ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା 

ଆଜି ଆଦିବାସୀ ଖେଳ ପଡିଆ ଗୁଣପୁର ଠାରେ ଦୁଇ ଦିନିଆ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଖମନପଡା ଫୁଟବଲଟିମ୍ ଆନୁକୁଲ୍ୟ ରେ ଉଦ୍ଦଘାଟନ ତାଙ୍କ ସୁପୁତ୍ର ଯୁବ ସମାଜସେବୀ ଚୌବନ ମାଝୀ ଙ୍କ କରକମଳ ରେ ଉଦ୍ଦଘାଟିତ ହୋଇ ଯାଇଛି। ଏଥିରେ 8ଟି ଦଳ ଭାଗ ନେଇ ଥିଲେ, ପ୍ରଥମ ମ୍ୟାଚ ର ଅତିଥି ଭାବରେ ବରିଷ୍ଠ କ୍ରୀଡା ଶିକ୍ଷକ ନାରାୟଣ ପଧାନ, ଶିକ୍ଷକ ତଥା କବି କ୍ଷିତିଶ ଚନ୍ଦ୍ର ମାଝୀ, ବରିଷ୍ଠ ଖେଳାଳୀ ତ୍ରିଲୋଚନ ଗୌଡିଆ, ଗାଡେବନ୍ଧ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି ଅଜିତ ସାହୁ ଯୋଗ ଦେଇ ଥିବା ବେଳେ ଅନ୍ୟାନ୍ୟ ଖେଳ ଗୁଡିକରେ ଗୁଣପୁର ଗୌନ୍ତିଆ କେତନ ମାଝୀ, ଦଶରଥ ଜାନୀ, ମହାଲକ୍ଷ୍ମୀ ଯୁବକସଂଘ ର ସଭାପତି ଗଣେଶ ମୁଣ୍ଡା, ସୁରେଶ ମାଝୀ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଖେଳରେ ଟକର୍ଲା, କୁସୁମ ପଡା, କେସିଙ୍ଗା ବୁଢ଼ାଡଙ୍ଗର ଫୁଟବଲ ଟିମ୍ ଓ ବୋର ଗୁଡା ଦଳ ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଫାଇନାଲ ଓ ସେମି ଫାଇନାଲ ଖେଳ ଆସନ୍ତା କାଲି ଖେଳା ଯିବ । ବିଜେତା ଓ ଉପ ବିଜେତା ଦଳ କୁ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର – ବିଶୋଇ ରାସ୍ତା କାଲାଝରି ପାଖରେ ବାଇକ ବାଇକ୍ ଆସନା ସାମ୍ନା, ଜଣେ ମୃତ ,ଦୁଇ ଗୁରୁତର

Sunil Chandra Nayak

ଜୁନାଗଡ଼ରେ ମହମ୍ମଦ ଜୟନ୍ତୀ ପାଳିତ

masiha

ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ଦ୍ୱାରା ବିଭିନ୍ନ ଶିଶୁ ଗୃହ ପରିଦର୍ଶନ 

masiha

Leave a Comment

error: Content is protected !!