ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ! ଗ୍ରେଡ ପରେ ବୃଦ୍ଧି ଦାଵି ନେଇ ୧୩ ଦିନରେ ପହଞ୍ଚିଲା ଅମଲାଙ୍କ ଧାରଣା,ଅଭିନବ ଉପାୟ ଧାରଣା;ପୂର୍ଣେଶ୍ବର ମନ୍ଦିରରେ ଦୀପ ପ୍ରଜ୍ବଳନ 

ମୟୂରଭଞ୍ଜ -୧୩/୬ (ମସିହା)ଗ୍ରେଡ ପରେ ବୃଦ୍ଧି ଦାବିରେ ବାମନଘାଟି ଅମଲା ସଂଘ ତରଫରୁ ସମୂହ ଛୁଟି ଆଜି ୧୩ ଦିନରେ ପହଞ୍ଚିଛି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଜି ଅଭିନବ ଉପାୟରେ ଅମଲା ସଂଘ ଧାରଣା ଜାରି ରଖିଛନ୍ତି ।ଆଜି ରାଇରଙ୍ଗପୁର କୁଚେଇବୁଢିସ୍ଥ ପୂର୍ଣେଶ୍ବର ଶୈବ ପୀଠରେ ଅଖଣ୍ଡ ଦୀପ ପ୍ରଜ୍ବଳନ ସହ ଧାରଣା ରଥ ଥିଲେ ।ଅନ୍ୟପଟେ ଦିର୍ଘ ୧୩ ଦିନ ହେଲା ବାମନଘାଟୀ ଉପଖଣ୍ଡର ସବୁ ଦପ୍ତର ତଥା ରାଜସ୍ଵ ବିଭାଗ ଟ୍ରଜେରୀ,ସଵ ରେଜିଷ୍ଟ୍ରାର, ସ୍ବାସ୍ଥ୍ୟ, ଶିକ୍ଷା,ଗ୍ରାମ୍ୟ ନିର୍ମାଣ ,ପୂର୍ତ୍ତବିଭାଗ,ବ୍ଳକ,ପାନୀୟ ଜଳ ବିଭାଗ,ବନ ବିଭାଗ,ମୂର୍ତିକା ସଂରକ୍ଷଣ ବିଭାଗ, ସମେତ ଅନ୍ୟାନ୍ୟ ବିଭାଗରେ ସମସ୍ତ ଦପ୍ତର ଆଜି ପର୍ଯ୍ୟନ୍ତ ଶୂନଶାନ ।ଅମଲାଙ୍କ ଅନୁପସ୍ଥିତି ପାଇଁ ସାଧାରଣ ଲୋକ କାମ କରି ନ ପାରି ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୋଇ ଖାଲି ହାତରେ ଫେରୁଛନ୍ତି ।ଅଫିସର ଥିବା ଅଫିସରେ କ୍ଲାର୍କ ନାହାନ୍ତି କହି ଲୋକଙ୍କୁ ପଠେଇ ଦେଇଛନ୍ତି।ଫାଇଲ ଓ ଟେବୁଲ ଛାଡି ସମୂହ ଆନ୍ଦୋଳନରେ କର୍ମଚାରୀ । କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ।ଅମଲା ମାନଙ୍କର ଦାବି ୨୦୧୭ ରୁ ସରକାର ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ।ହେଲେ ସେହି ଅନୁସାରେ ଆଜିଯାଏଁ ଦରମା ୧୯୦୦ ଗ୍ରେଡ ପେ ପ୍ରଦାନ କରାଯାଉଛି । ତେଣୁ ସେମାନଙ୍କ ଏକମାତ୍ର ଦାବି ସମାନ କାମକୁ ସମାନ ଦରମା ନୀତି ର ଉଲ୍ଲଙ୍ଘନ କରାଯାଉଛି । ତେଣୁ ସେମାନଙ୍କୁ ଲେବଲ ୯ ରେ ୪୨୦୦ ଟଙ୍କା ବୃଦ୍ଧି କରିବାକୁ ଦାବି କରି ଆସୁଛନ୍ତି । ଏଥିପାଇଁ ଗତ ମେ ପହିଲାରୁ ଗୋଟିଏ ମାସ ପାଇଁ ସରକାରଙ୍କୁ ନିଷ୍ପତ୍ତି ଶୁଣାଇବା ପାଇଁ ଅନୁରୋଧ କରାଯାଇଥିଲା । ସେହିଭଳି ସେ ୨୨ ରୁ ୩୧ ତାରିଖ ଯାଏଁ କଳା ଵ୍ଯାଜ୍ ପିନ୍ଧି ପ୍ରତିବାଦ ଜଣାଇବା ସହ ଜୁନ ପହିଲାରୁ ଅନିର୍ଦ୍ଦିଷ୍ଟ ଦିନ ପାଇଁ ସମୂହ ଛୁଟିରେ ଯିବାକୁ ଚେତାବନୀ ଦିଆଯାଇଥିଲା ।ତା ଭିତରେ ସରକାର ସେମାନଙ୍କ ନାର୍ଯ୍ଯ ଦାବି ପ୍ରତି ଅଣଦେଖା କରିବାରୁ ଜୁନ ପହିଲାରୁ ସମୂହ ଛୁଟିରେ ରହିବା ସହ ଧାରଣାରତ ରହିଛନ୍ତି । ଆଜିର ଧାରଣାରେ ଜିଲ୍ଲା ସଂଘର ଆବାହକ ଅସିତ ମହାକୁଡ଼,ଅନୁପ ଆଗ୍ରା, ପ୍ରସାଦ ବେହେରା, ଅରବିନ୍ଦ ଗିରି, ମହେଶ୍ୱର ସିଂ,ରଣଜିତରଜକ,ଅମରଦୀପ ରାୟ,ଅଜିତ ସାହୁ, ଗୌରୀ ଶଙ୍କର ସାମନ୍ତରାୟ,ଶ୍ବେତା ପାଲ,ବାଲେ କିସ୍କୁ,ସିପିକା ମହାନ୍ତ,ଅମ୍ବିକା ମାଝୀ,ବାଦଲ ମୁର୍ମୁ ଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ । ସେମାନଙ୍କର ଏକମାତ୍ର ସରକାରଙ୍କୁ ଅନୁରୋଧ ସେମାନଙ୍କ ଦାବି ପ୍ରତି ସରକାର ଧ୍ୟାନ ଦେଇ ସମାଧାନର ରାସ୍ତା ଫିଟାନ୍ତୁ ଏବଂ ଯେତେ ଶିଘ୍ର ସମାଧାନ ହେବ ସେତେ ଶିଘ୍ର ସେମାନେ କାର୍ଯ୍ୟରେ ଯୋଗ ଦେବେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବ୍ୟଙ୍ଗ କବିତା ସଂକଳନ “ଜଷ୍ଟ ଗୁଟେ”ର ଲୋକାର୍ପଣ

ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଗ୍ରସ୍ତ ପୂର୍ବରୁ ତାଳଚେର ଉପ-ଜିଲ୍ଲାପାଳଙ୍କ ବହୁ ପ୍ରତିକ୍ଷୀତ ତାଳଚେର ମେଡିକାଲ୍ କଲେଜ୍ ସଂଜ୍ଞାନ ନେବା ଖୁବ୍ ଶୀଘ୍ର ଚାଲିବା ସାଧାରଣରେ ଆଶା ବୁଣିଛି 

Sunil Chandra Nayak

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

Sunil Chandra Nayak

Leave a Comment

error: Content is protected !!