ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରଗଡର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଫିଡ୍ ପକ୍ଷରୁ ଡାକ୍ତରୀ ପଢ଼ିବା ପାଇଁ ଗରୀବ ସରିତା କୁ ସହାୟତା

ବରଗଡର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଫିଡ୍ ପକ୍ଷରୁ ଡାକ୍ତରୀ ପଢ଼ିବା ପାଇଁ ଗରୀବ ସରିତା କୁ ସହାୟତା

ବରଗଡ଼, ୨୭/୮: ବରଗଡର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଫିଡ୍ (ଫାଉଣ୍ଡେସନ ଫର୍ ଏଜୁକେଶନାଲ ଆଣ୍ଡ ଇକୋନୋମିକ ଡେଭଲପମେଣ୍ଟ) ତରଫରୁ ସରିତା କଲାରିଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇଛି। ପ୍ରକାଶ ଥାଉକି ବରଗଡ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ବୁଡ଼ାମାଲ୍ ଗ୍ରାମର ଶ୍ରୀ ଧନେଶ୍ୱର କଲାରିଙ୍କ ଝିଅ ସରିତା କଲାରି NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ର ସରକାରୀ ମେଡିକାଲ କଲେଜ(MKCG MCH) ରେ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ପରିବାରର ଆର୍ଥିକ ସ୍ଥିତି ଖରାପ ହେବା ଯୋଗୁଁ ସେ ତାଙ୍କର ଝିଅ ସରିତାର ଆଡ଼ମିଶନ କରିବା ପାଇଁ ସକ୍ଷମ ନଥିଲେ ଏଵଂ ଫିଡ୍ ଟ୍ରଷ୍ଟ, ବରଗଡ଼ ର ଦ୍ଵାରସ୍ଥ ହୋଇଥିଲେ। ଫିଡ୍ ଟ୍ରଷ୍ଟ ତରଫରୁ ଚେୟାରମେନ ଶ୍ରୀ ଫଣୀନ୍ଦ୍ର କୁମାର ତାଣ୍ଡିଙ୍କ ସୁପାରିଶ କ୍ରମେ ଶ୍ରୀ କ୍ରିଷ୍ଣା ସୁନା, ଶ୍ରୀ ରମେଶ ନାଗ, ଶ୍ରୀ ଗୌର କନ୍ଧ, ଶ୍ରୀ ମନୋଜ ମହାନନ୍ଦ, ଶ୍ରୀ ଲକ୍ଷ୍ମଣ ଛୁରିଆ, ଶ୍ରୀ ନରେଶ ତାଣ୍ଡି, ଶ୍ରୀ ପ୍ରମୋଦ କୁମ୍ଭାର, ଶ୍ରୀ ନିମାଇଁ ମହାନନ୍ଦ ଓ ଶ୍ରୀମତୀ କଲ୍ୟାଣୀ ମହାନନ୍ଦ ପ୍ରମୁଖ ବୁଡ଼ାମାଲ ଗ୍ରାମକୁ ଯାଇ ସରିତା ର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆର୍ଥିକ ସହାୟତା ସ୍ୱରୂପ ତିରିଶ ହଜାର ଟଙ୍କା (୩୦୦୦୦/-)ର ଏକ ଚେକ୍ ପ୍ରଦାନ କରିଛନ୍ତି। ଏହି ସମୟରେ ପିତା ଧନେଶ୍ୱର କଲାରି ଏବଂ ପତ୍ନୀ ପଦ୍ମିନୀ କଲାରୀ ଉପସ୍ଥିତ ଥିଲେ। ଗରିବ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠପଢାରେ ଆଗେଇ ନେବା ପାଇଁ ଫିଡ୍ ଟ୍ରଷ୍ଟର ଏହି ପ୍ରୟାସକୁ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।

ବ୍ୟୁରୋ ରିପୋର୍ଟ….

Related posts

ନୂଆପଡ଼ାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ଜିଲ୍ଲାକୁ ଶତ ପ୍ରତିଶତ ସାକ୍ଷର କରିବାକୁ ସାମୂହିକ ପ୍ରୟାସର ଆହ୍ୱାନ

Sunil Chandra Nayak

ରାଜ୍ୟପାଳଙ୍କ ଦ୍ଵାରା ଲକଡାଉନ ଓ ଏନ ଏନକାଉଣ୍ଟର ୱିଥ ଡେଥ ଉନ୍ମୋଚିତ

Sunil Chandra Nayak

ଅଞ୍ଚଳା ପଞ୍ଚାୟତ ରେ ବିକାଶ ବାହନ ଯାତ୍ରା 

masiha

Leave a Comment

error: Content is protected !!