ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରାଘାତରେ ଜଣଙ୍କର ମୃତ୍ୟୁ

ଭବାନୀପାଟଣା:୨୨/୦୪ – (ମନିସ):- ବଜ୍ରାଘାତରେ ଜଣେ ବ୍ଯକ୍ତି ମୃତ୍ୟୁବରଣ କରିଥିବା ଜଣାପଡିଛି। ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ସଦରମହକୁମା ଅନ୍ତର୍ଗତ କୁଲିଆମାଲ ଗ୍ରାମପଞ୍ଚାୟତର ଲୁହୁରା କାନୀ ଗ୍ରାମର ଜନୈକ ଗୋକୁଳ ନାଗଙ୍କ ପୁଅ ଦୁର୍ଗାଚନ ନାଗ (୪୫) ଆଜି ଯଥା ତା ୨୨/୦୪/୨୦୨୩ ରିଖ ଦିନ ସକାଳ ଘ. ୫.୩୦ ମିନିଟ ସମୟରେ ଗ୍ରାମ ନିକଟସ୍ଥ ପୋଖରୀ କୁ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ଶୌଚ ପାଇଁ ଯାଉଥିବା ବେଳେ ହଠାତ ପାଗ ଖରାପ ହେବାରୁ ବର୍ଷା ଓ ବିଜୁଳି ସାଙ୍ଗକୁ ଘଡଘଡି ଆରମ୍ଭ ହୋଇଯାଇଥିଲା। ଯାହାଫଳରେ ବ୍ରଜ୍ରାଘାତରେ ସେଠାରେ ଟଳିପଡିଥିଲେ ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ସାଙ୍ଗେ ସାଙ୍ଗେ ତାଙ୍କୁ ଉଦ୍ଧାର କରି ମୁଖ୍ଯ ଡାକ୍ତରଖାନାକୁ ନେଇଯାଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଚିକିତ୍ସାଧିନ ଅବସ୍ଥାରେ ହିଁ ଦୁର୍ଗାଚନ ନାଗଙ୍କ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ୍ୟୁକୁ ନେଇ ଏବେ ପରିବାର ବର୍ଗ ଶୋକାକୂଳ ପରିବେଶ ଭିତରେ ଥିବାବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଦୁର୍ଗାଚନ ନାଗଙ୍କ ବିଧବା ପତ୍ନୀ ଦୀପନ ନାଗ ଓ ତାଙ୍କର ଦୁଇଗୋଟି ପୁତ୍ରସନ୍ତାନ ଥିବା ଜଣାପଡିଛି। ମୃତ ବ୍ଯକ୍ତିଙ୍କ ବଡ ପୁଅ ହେଲେ ବରୀଷ୍ଠ ନାଗ (୧୩) ଓ ସାନ ପୁଅ ରାଜେଶ ନାଗ ଅନାଥ ଓ ସ୍ତ୍ରୀ ବିଧବା ଜୀବନ ନେଇ କେମିତି ଦୁଇଗୋଟି ପୁତ୍ର ସନ୍ତାନ କୁ ପ୍ରତିପୋଷଣ କରିବେ ସେ ଚିନ୍ତାରେ ଅଛନ୍ତି। ଘରର ରୋଜଗାରିଆ ସ୍ଵାମୀ ଙ୍କୁ ହରାଇ ଦୀପନ ନାଗ ଏକଦମ ଭାଙ୍ଗି ପଡିଛନ୍ତି। କେମିତି ଭାବରେ ବାପା ଛିଉଣ୍ତ ଦୁଇଗୋଟି ପୁତ୍ର ସନ୍ତାନକୁ ନେଇ ଚଳିବେ ସେନେଇ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି। ତେଣୁ ମୃତ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜନସାଧାରଣ ଙ୍କ ପକ୍ଷରୁ ଦାବି ହେଉଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଜେଡି ଶଙ୍ଖ ଭବନରୁ ରଘୁନାଥ ମହାନ୍ତି ବସ୍ତାରେ ପହଞ୍ଚିବାପରେ ଶୁଭେଛାର ବାର୍ତ୍ତା କର୍ମୀ ମହଲରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି 

Sunil Chandra Nayak

ଆଗେ ଥଇଥାନ ପଛେ ଉଛେଦ ଦାବିରେ ଗୋପାଳବନ୍ଧ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

ମାଁ କଙ୍କାଳୁଣୀଙ୍କ ବାର୍ଷିକ ଉତ୍ସବ “ଦଶହରା ” ଧୂମଧାମରେ ପାଳିତ 

masiha

Leave a Comment

error: Content is protected !!