ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ନେଇ ଜନପ୍ରତିନିଧିଙ୍କ ପକ୍ଷରୁ ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଦାବିପତ୍ର ସହ ଆଲୋଚନା 

ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ନେଇ ଜନପ୍ରତିନିଧିଙ୍କ ପକ୍ଷରୁ ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଦାବିପତ୍ର ସହ ଆଲୋଚନା 

ମୟୂରଭଞ୍ଜ -୨/୧୨ ( ମସିହା) ବିଜୟଓ୍ବାଡା- ରାଞ୍ଚି ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର – ତିରିଂ ରାସ୍ତାର ର ପେଟ ଭିତରେ ଦେଇ ଯାଇଛି ।ଏହି ରାଜପଥ ରାଇରଙ୍ଗପୁର ରୁ ତିରିଂ ରାସ୍ତା ଅମାନିଆ ଲୌହଦାନବ ନେଇ ମରଣଯନ୍ତା ପାଲଟିଛି । କେନ୍ଦୁଝରରୁ ଟାଟା ନଗର ଆସୁଥିବା ଲୌହ ବୋଝେଇ ଲୌହ ଟ୍ରକ ସମେତ ଅନେକ ଭାରିଯାନ କୌଣସି କୌଣସି କାରଣରୁ ଭାରସାମ୍ୟ ହରାଇ ସାଧାରଣ ଜନତା ,ରାସ୍ତାକଡ ଘର,ଦୋକାନ, ପଥଚାରୀ ଙ୍କୁ ଧକ୍କା ଦେଇ ଅମୂଲ୍ୟ ଜୀବନ,ଧନ ନଷ୍ଟ କରୁଛନ୍ତି ।ଏହି ରାସ୍ତା ଲୋକଙ୍କ ପାଇଁ ଭଲ ହେବା ଅପେକ୍ଷା ଅଭିଶାପ ପାଲଟିଛି ମାସକ ମଧ୍ୟରେ ଦୁଇ ଚାରିଟା ଦୁର୍ଘଟଣା ଘଟୁଛି । ନିକଟରେ ଵହଳଦା ତେନ୍ତଳା ପୋଲ ପାଖରେ ଜଣେ ବାଇକ୍ ଆରୋହୀକୁ ଟ୍ରକ ଧକ୍କାରେ ମୃତ୍ୟୁ ହୋଇଥିଲା । ସେହିଭଳି ଦାଣ୍ଡବୋଷ ରାସ୍ତା କଡ଼ରେ ଟାଟା ଆଡୁ ଆସୁଥିବା ଟ୍ରକ ଘର ଉପରେ ଚଢ଼ି ଯାଇଥିଲା ଯାହାଫଳରେ ଶୋଇଥିବା ଅବସ୍ଥାରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ଶନିବାର ଦିନ ତିରିଂ ର ବଡଡାଳିମାରେ ଜଣେ ପଥଚାରୀ ସମେତ ଵହଳଦାର ବାଗଡେଗାରେ ଅଟୋକୁ ଧକ୍କା ଦେବା ଫଳରେ ରୋଗୀ,ଅଟୋ ଚାଳକ ଏବଂ ଜଣେ ମହିଳାଙ୍କ ର ମୃତ୍ୟୁ ହୋଇଥିଲା । ବାରମ୍ବାର ଦୁର୍ଘଟଣା ଯୋଗୁଁ ସାଧାରଣ ଜନତା, ଛାତ୍ରଛାତ୍ରୀ ଜାତୀୟ ରାଜପଥରେ ଯିବା ଆସିବା ପାଇଁ ଭୟ କରୁଛନ୍ତି ‌ଏହି ସଵୁ ଦୁର୍ଘଟଣାକୁ ନେଇ ସାଧାରଣ ଜନତା ରାସ୍ତା ଅବରୋଧ ଓ କ୍ଷତିପୂରଣ ଦାବି କରୁଛନ୍ତି । ଘଣ୍ଟା ଘଣ୍ଟା ଧରି ରାସ୍ତା ଯାମ ରହୁଛି ।ପ୍ରଶାସନ, ପୋଲିସ,ଜନତା ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ସମାଧାନ ପାଇଁ ନାକେଦମ ହେଉଛନ୍ତି । ତେଣୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ବାମନଘାଟୀ ଉପଖଣ୍ଡର ଜନପ୍ରତିନିଧି ମାନେ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଏବଂ ଏସଡିପିଓଙ୍କୁ ଲିଖିତ ଦାବିପତ୍ର ପ୍ରଦାନ ସହ ଏହା ପ୍ରତି ପ୍ରାଥମିକତା ଦେବାପାଇଁ ଅନୁରୋଧ କରିଛନ୍ତି ‌। ସେମାନଙ୍କ ଦାବି ହେଲା ରାଇରଙ୍ଗପୁର – ତିରିଂ ରାସ୍ତାରେ ଛକକୁ ଛକ ସିସି କେମେରା ବ୍ୟବସ୍ଥା, ପୂର୍ବାହ୍ନ ୧୦ ଘଟିବାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ପରିବହନ ଟ୍ରକକୁ ପ୍ରଵେଶ ନିଷେଧ,ଟ୍ରକର ଗତି ନିୟନ୍ତ୍ରଣ,ଟ୍ରକ ଡ଼୍ରାଇଭରକୁ ମଦ୍ୟପାନ ପରୀକ୍ଷା କରିବା ପ୍ରମୁଖ ଦାବି ଥିଲା । ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ଉପଜିଲ୍ଲାପାଳ ଏବଂ ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ଏହା ଉପରେ ନିଶ୍ଚିତ ଭାବରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ ।

 ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ତିରିଂ ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ,ଜାମଦା ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ରମ,ଜାମଦା ଜିଲ୍ଲା ପରିଷଦ ସଦସ୍ଯ ବାବୁଲା ଟୁଡୁ,ଫାଗୁରାମ ମାରାଣ୍ଡି, ଶାଶ୍ବତ ବଳ,ବାବୁଲା ପାତ୍ର,ଜାମଦା ବ୍ଳକ ପୂର୍ବତନ ଅଧ୍ୟକ୍ଷ କାରାନ ମାରାଣ୍ଡି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପଜିଲ୍ଲାପାଳ ଏବଂ ଏସଡିପିଓଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଅଞ୍ଚଳ ପାଇଁ ଗୌରବ ଆଣିଲେ ଶାଶ୍ୱତ ସୌମ୍ୟକାନ୍ତ

Sunil Chandra Nayak

ସରକାରୀ ସ୍ନାତକ ମହାବିଦ୍ୟାଳୟ କୋଷାଗୁମୁଡା ଠାରେ ମହିଳା ଓ ଛାତ୍ରୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଥୁଆମୂଳ ରାମପୁର ବ୍ଲକ୍ ଠାରେ ଓଡିଶା ଡ୍ରାଇଭର ମହାସଂଘ ଦିବସ ପାଳିତ 

masiha

Leave a Comment

error: Content is protected !!