ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ 

ଅଖି ମୁଠି ଅନୁକୂଳ କଲେ ମୁଖ୍ୟ ଅତିଥି ଜିଲ୍ଲାପାଳ କଳାହାଣ୍ଡି

ଭବାନୀପାଟଣା ତା ୨୩.୪.୨୦୨୩: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇ କୃଷି ବିଜ୍ଞାନ କେନ୍ଦ୍ର ପରିସର ରେ ଥିବା ଜମିରେ ଭୂମି ପୂଜନ କରି ଅଖି ମୁଠି ଅନୁକୂଳ କରିଥିଲେ।ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ରୂପେ ସି ଡି ଏ ଓ ପ୍ରଫୁଲ୍ଲ ସେଠୀ, ଡି ଡି ଏଚ୍ କିଶୋର କୁମାର ମହାଲିଂଗ, ଭବାନୀପାଟଣା ବିଧାୟକ ପ୍ରତିନିଧି ମନୋଜ ସାହୁ,ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଡି ଡି ଏମ ନାବାର୍ଡ ମହେଶ୍ୱର ଦାସ, ଡି ଆଇ ପି ଆର୍ ଓ ମନୋଜ ବେହେରା,କୃଷି ବିଜ୍ଞାନ ମୁଖ୍ୟ ଡ ଅମିତାଭ ପଣ୍ଡା, ଆର୍ ଆର୍ ଟି ଟି ଏସ ମୁଖ୍ୟ ଡ ଭବାନୀ ଶଙ୍କର ନାଏକ , କଳାହାଣ୍ଡି କୃଷି ମହାବିଦ୍ୟାଳୟ ପ୍ରାଧ୍ୟାପକ ଡ଼ ସନ୍ଦିପ୍ତ ନାୟକ, ନିର୍ବାହୀ ଯନ୍ତ୍ରୀ କୃଷି ଜଗବନ୍ଧୁ ମାହାଲି ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଏବଂ ସମ୍ମାନିତ ଅତିଥି ଗଣ ନିଜ ବକ୍ତବ୍ୟରେ କୃଷି ଓ କୃଷକ ସଶକ୍ତିକରଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇ କୃଷି ଭିତ୍ତିକ ଉଦ୍ୟୋଗ ସହ ମିଶ୍ରିତ ଚାଷକୁ ଗୁରୁତ୍ବ, ମୃତ୍ତିକା ପରୀକ୍ଷା,ଯାନ୍ତ୍ରିକକରଣ, ବୈଷୟିକ ଜ୍ଞାନ କୌଶଳ ର ବ୍ୟବହାର, ଅଧିକ ଧାନ ଚାଷ ପରିବର୍ତ୍ତେ ଅଣ ଧାନ ଫସଲ ପନିପରିବା,ଡାଲି, ତୈଳବୀଜ,କପା,ଫଳ, ମତ୍ସ୍ୟ , ମିଲ୍ଲେଟ ଜାତୀୟ ଚାଷପାଇଁ ଅଧିକ ଉଦ୍ୟମ କରନ୍ତୁ ଏବଂ ଏହାଦ୍ବାରା ଚାଷୀମାନଙ୍କର ଆୟ ଅଧିକ ହୋଇପାରିବ ବୋଲି କହିଥିଲେ।ଏହି ଅବସରରେ ୬ ଜଣ ଚାଷୀ ଙ୍କୁ ତାଙ୍କର ଚାଷରେ ଉଲ୍ଲେଖନୀୟ ଉନ୍ନତି ଯୋଗୁଁ ମୂଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରଯାଇଥିଲା। ସାନଖଇରମାଲ ର ଚାଷୀ ଶ୍ରୀ ଠାକୁର ଚନ୍ଦ୍ର ପ୍ରଧାନ, ଅମାଠ ର ଗୋ ପାଳନ ଚାଷୀ ଶ୍ରୀମତୀ ରଶ୍ମିତା ରଣା, ଜଗନ୍ନାଥପୂର ର ଗୋପାଳନ ଚାଷୀ ମନୋରଞ୍ଜନ ରାଜଗୁରୁ କେସିଙ୍ଗା ବ୍ଲକର ମାଟିଆ ର ପନିପରିବା ଉଦ୍ୟାନ ଚାଷୀ ଶ୍ରୀ ଗୋପବନ୍ଧୁ ସାହୁ,ମୃତ୍ତିକା ସଂରକ୍ଷଣ ପାଇଁ ଲଇତରା ର ଶ୍ରୀ କୃଷ୍ଣଚନ୍ଦ୍ର ମାଝୀ, ସାଲେଗାଁ ର ମତ୍ସ୍ୟ ଚାଷୀ ସରିତ୍ କୁମାର ଭୋଇ ଙ୍କୁ ଉପଢୌକନ ସହ ପ୍ରଶଂସା ପତ୍ର ପ୍ରଦାନ କରଯାଇଥିଲା। କୃଷି କାର୍ଯ୍ୟାଳୟ ର ଏ ଏ ଓ ସ୍କୀମ ଅଧିକାରୀ ବିଶ୍ଵନାଥ ମହାପାତ୍ର ସଭାକୁ ପରିଚାଳନା କରିଥିଲେ। ମିଲ୍ଲେଟ୍ ମିଶନର ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କୁ ମାଣ୍ଡିଆ ଓ ଅନ୍ୟ କ୍ଷୁଦ୍ର ଶସ୍ୟ ରେ ପ୍ରସ୍ତୁତ ସ୍ଵାଦିଷ୍ଟ ଖିରି ବଣ୍ଟନ କରାଯାଇଥିଲା ।ସଭାରେ ଜିଲ୍ଲା ର ପ୍ରତ୍ୟେକ ବ୍ଲକରୁ ୫ ଜଣ ଚାଷୀ, ଗଣମାଧ୍ୟମ ପ୍ରତିନିଧି,କୃଷି,ଉଦ୍ୟାନ, ମତ୍ସ୍ୟ,ଜଳ ବିଭାଜିକା ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

A five day workshop on Enhancing Digital Literacy of School Teachers towards Women Empowerment 

ଗ୍ରାମାଞ୍ଚଳରେ ସ୍ୱଛତା ମିଶନ ଏବେ ଅବ୍ୟବସ୍ଥା ରେ ପରିଣତ, ରାସ୍ତାକଡ଼ ପାଲଟିଛି ମୁଜ୍ତାକାଶ ଶୌଚାଳୟ 

masiha

ଲକ୍ଷପତି ଦିଦିଙ୍କୁ ରାଜନଗର ବ୍ଲକ ଜୀବିକା ମିଶନ ପକ୍ଷରୁ ମାନପତ୍ର ପ୍ରଦାନ

masiha

Leave a Comment

error: Content is protected !!