ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟରେ କାର୍ ଗିଲ୍ ବିଜୟ ଦିବସ ପାଳନ

ନବରଙ୍ଗପୁର ମହାବିଦ୍ୟାଳୟରେ କାର୍ ଗିଲ୍ ବିଜୟ ଦିବସ ପାଳନ

ନବରଙ୍ଗପୁର:( ୨୭|୭)(ରବି ନାରାୟଣ ମହାନ୍ତି)ଅବସର ପରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପୂର୍ବତନ ସୈନିକ ଓ ସେନାଧିକାରୀ ଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରି ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଭାରତ ର ମହାନ୍ ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟ ରେ”କାରଗିଲ ବିଜୟ ଦିବସ” ଜାତୀୟ ସେବା ଯୋଜନା ୟୁନିଟ ୧, ୟୁନିଟ ୨ ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟ ରେ ଜାତୀୟ ସେବା ଯୋଜନା ର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଶମ୍ଭୁ ପ୍ରସାଦ ହୋତା ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥଲେ ଏଵଂ ସ୍ବେଛାସେବୀ ମାନଙ୍କୁ ଦେଶପ୍ରେମୀ ଓ ନିତିନିଷ୍ଠ ହେବାକୁ ଆହ୍ବାନ କରିଥଲେ।ସ୍ବେଛାସେବୀ ମାନଙ୍କୁ ପ୍ରତ୍ୟକ୍ଷ ଭାବେ ନିଜ ସାମରିକ ଜୀବନ ର ଅନୁଭୂତି ମର୍ମେ ମର୍ମେ ଉପଲବ୍ଧି କରାଇବା ପାଇଁ ସୈନ୍ୟ ବିଭାଗ ରୁ ସମ୍ମାନ ପୂର୍ବକ ଅବସର ଗ୍ରହଣ କରିଥିବା ହବଲ୍ ଦାର୍ ଶ୍ରୀଶ୍ରୀ ବିଭୂତି ଭୂଷଣ ନାଗ, ଶ୍ରୀନବୀନ ଚନ୍ଦ୍ର ଭତ୍ରା,ଶ୍ରୀ ରାଜେନ୍ଦ୍ର ନେଗୀ,ଶ୍ରୀ ଦୁର୍ଯୋଧନ ଭତ୍ରା,ଶ୍ରୀ ଦଶମୁ ଭତ୍ରା ଉପସ୍ଥିତ ରହି କାରଗିଲ ବିଜୟ ଦିବସ ର ଅତୀତ ଗୌରବ ଉପସ୍ଥାପନ କରିଥଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଡି ଗୋବିନ୍ଦା ରାଓ ସ୍ବେଛାସେବୀ ନିଜ ଜୀବନ ଶୈଳୀ କୁ ଏକ ସୈନ୍ୟ ଭଳି ସର୍ବଦା ଜାଗ୍ରତ ଏବଂ ସକ୍ରିୟ ରଖି କିପରି କର୍ତ୍ତବ୍ୟ ପଥରେ ଆଗେଇଯିବେ ସେଭଳି ପରାମର୍ଶ ପ୍ରଦାନ କରିଥିଲେ। ଜାତୀୟ ସେବା ଯୋଜନା ର ପୁର୍ବତନ ଜିଲ୍ଲା କାର୍ଯକ୍ରମ ଅଧିକାରୀ ଶ୍ରୀ ଦିଲୀପ କୁମାର୍ ହୋତା ମର୍ମସ୍ପର୍ଶୀ ସତ୍ୟଘଟଣା ଆଧାରିତ କାହାଣୀ ମାଧ୍ୟମରେ ଦିନଚର୍ୟା କିପରି ମାର୍ଜିତ ହୋଇପାରିବ ବ୍ୟାଖ୍ୟା କରିଥିଲେ। ଏତତ୍ ବ୍ୟତୀତ ଶ୍ରୀ ଅଧ୍ୟାପକ ଜୀତେନ୍ଦ୍ର କୁମାର ରଥ, ଅଧ୍ୟାପକ ଶ୍ରୀ ହରିଶ କୁମାର ଶବର, ଅଧ୍ୟାପିକା ସୁନୈନା ସମାସି, ଅଧ୍ୟାପିକା ଶ୍ରୀମତୀ ଶ୍ରୀୟା ତ୍ରିପାଠୀ ଉପସ୍ଥିତ ରହି ସ୍ବେଛାସେବୀ ଙ୍କୁ ଉତ୍ସାହିତ କରିଥଲେ।କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟ ରେ ପର୍ଯ୍ୟାବରଣ ପାଇଁ ବୃକ୍ଷ ର ମହତ୍ତ୍ଵ ଉପଲବ୍ଧି ପୂର୍ବକ ସ୍ବେଛାସେବୀ ଏଵଂ ଅତିଥି ବୃନ୍ଦ କେତେକ ମୂଲ୍ୟବାନ ବୃକ୍ଷ ମହାବିଦ୍ୟାଳୟ ପରିସର ରେ ରୋପଣ କରି ଏହାର ଯତ୍ନ ନେବାକୁ ସଂକଳ୍ପବଦ୍ଧ ହେଇଥିଲେ। ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଡ:ଜାହାଙ୍ଗୀର ମହମ୍ମଦ ଏବଂ ଶ୍ରୀମତୀ ମାନସୀ ମହାପାତ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଏକ୍ସଆରଏଫ ପ୍ରଶିକ୍ଷଣରୁ ଦ୍ୱତୀୟବାରରେ ବାଦ ଡ଼ିଡ଼ିସିଏ ସୋରେନ-ଜଣିଏ ଯୋଗ୍ୟ ଡ଼ିଡ଼ିସିଏ ରାଉଳ

masiha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସିଧାପ୍ରାସରଣ ଦେଖିଲେ ଜୁନାଗଡ଼ ବାସୀ

masiha

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ 

masiha

Leave a Comment

error: Content is protected !!