ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ଶିକ୍ଷଣ ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ମାତୃଭାଷା ଦିବସ ପାଳିତ

ଢେ଼ଙ୍କାନାଳ(ମ ସୀ ହା) ଗତ ୨୧ ତାରିଖ ଦିନ ଜନ ଶିକ୍ଷଣ ସଂସ୍ଥାନ,ଢେ଼ଙ୍କାନାଳ ତରଫରୁ ଏହାର କାର୍ଯ୍ୟାଳୟ ପରିସରରେ ଅନ୍ତଃରାଷ୍ଟ୍ରୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ନେହେରୁ ଯୁବ କେନ୍ଦ୍ରର ଅତିରିକ୍ତ ନିର୍ଦ୍ଦେଶକ ଅଶୋକ କୁମାର ଦାଶ, ମୂଖ୍ୟ ବକ୍ତା ଭାବେ ଏସ ଏସ ଷଡ଼ଙ୍ଗୀ ମହାବିଦ୍ୟାଳୟ ର ଅଧ୍ୟାପକ ସୁବାଷ ଚନ୍ଦ୍ର ମହାରଣା, ଅନ୍ୟତମ ମୂଖ୍ୟ ଅତିଥି କବୟିତ୍ରୀ ତଥା ସମାଜ ସେବୀ ସୁଶ୍ରୀ କାଦମ୍ବରି ମହାଖୁଡ, ସଂସ୍ଥାନର ନିର୍ଦ୍ଦେଶକ ମାନସ ରଞ୍ଜନ ଦାସ, ସଂସ୍ଥାନ ର କାର୍ଯ୍ୟକ୍ରମ ଅଧିକାରୀ ସଞ୍ଜୟ କୁମାର ରାଉତ ସମେତ ସମସ୍ତ କର୍ମଚାରୀ,୩ ଜଣ ପ୍ରଶିକ୍ଷିକା ଓ ୫୨ଜଣ ହିତାଧକାରୀ ଉପସ୍ଥିତ ଥିଲେ l ଉକ୍ତ କାର୍ଯକ୍ରମ ରେ ଅତିଥିମାନଙ୍କ ଦ୍ଵାରା ମାତୃଭାଷା ଦିବସ ପାଳନର ମହତ୍ତ୍ଵ ଓ ଗୁରୁତ୍ଵ ଉପରେ ଭାଷଣ ପ୍ରଦାନ କରାଯାଇଥିଲା l ଏହି ପରିପ୍ରେ୍ଷୀରେ ରେ ହିତାଧିକାରି ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା l ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ l ପରିଶେଷ ରେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ରାଉତ୍ ଧନ୍ୟବାଦ୍ ଅର୍ପଣ କରିଥିଲେ l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରି ଫଟୋଚିତ୍ର ପ୍ରଦର୍ଶନୀ, ଦସ୍ତଖତ ଅଭିଯାନ

Sunil Chandra Nayak

ନଟାକଟାରେ ଖୋଲିଲା ଜଳଛତ୍ର 

masiha

ଆର୍ଥୀକ ସଂସ୍ଥା ରେ ଜମାକାରୀ କ୍ଷତି ଗ୍ରସ୍ତ ମିଳିତ ମଞ୍ଚ ଙ୍କ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!