ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରର ଲୋକପ୍ରିୟ ରାଜ ସାର୍ ଙ୍କ ଦେହାନ୍ତରେ ଶୋକରେ ଛାୟା

 ମୟୂରଭଞ୍ଜ ୨୮/୨/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ଅଗ୍ରଣୀ ଇଂଲିଶ ମିଡିୟମ ସ୍କୁଲର ଶିକ୍ଷକ ରାଜ କୁମାର ପାତ୍ର(୪୭) ଙ୍କର ଋଷିକେଶ AiiMS ରେ ଗତ ୨୬ ତାରିଖ ଚିକିତ୍ସାଧୀନ ଅବସ୍ଥାରେ ଦିନ ୧୧ଟା ପାଖାପାଖି ସମୟରେ ଦେହାନ୍ତ ହୋଇଯାଇଛି । ସୂଚନାଯୋଗ୍ୟ ରାଜ କୁମାର ପାତ୍ର ଗତ ୨୦ ରୁ ୨୬ ତାରିଖ ପର୍ଯ୍ୟନ୍ତ ୭ ଦିନିଆ ଶିବିରରେ ହରିଦ୍ଵାରର ପାତାଞ୍ଜଳି ଯୋଗ ଓ୍ବେଲନେସ ଗ୍ରାମ ସେଣ୍ଟରରେ ୫୨ ହଜାର ଟଙ୍କା ଦେଇ ଯୋଗ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ୨୪/୨/୨୩ ରେ ସଂନ୍ଧ୍ୟାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଆଲୋପେଥି ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପାତାଞଳି ଓ୍ବେଲନେସ ସେଣ୍ଟର ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ରାତି ୧୦ ଠାରେ ରାଜାଙ୍କୁ ନେଇ ତାଙ୍କ ପତ୍ନୀ ଅନୀତା ପାତ୍ର ଋଷିକେଶ ଏମସ୍ ରେ ଭର୍ତ୍ତି କରିଥିଲେ । ସେଠାରେ ୨୬ ତାରିଖ ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ଦେହାନ୍ତ ହୋଇଯାଇଥିଲା । ତାଙ୍କର ମୃତଦେହ ମଙ୍ଗଳବାର ଭୋର ସମୟରେ ରାଇରଙ୍ଗପୁର ପହଞ୍ଚିଥିଲା ।ତାଙ୍କ ମୃତ୍ୟୁ ଶରୀରକୁ ତାଙ୍କ କାର୍ଯ୍ଯକ୍ଷେତ୍ର ଲିଟିଲ୍ ଫ୍ଲାଓ୍ବାର ସ୍କୁଲକୁ ଅଣାଯାଇଥିଲା । ପରେ ତାଙ୍କର ପୈତୃକ ଗ୍ରାମ ଜାମଦା ବ୍ଳକର ମଧୁପୁର ଗ୍ରାମକୁ ନିଆଯାଇ ସେଠାରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।ରାଜ ସାର୍ ଜଣେ ଅମାୟିକ,ମେଳାପି, ପରୋପକାରୀ, ସମାଜସେବୀ,ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ରାଇରଙ୍ଗପୁର ସହରର ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ସହିତ ଓତଃପ୍ରୋତଭାବେ ଜଡ଼ିତ ଥିଲେ । ତାଙ୍କ ମୃତ୍ୟୁରେ ରାଇରଙ୍ଗପୁର ସହର ସମେତ ଜାମଦା ଅଂଚଳରେ ଶୋକରେ ଛାୟା ଖେଳିଯାଇଛି ।ବିଶେଷତଃ ଲିଟିଲ୍ ଫ୍ଲାଓ୍ବାର ସ୍କୁଲର ଅଧ୍ୟକ୍ଷ ଶ୍ରୀ କାଳିପ୍ରସନ୍ନ ମହାନ୍ତି, ଅଭିଭାବକ, ଛାତ୍ରଛାତ୍ରୀ ତାଙ୍କର ପ୍ରିୟ ସାରଙ୍କୁ ହରାଇ ଦଂଗାରେ ମ୍ରିୟମାଣ ହେଵା ସହ ଭଗବାନ ତାଙ୍କର ଅମର ଆତ୍ମାର ସ୍ଥିତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

କଲାବୋର ପୋଡ଼ାଗାଡ଼ ଘାଟରେ ଡ଼ଙ୍ଗାବୁଡି ଘଟଣାର ତଦନ୍ତ ଜାରି

Sunil Chandra Nayak

ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚବିଶି ଦିନ

Sunil Chandra Nayak

ସ୍ପର୍ଶ ‘ଇଂଲିଶ ମିଡିୟମ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!