ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ସାନ ହନ୍ତୁଆଡ ବାଉଁଶ ନଇଁ ନିକଟରେ ସଡ଼କ ଦୁର୍ଘଟଣା ରେ ଯୁବ ବିଜେଡ଼ି ନେତା ଙ୍କ ମୃତ୍ୟୁ !!!

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନ ହନ୍ତୁଆଡ ବାଉଁଶ ନଇଁ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି। ଉକ୍ତ ଦୁର୍ଘଟଣାରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୫ ନମ୍ବର ୱାଡ଼ କାଉନସିଲର ଅନୁସୟା ପ୍ରଧାନ ଙ୍କ ସ୍ୱାମୀ ତଥା ଯୁବ ବିଜେଡ଼ି ନେତା ମିଟୁ ପ୍ରଦାନ ଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ବାଣପୁର ପାଳସାହି ଗ୍ରାମର ତଥା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୫ ନମ୍ବର ୱାଡ଼ର କାଉନସିଲଙ୍କ ସ୍ବାମୀ ମିଟୁ ପ୍ରଧାନ ନିଜର ଜଣେ ସମ୍ପର୍କିୟଙ୍କ ଭୋଜିରେ ଯୋଗଦେଇ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ବାଣପୁର ସାନ ହନ୍ତୁଆଡ ବାଉଁଶ ନଇଁ ନିକଟ ଦେଇ ଆସୁଥିବା ସମୟରେ ମିଟୁ ପ୍ରଧାନ ଙ୍କ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ସେ ବାଇକ ରୁ ଛିଟିକି ଯାଇ ତଳେ ପଡି ଯାଇଥିଲେ ଯାହା ଫଳରେ ମିଟୁ ଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟି ଯାଇଥିଲା। ଏହି ଦୁଃଖତ ଖବର ଶୁଣି ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ବାଣପୁରରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଡାବୁଗାଁ ଥାନା ତରଫରୁ “ଏକତା ଦୌଡ” କାର୍ଯ୍ୟକ୍ରମ 

Sunil Chandra Nayak

ବେଲପଡା ରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

masiha

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!