ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ପରିସରରେ ରାଇରଙ୍ଗପୁର ଡାକ ଡିଭିଜନର ଦ୍ବିତୀୟ ସ୍ଥାପନା ଦିବସ ମହାସମାରୋହରେ ପାଳିତ     

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ପରିସରରେ ରାଇରଙ୍ଗପୁର ଡାକ ଡିଭିଜନର ଦ୍ବିତୀୟ ସ୍ଥାପନା ଦିବସ ମହାସମାରୋହରେ ପାଳିତ          

ମୟୂରଭଂଜ –  ରାଇରଙ୍ଗପୁର ଡାକ ଡିଭିଜନର ଦ୍ବିତୀୟ ସ୍ଥାପନା ଦିବସ ସ୍ଥାନୀୟ ମହତାବ ଭବନ ଠାରେ ସଭାପତି ରାଇରଙ୍ଗପୁର ଡିଭିଜନ ଡାକ ଅଧିକ୍ଷକ ଗୌରାଙ୍ଗଚରଣ ବେହେରାଙ୍କ ସଭାପଚିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ଯ ଅତିଥି ଭାବେ ରାଜ୍ଯସଭା ସାଂସଦ ମମତା ମହାନ୍ତ, ସମ୍ମାନିତ ଅତିଥି ରୂପେ ବିଜେପି ରାଜ୍ଯ ସମ୍ପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଆଇବିପିବି ସିନିୟର ମ୍ଯାନେଜର ରାଇରଙ୍ଗପୁର ବ୍ରାଞ୍ଚ ଜଗଜିତ ମହାନ୍ତ, ରାଇରଙ୍ଗପୁର ଡିଭିଜନ ସହଡାକ ଅଧିକ୍ଷକ ଟିକନ କୁମାର ଦେବତା, ରାଇରଙ୍ଗପୁର ହେଡ ପୋଷ୍ଟମାଷ୍ଟର ରାମେଶ୍ବର ହେମ୍ବ୍ରମ୍, ବାଙ୍ଗିରିପୋଷି ସବଡିଭିଜନ ଇନିସପେକ୍ଟର ଅଫ ପୋଷ୍ଟ ଦିନେଶ କୁମାର ପାତ୍ର, କରଂଜିଆ ସବଡିଭିଜନ ଇନିସପେକ୍ଟର ଅଫ ପୋଷ୍ଟ ସୁବ୍ରତ ଖାନରା ଓ ରାଇରଙ୍ଗପୁର ସବଡିଭିଜନ ଇନିସପେକ୍ଟର ଅଫ ପୋଷ୍ଟ ତନ୍ମୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ I ସଭା ପ୍ରାରମ୍ଭରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉପଢୋକନ ଦେଇ ସମ୍ମାନିତ କଲାପରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜଳନ କରିଥିଲେ I ସଭାପତି ରାଇରଙ୍ଗପୁର ଡିଭିଜନ ଡାକ ଅଧିକ୍ଷକ ସଭାପତିତ୍ବ ବକ୍ତବ୍ଯ ଦେବା ପରେ ସମ୍ମାନିତ ଅତିଥି ବିଜେପି ରାଜ୍ଯ ସମ୍ପାଦକ ନବୀନ ରାମ ଓ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଭାରତୀୟ ଡାକ ସେବା ଉପରେ ସୁଚିନ୍ତିତ ବକ୍ତବ୍ଯ ଦେବା ପରେ ମୁଖ୍ଯଅତିଥି ରାଜ୍ଯସଭା ସାଂସଦ ମମତା ମହାନ୍ତ ନିଜ ବକ୍ତବ୍ଯରେ ଭାରତୀୟ ଡାକ ସେବା ଲୋକମାନଙ୍କର ସେବାରେ ସମର୍ପିତ I ଅତୀତରୁ ବର୍ତ୍ତମାନକୁ ଦେଖିଲେ ଭାରତୀୟ ଡାକ ସେବା ଯଥେଷ୍ଟ ଉନ୍ନତି ସାଧିତ କଲାଣି I ଏହାର ବିଭିନ୍ନ ଯୋଜନାରେ ଆକୁଷ୍ଟ ହୋଇ ଲୋକେ ବହୁ ଖାତା ଖୋଲୁଛନ୍ତି I ମାନ୍ଯବର ରାଷ୍ଟପତି ଦୌପଦୀ ମୁର୍ମୁଙ୍କ ପ୍ରଚେଷ୍ଟାରେ ରାଇରଙ୍ଗପୁର ସହରର ଶିକ୍ଷା, ସ୍ବାସ୍ଥ୍ଯ, ଗମନାଗମନରେ ଉନ୍ନତି ସାଧନ ହେବାକୁ ଯାଉଛି I ପୁଣି ତାଙ୍କରି କରକମଳରେ ରାଇରଙ୍ଗପୁର ମୁଖ୍ୟ ଡାକ ଖଣ୍ଡ ସ୍ଥାପନା ହୋଇପାରିଛି I ଏହାପରେ ପୁରସ୍କାର ବିତରଣୀ ପର୍ବରେ ଅଧିକ ପ୍ରିମିୟମ ହାସଲ କ୍ଷେତ୍ରରେ ଡିପାଟମେଣ୍ଟାଲ ଅଫିସିଆଲ କ୍ଷେତ୍ରରେ ଏସପିଏମ ସିର୍ସା ଏସଓ ରବୀନ୍ଦ୍ର କୁମାର ମହାନ୍ତ ଓ ଜିଡିଏସ କ୍ଷେତ୍ରରେ ବିପିଏମ ଦିଗଧର ବିଓ ଠାକୁରମୁଣ୍ଡା ଏସଓ ଅଂଜନ କୁମାର ବାରିକଙ୍କୁ ପୁରସ୍କୁତ କରାଯାଇଥିଲା ବେଳେ ବିଭିନ୍ନ ଯୋଜନାରେ କୁତୀ ହାସଲ କରିଥିବା ବ୍ଯକ୍ତି ବିଶେଷଙ୍କୁ ପୁରସ୍କୁତ କରାଯାଇଥିଲା I ଡାକ କର୍ମଚାରୀ ବିଷ୍ଣୁପ୍ରସାଦ ଗୋପାଳ, ପରେଶ ଚନ୍ଦ୍ର ମହାନ୍ତ ଓ ସୌରଭ କୁମାର ଘଣା ପ୍ରମୁଖ ସଭା ପରିଚାଳନା କରିଥିଲେ I ଏହାପରେ ରଙ୍ଗାରଙ୍ଗ ସାଂସ୍କୁତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା I ଏଥିରେ ରାଇରଙ୍ଗପୁର ଡାକ ଡିଭିଜନର ସମସ୍ତ କର୍ମଚାରୀଗଣ ସହଯୋଗ କରିଥିଲେ I

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ରାଜ୍ୟସଭା ସାଂସଦ ଯୋଗାଇଦେଲେ ପାଣ୍ଠି  ଗୋପାଳପୁରରେ ଜଳିଲା ହାଇମାଷ୍ଟ ଲାଇଟ

Sunil Chandra Nayak

ନେସ୍କୋ ସାଧାରଣ ସଂପାଦକ ତାରାକାନ୍ତ ପଟନାୟକଙ୍କ ବିୟୋଗରେ ଶୋକସଭା

Sunil Chandra Nayak

ଗୋଲାମୁଣ୍ଡା ବ୍ଲକରେ ମଧୁବାବୁ ନୂତନ ଭତ୍ତା ବଣ୍ଟନ: ୨୨୯ ହିତାଧିକାରୀ ଉପକୃତ

Leave a Comment

error: Content is protected !!