ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମଚନ୍ଦ୍ରପୁର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ 

ରାମଚନ୍ଦ୍ରପୁର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ 

ଲାଞ୍ଜିଗଡ଼, ୦୪/୦୯(ମନିସ)-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁର ଦୁର୍ଗାପୂଜା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ବିକ୍ରମ ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜାକୁ ଆହୁରି ସରସ ସୁନ୍ଦର କରିବାକୁ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହିକ୍ରମରେ ପୂଜା ପରିଚାଳନା ପାଇଁ କମିଟିର ନୂତନ ସଭାପତି ଭାବେ ପ୍ରଭାତ ରଞ୍ଜନ ବେହେରା, ଉପସଭାପତି ଭାବେ ଅରୁଣ ପୁଟେଲ, ସାଧାରଣ ସଂପାଦକ ଭାବେ ଉପେନ୍ଦ୍ର ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ବୈଠକରେ ଚକ୍ରଧର ପଣ୍ଡା, ଦିଲୀପ ମିଶ୍ର, କିରଣ କୁମାର ମାଝୀ, ହୃଷିକେଶ ବଗର୍ତ୍ତି, ମନୋଜ ବେହେରା, ମହେନ୍ଦ୍ର ପଣ୍ଡା, କ୍ଷୀରସିନ୍ଧୁ ବାଗ, ଗଣେଶ ଗଉଡ଼, ଲମ୍ବୋଦର ପତି, ଘନଶ୍ୟାମ ସାହୁ, ପିତାମ୍ବର ସାହୁ, ସର୍ବେଶ୍ୱର ଗଉଡ଼ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ସାନପାଖଣା ରେଲଓ୍ବେ ଟ୍ରାକ ! ଟ୍ରେନ ଇଲେକ୍ଟ୍ରିକ୍ ଟାଓ୍ଵାର କାର଼ ଦୁର୍ଘଟଣାରେ ଯୁବତୀ ମୃତ ! ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଠି ସେଠି ପଡ଼ିଛି 

Sunil Chandra Nayak

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଖାଇ ପାଳନ 

masiha

ପାଇଥିବା ସୁନାଗହଣା ଫେରେଇଲେ ଦମ୍ପତି , ଗଁଦିଆ ବ୍ଲକ ରେ କିଛି ସଚୋଟ ଙ୍କ ମହାନତା

Sunil Chandra Nayak

Leave a Comment

error: Content is protected !!