ବନ୍ଧୁଗାଁ ତା ୧/୩/୨୩ ଆଜି ବନ୍ଧୁଗାଁ ପୋଲିସ୍ ଥାନା ସମ୍ଭୂଖରେ ଆଇଆଇସି ବିଜୟ ରାଜ ମାଝୀ ଙ୍କ ଉପସ୍ଥିତିରେ ମୁଖ୍ୟ ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ଯାନବାହନ କୁ ଅଟକାଇ ତନଖି କରାଯାଇଛି । ସମସ୍ତ ଗାଡ଼ି ଚାଳକଙ୍କୁ ହେଲମେଟ ବାଧ୍ୟତାମୂଳକ, ସିଟ୍ ବେଲଟ ଓ ଡ୍ରାଇଭିଁ ଲାଇସେନ୍ସ ମଧ୍ୟ ତନଖି ଦେଖିଥିଲେ । ତନଖି କରାଯିବା ସମୟରେ ଅଟ ଗାଡି ୩ ଟି , କାର ୨ ଟିରେ ସିଟ୍ ବେଲ୍ଟ ପିନ୍ଧି ନ ଥିଲେ, ବାଇକ୍ ୫ ଟି ଚାଳକଙ୍କ ଲାଇସେନ୍ସ ନ ଥିଲା,ଓ ୮ ଜଣଙ୍କୁ ହେଲମେଟ ପିନ୍ଧି ନ ଥିବାରୁ ସେମାନଙ୍କୁ ଆଇନ୍ ଅନୁଯାୟୀ ଆଜି ୯ ହଜାର ଟଙ୍କା ଜରିମାନା ପଡ଼ିଥିବା ଜାଣିବାକୁ ମିଳିଛି । ହଠାତ ପୋଲିସ୍ ଦ୍ୱାରା ଯାନ ବାହନ ତନଖି କରାଯାଉଥିବାରୁ ବହୁ ସଂଖ୍ୟକ ଗାଡି ଚାଳକ କିଛି ଦୁରରେ ଗାଡି ରଖି ବହୁ ସମୟ ଅପେକ୍ଷା କରି ନିଜ ଘରକୁ ଫେରି ଯାଇଛନ୍ତି ।
previous post