡି,04/08, ମନିସ —- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଲୋକଙ୍କ ଘର ଭାଙ୍ଗିବା ଏକ ସମସ୍ୟା ହୋଇ ଉଠିଛି | ପାପଡାହାଣ୍ଡି ବ୍ଲକ ସଦର ମହକୁମା ବଙ୍କା ସାହିର ମଣି ପାଇକଙ୍କ ଘର ଭାଙ୍ଗିଯିବାରୁ ପରିବାର ବହୁ ଦୟ ନିୟ ଅବସ୍ଥାରେ ରହିଛନ୍ତି | ଲଗାଣ ବର୍ଷା ହେବା ଯୋଗୁଁ ଘରର କାନ୍ଥ ଭୁଶୁଡି ପଡିଥିଲା, ଏଥିରେ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର | ଦୀର୍ଘ ବର୍ଷ ହେଲା ପାପଡାହାଣ୍ଡି ବଙ୍କା ସାହି ରହିଆସୁଛନ୍ତି ମଣି ଙ୍କ ପରିବାର ସ୍ୱାମୀ ଓ ପୁଅ କୁ ନେଇ ସେ ରୁହନ୍ତି | କୁଲି ମଜୁରୀ କରି ପରିବାର ଚଳେ | ଘର କାନ୍ଥ ଭାଙ୍ଗି ଯିବାରୁ ଚିନ୍ତା ରେ ପଡିଛି ପରିବାର | ଘର ଭାଙ୍ଗିଯିବା ପରେ ପ୍ରଶାସନର କୌଣସି ଅଧିକାରୀ ପହଞ୍ଚି ନାହାନ୍ତି | ଆବାସ ଯୋଜନା ରେ ଅନ୍ତର୍ଭୁକ କରିବା ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟଳୟ ନିକଟରେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣାପାତ କରୁନଥିବା ସେ କହିଛନ୍ତି | ଶୀଘ୍ର ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରି କ୍ଷତି ପୂରଣ ଦେବା ସହ ଆବାସ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି |
previous post