ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା 

ଆଜି ଆଦିବାସୀ ଖେଳ ପଡିଆ ଗୁଣପୁର ଠାରେ ଦୁଇ ଦିନିଆ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଖମନପଡା ଫୁଟବଲଟିମ୍ ଆନୁକୁଲ୍ୟ ରେ ଉଦ୍ଦଘାଟନ ତାଙ୍କ ସୁପୁତ୍ର ଯୁବ ସମାଜସେବୀ ଚୌବନ ମାଝୀ ଙ୍କ କରକମଳ ରେ ଉଦ୍ଦଘାଟିତ ହୋଇ ଯାଇଛି। ଏଥିରେ 8ଟି ଦଳ ଭାଗ ନେଇ ଥିଲେ, ପ୍ରଥମ ମ୍ୟାଚ ର ଅତିଥି ଭାବରେ ବରିଷ୍ଠ କ୍ରୀଡା ଶିକ୍ଷକ ନାରାୟଣ ପଧାନ, ଶିକ୍ଷକ ତଥା କବି କ୍ଷିତିଶ ଚନ୍ଦ୍ର ମାଝୀ, ବରିଷ୍ଠ ଖେଳାଳୀ ତ୍ରିଲୋଚନ ଗୌଡିଆ, ଗାଡେବନ୍ଧ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି ଅଜିତ ସାହୁ ଯୋଗ ଦେଇ ଥିବା ବେଳେ ଅନ୍ୟାନ୍ୟ ଖେଳ ଗୁଡିକରେ ଗୁଣପୁର ଗୌନ୍ତିଆ କେତନ ମାଝୀ, ଦଶରଥ ଜାନୀ, ମହାଲକ୍ଷ୍ମୀ ଯୁବକସଂଘ ର ସଭାପତି ଗଣେଶ ମୁଣ୍ଡା, ସୁରେଶ ମାଝୀ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଖେଳରେ ଟକର୍ଲା, କୁସୁମ ପଡା, କେସିଙ୍ଗା ବୁଢ଼ାଡଙ୍ଗର ଫୁଟବଲ ଟିମ୍ ଓ ବୋର ଗୁଡା ଦଳ ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଫାଇନାଲ ଓ ସେମି ଫାଇନାଲ ଖେଳ ଆସନ୍ତା କାଲି ଖେଳା ଯିବ । ବିଜେତା ଓ ଉପ ବିଜେତା ଦଳ କୁ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଧାମନପୁର ପଞ୍ଚାୟତ ହାଇସ୍କୁଲ ଠାରେ ବିଜ୍ଞାନମେଳା ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁରରେ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ଓ ଲାଇନ୍ ମ୍ୟାନ ଦିବସ ପାଳିତ

Sunil Chandra Nayak

ସରକାର ପ୍ରତିଶ୍ରୁତି ପାଣିରେ ଗାର ! ରାଇରଙ୍ଗପୁର ରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ରାଜସ୍ଵ ଅମଲା ସଂଘର ୧୦ ଦଫା ଦାବି ନେଇ ସମୂହ ଛୁଟି; ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

Leave a Comment

error: Content is protected !!