ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷାରେ ଭାଙ୍ଗିଲା ଘର 

ପାପଡାହାଣ୍ଡି,04/08, ମନିସ —- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଲୋକଙ୍କ ଘର ଭାଙ୍ଗିବା ଏକ ସମସ୍ୟା ହୋଇ ଉଠିଛି | ପାପଡାହାଣ୍ଡି ବ୍ଲକ ସଦର ମହକୁମା ବଙ୍କା ସାହିର ମଣି ପାଇକଙ୍କ ଘର ଭାଙ୍ଗିଯିବାରୁ ପରିବାର ବହୁ ଦୟ ନିୟ ଅବସ୍ଥାରେ ରହିଛନ୍ତି | ଲଗାଣ ବର୍ଷା ହେବା ଯୋଗୁଁ ଘରର କାନ୍ଥ ଭୁଶୁଡି ପଡିଥିଲା, ଏଥିରେ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର | ଦୀର୍ଘ ବର୍ଷ ହେଲା ପାପଡାହାଣ୍ଡି ବଙ୍କା ସାହି ରହିଆସୁଛନ୍ତି ମଣି ଙ୍କ ପରିବାର ସ୍ୱାମୀ ଓ ପୁଅ କୁ ନେଇ ସେ ରୁହନ୍ତି | କୁଲି ମଜୁରୀ କରି ପରିବାର ଚଳେ | ଘର କାନ୍ଥ ଭାଙ୍ଗି ଯିବାରୁ ଚିନ୍ତା ରେ ପଡିଛି ପରିବାର | ଘର ଭାଙ୍ଗିଯିବା ପରେ ପ୍ରଶାସନର କୌଣସି ଅଧିକାରୀ ପହଞ୍ଚି ନାହାନ୍ତି | ଆବାସ ଯୋଜନା ରେ ଅନ୍ତର୍ଭୁକ କରିବା ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟଳୟ ନିକଟରେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣାପାତ କରୁନଥିବା ସେ କହିଛନ୍ତି | ଶୀଘ୍ର ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରି କ୍ଷତି ପୂରଣ ଦେବା ସହ ଆବାସ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆପଡା ଉପ ନିର୍ବାଚନ ନାମାଙ୍କନ ପାତ୍ର ଦାଖଲ ହେଲା ଶେଷ, ୧୭ ଜଣ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ

Sunil Chandra Nayak

ଏସ.ପି.ସି.ବି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ଖଡିଆଳ ସହର ସାହୁପଡ଼ା ସଡ଼କ ଦୃଶ୍ୟ, ନାଲ ନର୍ଦ୍ଦମା ଜଳ ସଡ଼କ ଉପରେ ପ୍ରବାହିତ, ବାଧ୍ୟ ହୋଇ ଜନସାଧାରଣ ଯାତାୟତ

masiha

Leave a Comment

error: Content is protected !!