ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଥାନା ଦ୍ୱାରା ଚଳାଚଳ କରୁଥିବା ଯାନବାହାନ ଯାଞ୍ଚ ନଅ ହଜାର ଆଦାୟ

ବନ୍ଧୁଗାଁ ତା ୧/୩/୨୩ ଆଜି ବନ୍ଧୁଗାଁ ପୋଲିସ୍ ଥାନା ସମ୍ଭୂଖରେ ଆଇଆଇସି ବିଜୟ ରାଜ ମାଝୀ ଙ୍କ ଉପସ୍ଥିତିରେ ମୁଖ୍ୟ ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ଯାନବାହନ କୁ ଅଟକାଇ ତନଖି କରାଯାଇଛି । ସମସ୍ତ ଗାଡ଼ି ଚାଳକଙ୍କୁ ହେଲମେଟ ବାଧ୍ୟତାମୂଳକ, ସିଟ୍ ବେଲଟ ଓ ଡ୍ରାଇଭିଁ ଲାଇସେନ୍ସ ମଧ୍ୟ ତନଖି ଦେଖିଥିଲେ । ତନଖି କରାଯିବା ସମୟରେ ଅଟ ଗାଡି ୩ ଟି , କାର ୨ ଟିରେ ସିଟ୍ ବେଲ୍ଟ ପିନ୍ଧି ନ ଥିଲେ, ବାଇକ୍ ୫ ଟି ଚାଳକଙ୍କ ଲାଇସେନ୍ସ ନ ଥିଲା,ଓ ୮ ଜଣଙ୍କୁ ହେଲମେଟ ପିନ୍ଧି ନ ଥିବାରୁ ସେମାନଙ୍କୁ ଆଇନ୍ ଅନୁଯାୟୀ ଆଜି ୯ ହଜାର ଟଙ୍କା ଜରିମାନା ପଡ଼ିଥିବା ଜାଣିବାକୁ ମିଳିଛି । ହଠାତ ପୋଲିସ୍ ଦ୍ୱାରା ଯାନ ବାହନ ତନଖି କରାଯାଉଥିବାରୁ ବହୁ ସଂଖ୍ୟକ ଗାଡି ଚାଳକ କିଛି ଦୁରରେ ଗାଡି ରଖି ବହୁ ସମୟ ଅପେକ୍ଷା କରି ନିଜ ଘରକୁ ଫେରି ଯାଇଛନ୍ତି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଓ ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣାର ଏସ ଆଇ ଟି ତଦନ୍ତ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ସି ପି ଆଇ ଏମ୍ ର ସ୍ମାରକପତ୍ର ପ୍ରଦାନ

masiha

ଶ୍ରୀରାମ ପ୍ରତିଧ୍ୱନୀରେ ମୁଖରିତ ହେଲା ସମଗ୍ର ଜୁନାଗଡ଼

Sunil Chandra Nayak

ଡାକ୍ତର ସଦାନନ୍ଦ ପାଣିଗ୍ରାହି ଙ୍କୁ ମହାତ୍ମା ଗାନ୍ଧୀ ଲାଇଫ ଟାଇମ ଆଚିଭମ୍ୟାଣ୍ଟ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!