ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମ୍ ଏସ ଏସ ବି ଏମ ହାତୀଓଟ ରେ ରକ୍ଷା ବନ୍ଧନ ଉତ୍ସବ ଏବଂ ପରିବେଶ ସୁରକ୍ଷା ସଂକଳ୍ପ କାର୍ଯ୍ୟକ୍ରମ

ଏମ୍ ଏସ ଏସ ବି ଏମ ହାତୀଓଟ ରେ ରକ୍ଷା ବନ୍ଧନ ଉତ୍ସବ ଏବଂ ପରିବେଶ ସୁରକ୍ଷା ସଂକଳ୍ପ କାର୍ଯ୍ୟକ୍ରମ

ପୋଲସରା , ୨୭/୦୮ ପୋଲସରା ବ୍ଲକ୍ ହାତୀଓଟ ସ୍ଥିତ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଏବଂ ପରିବେଶ ସୁରକ୍ଷା ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇତ୍ୟବସରରେ ସମସ୍ତ ଗୁରୁମା ମାନଙ୍କ ଦ୍ଵାରା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ହନୁମାନଙ୍କୁ ରାକ୍ଷୀ ଲାଗି କରିବା ପରେ ବିଦ୍ୟାଳୟର ସମସ୍ତ ଶିଶୁ ପରସ୍ପର ମଧ୍ୟରେ ରକ୍ଷା ବନ୍ଧନ କରିବା ସହିତ ବୃକ୍ଷ ରୋପଣ କରି ଓ ବୃକ୍ଷକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷାର ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ସନ୍ତୋଷ କୁମାର ପାତ୍ର ,ସଂପାଦକ ସନ୍ତୋଷ କୁମାର ମହାରଣା,ସହସଂପାଦକ ଜଗନ୍ନାଥ ସାହୁ,କୋଷାଧ୍ୟକ୍ଷ କୁମୁଦଚନ୍ଦ୍ର ଦାଶ,ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କ ସମେତ ସମସ୍ତ ଗୁରୁମା,ମାଉସୀମା,ବାହନ ପ୍ରମୁଖ ଭାଇ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହିପରି ଭାବେ ପୋଲସରା କାଳୀ ମନ୍ଦିର ସାହି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତୋଟାସାହି ଦେବୀ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ଭବନ ଏବଂ ଅଞ୍ଚଳ ସ୍ଥିତ ଅନ୍ୟ ସମସ୍ତ ଉକ୍ତ ଅନୁଷ୍ଠାନ ଗୁଡ଼ିକରେ ବହୁ ଉତ୍ସାହ, ଉଦ୍ଧୀପନା ଓ ଭକ୍ତିଭାବ ସହକାରେ ଏହି ପବିତ୍ର ଭାଇ ଭଉଣୀର ଭଲପାଇବା ସଂପର୍କ ସ୍ୱରୂପ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି।

Related posts

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭାରତ ସରକାର, ବ୍ରହ୍ମପୁର କାର୍ଯ୍ୟାଳୟ ଦ୍ୱାରା ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

Sunil Chandra Nayak

ଯୁଗ୍ମ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ 

masiha

ପନିପରିବା ଦର ବୃଦ୍ଧି ଚିନ୍ତାରେ ଖାଉଟି; ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ଛାଟ 

Sunil Chandra Nayak

Leave a Comment

error: Content is protected !!