ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାଉରକେଲା/ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଓ ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ଭାରତ ମୁକ୍ତି ସଂଗ୍ରାମର ପ୍ରଥମ ସଶସ୍ତ୍ର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୧୩୯ତମ ଶ୍ରାଦ୍ଧ ଦିବସ ପାଠାଗାର ପରିସରରେ ପାଳିତ ହୋଇଯାଇଛି । ଇଂ ଅଜିତ କୁମାର ପୂଜାରୀ ଙ୍କ ଅଧ୍ୟକ୍ଷତା ଓ ପୀତବାସ ପ୍ରଧାନ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖବକ୍ତା ରୂପେ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ, ଅନ୍ୟତମ ଅତିଥିଭାବେ ପାଠାଗାରର ସଂପାଦକ ବିଜୟ କୁମାର ବରାଳ, ଉତ୍କଳ ସମ୍ମିଳନୀ ର ସଭାପତି ସୁଦାମ ଚନ୍ଦ୍ର ଦାଶ, ରମେଶ ବେହେରା, ଅଧ୍ୟାପକ ଚନ୍ଦ୍ରଧ୍ବଜ ମାଝୀ, ରବିନ୍ଦ୍ର କୁମାର ସରାଫ, ସୂର୍ଯ୍ୟନାରାୟଣ ପାଢୀ ପ୍ରମୁଖ ସେମାନଙ୍କ ବକ୍ତବ୍ଯ ରେ ସୁରେନ୍ଦ୍ର ସାଏଙ୍କ ସାଂଗଠନିକ କୁଶଳତା, ଗରିଲାଯୁଦ୍ଧ କୌଶଳ, ଆତ୍ମୋତ୍ସର୍ଗ, ଜେଲ ଜୀବନରେ ଅସହ୍ୟ ଯନ୍ତ୍ରଣା ସଂପର୍କରେ ଆଲୋଚନା କରିଥିଲେ । ଅଧ୍ୟକ୍ଷତା କରୁଥିବା ଶ୍ରୀ ପୂଜାରୀ ସୁରେନ୍ଦ୍ରଙ୍କୁ ଅଦ୍ବିତୀୟ ସାହାସିକ ତଥା ଉତ୍ସର୍ଗୀକୃତ ସଂଗ୍ରାମୀ ରୂପେ ଅବହିତ କରିଥିବା ବେଳେ ମୁଖ୍ୟବକ୍ତା ଅଧ୍ୟାପକ ଶ୍ରୀତ୍ରିପାଠୀ ତାଙ୍କ ସଂପର୍କରେ ଏକ ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ ଓ ଶ୍ରୀ ବରାଳ ତାଙ୍କ ବକ୍ତବ୍ଯରେ ସେ ଜୀବନର ସର୍ବାଧିକ କାଳ ଜେଲରେ ଥିବାରୁ ଗ୍ରିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ଡଃ କିଶୋରୀ ଦାଶ ସୁରେନ୍ଦ୍ରଙ୍କ ସଂପର୍କରେ ଏକ କବିତା ପାଠ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନୃସିଂହ ଚରଣ ବିଶ୍ବାଳ, ଲକ୍ଷ୍ମଣନାଥ ଦାସ ,ଗୌରୀଶଙ୍କର ପ୍ରଧାନ, ପ୍ରକାଶଚନ୍ଦ୍ର ପାଢୀ,ଅକ୍ଷୟ ଦାସ, କିଶୋରୀ ମୋହନ କର, କୁନ୍ତଳା ସାହୁ,ସୁବାସିନୀ ଧଳ, ଗାୟତ୍ରୀ ପାତ୍ର, ଉଷାରାଣୀ ନାୟକ,ସଂଯୁକ୍ତା କର, ହୃଷିକେଶ ପଣ୍ଡା, ନିରଞ୍ଜନ ପ୍ରଧାନ, ସୂର୍ଯ୍ୟନାରାୟଣ ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା, ପ୍ରତାପ କୁମାର ରାୟ, ଯୋଗେଶ୍ବର ପ୍ରଧାନ, ରମେଶ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ସମସ୍ତ ସଦସ୍ୟ ଭିଏସଏସ ମାର୍କେଟ ପରିସରରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଘୁମୁରା ନୃତ୍ୟ କୁ ବିକୃତ କରି ପରିବେଷଣ ର ଦୃଢ଼ ପ୍ରତିବାଦ

ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‍ର ‘ନିରୋଗଶାଳା’ 

Sunil Chandra Nayak

ପ୍ରଗତି ଉତ୍କଳ ସଂଘ ଦ୍ଵାରା  ଜନସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜିତ

Sunil Chandra Nayak

Leave a Comment

error: Content is protected !!