ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା = ହେ ଚାଷୀ ଭାଇ !

 ହେ ଚାଷୀ ଭାଇ !

   ଅପର୍ତ୍ତି ସେଠୀ

ନାହିଁ ନ ଥାଉ ବଳଦ ହଳ
      ତଥାପି ଅଛି କଳ,
କାଠ ନଙ୍ଗଳ‌ ନ ଥାଉ ପଛେ
      ଅଛି ତ ଟ୍ରାକଟର‌।
କରିଯା‌ ଚାଷ ହୋଇ ହରଷ
      କ୍ଷେତ ତୋ ଡାକିଲାଣି,
ଦେଖୁ ଦେଖୁ ତ ଅକ୍ଷି‌ ତୃତୀୟା
       ତିଥିଟି‌ ଆସିଲାଣି।
ଟିକେ ଅନ୍ତତଃ ସ୍ନାନ ସାରିତ‌
       ପିନ୍ଧିନେ ଧଳା ଧୋତି,
ଅକ୍ଷିମୁଠି‌ ତୁ ଶୀଘ୍ର ନେଇଯା
       ଚାହିଁଛି ବସୁମତୀ‌।
ଯେତେକ ଯାନି ଯାତ୍ରା ପରବ 
      ଓଡ଼ିଆ ପାଳୁଥାଏ‌,,
ଅକ୍ଷିତୃତୀୟା ସବୁଠୁଁ ବଡ଼
     ଚାଷୀଟି‌ ଭାବିଥାଏ‌।
ତୋଠାରୁ‌ ବଡ଼ କିଏ ଅଛିରେ
      ଏଇ ସଂସାର ମଧ୍ୟେ,
ଦେଉ ଆହାର ସାରା ସଂସାର
      ତୋହର ବଳ ସାଧ୍ଯେ।
ଏ ଶୁଭ ବେଳ ତୋ ଅନୁକୂଳ
       ବଡ଼ି ସକାଳୁ ଯାଇ,
ଗୁହାରୀ ଜଣା ବସୁମାତାକୁ
       ଭଲ ଅମଳ ପାଇଁ।
କୃଷକ ଦିନ ଓଡ଼ିଆ ଧନ୍ୟ
        ଶୁଭ ତ ରଥକାଠ,
କଳା ସାଆନ୍ତ ଖୁସି ହୁଏ ତ
        ଆସୁଛି ରଥ ଯାତ।
ଟଙ୍କାରେ କିଲେ ଚାଉଳ ମିଳେ
        ତୋ ହାତ ଟେକା ଅନ୍ନ,
କାଳିଆ ନାମେ ଯୋଜନା ମିଳେ
        ଚାଷୀକୁ‌ ପ୍ରୋତ୍ସାହନ।
କୃଷି ସାହାଯ୍ୟ ସରକାର ତ
       ଦେଉ ପଛକେ ଯେତେ,
କିଛି ଟଙ୍କାର ମୂଲ୍ୟ ବଦଳେ
       କେ କିଣି ପାରେ ତୋତେ?
ଡରିବୁ‌ ନାହିଁ କୃଷକ ଭାଇ
      ତୋ ପ୍ରଭୁ ଅଛି ଚାହିଁ,
ହଳ ମୂଷଳ‌ ଧାରଣ ନାଥ
     ସେହି ରେବତୀ ସାଇଁ‌।
ଚଷାର ପର୍ବ ଚଷାର ଗର୍ବ‌,
      ଚଷା‌ ଶ୍ରୀ ବଳଦେବ,
ଚଷାର ଦିଅଁ ଧବଳ ମୁହଁ
       ଜଗତେ ଚାହିଁଥିବ।

ପାଳକଣା‌, କୋରୋ‌, କେନ୍ଦ୍ରାପଡା

 

Related posts

ମଧୁମିତା ମିଶ୍ର ଙ୍କ କବିତା = ବ୍ୟାଖ୍ୟା =

Sunil Chandra Nayak

କବିତା( ‘ପ୍ରେମ’) ପ୍ରତିଯୋଗିତା ର ଫଳାଫଳ

masiha

ଅବିନାଶ ମହାପାତ୍ର ଙ୍କ କବିତା //  ପ୍ରେମରେ ଯାଇଛି ପଡି       

Sunil Chandra Nayak

Leave a Comment

error: Content is protected !!