ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତମାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

  ତମାଖୁ ସେବନ ଯନ୍ତ୍ରଣାକୁ ନିମନ୍ତ୍ରଣ କରିଥାଏ….

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟ ସଚେତନତା କାର୍ଯ୍ୟକ୍ରମରେ  ତମାଖୁ ମୁକ୍ତ ବିଦ୍ୟାଳୟ ଭାବରେ ଲଖିରାମ ଅଗ୍ରଓ୍ବାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରା ସାମିଲ ହୋଇଛି।ତମାଖୁ ନିୟନ୍ତ୍ରଣ ସଂପର୍କିତ ଏକ କାର୍ଯ୍ୟକ୍ରମ ବେହେରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବେହେରାର ଅଧିକାରୀ ଡ. ଶୁଭଲକ୍ଷୀ ରାଉତ ଯୋଗଦେଇଥିଲେ।ମୂଖ୍ୟ ବକ୍ତାଭାବେ କିଶୋର ପଟେଲ,ଜନ ସ୍ବାସ୍ଥ୍ୟ ଅଧିକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପର୍ଲା।ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ କିଶୋର ଚନ୍ଦ୍ର  ନାଗ,ମହାଭାରତ ମହାବିଦ୍ୟାଳୟ ବିଜମରାର ଅଧ୍ୟାପକ ରମେଶ ଚନ୍ଦ୍ର ନିଆଲ,ଅଧ୍ୟାପକ ରଂଜନ କୁମାର ପଣ୍ଡା,ଅକ୍ଷୟ ପଟ୍ଟନାୟକ,ନିକୁଞ୍ଜ ବିହାରୀ ସାହୁ ମଞ୍ଚାସୀନ ଥିଲେ। ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ମହାବିଦ୍ୟାଳୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଂଯୋଜକ ମୋହନ ଚରଣ ବିଷି ସଭା ପରିଚାଳନା କରିଥିଲେ।ଏହି ଅବସରରେ ତମାଖୁ ସେବନର ଭୟାବହ  ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇ ତମାଖୁ ବର୍ଜନ ପାଇଁ ଶପଥ ପାଠ କରାଯାଇଥିଲା।ଏହି କ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ତର୍କ ପ୍ରତିଯୋଗିତାରେ ଅମ୍ବିକା ପ୍ରଧାନ ଓ ରିମା ନାଏକ ପ୍ରଥମ,ନରେନ୍ଦ୍ର ଖମାରୀ  ଦ୍ବିତୀୟ,ରମାକାନ୍ତ ଲହଜଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।ମହାବିଦ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତାରେ ଏକ ରାଲି କରାଯାଇ ପଥଚାରୀ ମାନଙ୍କୁ ତମାଖୁ ସେବନ ବର୍ଜନ କରିବା ପାଇଁ ସଚେତନ କରାଯାଇଥିଲା।ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର  ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଫକୀର ଚଣ୍ଡି, ଅଶୋକ ଚଣ୍ଡି,ସାନୁର୍ଯ୍ୟ ଗୋପାଳ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବାହାଡ଼ା ଗଚ୍ଛ ଉପରେ ଭାଲୁ :ଭାଲୁ ଦେଖି ଗ୍ରାମବାସୀ ଭୟଭୀତ

Sunil Chandra Nayak

ରାଇରଙ୍ଗପୁର ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ‘ମାସା’ ତରଫରୁ ଦାବିପତ୍ର

masiha

Rashtriya Ekta Diwas Observed at DRM Office, Rayagada

Sunil Chandra Nayak

Leave a Comment

error: Content is protected !!