ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆରମ୍ଭ …

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆରମ୍ଭ …

ପ୍ରଥମ ଦିନ ସ୍ପନ୍ଦନ ର ନାଟକ ପ୍ୟୁପା ମଞ୍ଚସ୍ଥ …..

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସହରର ୨୫ ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆଜି ଠାରୁ ସିଭିକ ସେଣ୍ଟର ଠାରେ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିବସରେ ସ୍ପନ୍ଦନ ପ୍ରାୟୋଜିତ ନାଟ୍ୟକାର ତଥା ନିର୍ଦ୍ଦେଶକ ଡ ସମର ମୁଦାଲି ଙ୍କ ନାଟକ ପ୍ୟୁପା ମଞ୍ଚସ୍ଥ କରାଯାଇଥିଲା। ଶୁଭଶ୍ରୀ ଦାଶ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକତ୍ର ର ସଭାପତି ରାଜୀବ ପାଣି ଓ ସାଧାରଣ ସମ୍ପାଦକ ସୁଦେଶ ନାୟକ ଙ୍କ ଆବାହକତ୍ଵରେ ଉଦଘାଟକ ଭାବେ ବିଧାୟକ ସାରଦା ପ୍ରସାଦ ନାୟକ, ମୁଖ୍ୟ ଅତିଥି ଭାବେ ଆରଏସପି ସହର ପ୍ରଶାସନର ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ , ମୁଖ୍ୟ ଦର୍ଶକ ଭାବେ ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନ ଓ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ରାଉରକେଲା ଏକ କଳା ସଂସ୍କୃତି ସହର। ଏକତ୍ର ର ଏହା ଏକ ଅଭିନବ ପ୍ରୟାସ ଓ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ। ଅନ୍ୟ ମାନଙ୍କୁ ସମାଲୋଚନା ନକରି ଅନ୍ୟମାନଙ୍କ ପାଇଁ ଆଲୋଚନା ର ବିଷୟବସ୍ତୁ ହୁଅନ୍ତୁ ବୋଲି ମନ୍ତବ୍ୟ ଦେଇ ଥିଲେ। ପ୍ରାରମ୍ଭରେ ଏକତ୍ର ର ଆବାହକ କୈଳାଶ ପାଣିଗ୍ରାହୀ ସ୍ବାଗତ ଭାଷଣ , ଉପଦେଷ୍ଟା ଡା କୃପାସିନ୍ଧୁ ନାୟକ ଓ ସଭାପତି ଶ୍ରୀ ପାଣି ସଭାପତିତ୍ବ ଅଭିଭାଷଣ ରଖିଥିଲେ।

ନାଟକ ପ୍ୟୁପା ର ବିଷୟବସ୍ତୁ ଏହିପରି, ଦୁନିଆରେ ଧନୀ ହେଉ କି ଗରିବ ବୋଲି କିଛି ନାହିଁ। ଏସବୁ ମଣିଷ ଗଢା । ରକ୍ତ କହିଲେ ଗୋଟିଏ ରକ୍ତ , ମଣିଷ ରକ୍ତ । ଧର୍ମ କହିଲେ ଗୋଟିଏ ଧର୍ମ। ମଣିଷ ଧର୍ମ, ଏଥିରେ କେହି ଛୋଟ ନାହିଁ କି ବଡ ନାହିଁ। ସେ ଧନୀ ହେଉ କି ଗରିବ ରୋଗରେ ସମସ୍ତେ ଶିକାର ହୁଅନ୍ତି। ସେଥିରେ ନଥାଏ ବାଛ ବିଚାର । ଏମିତି କିଛି ଲୋକ ଅଛନ୍ତି ଯେଉଁ ମଣିଷ ଚିହ୍ନିପାରେ ଅନ୍ୟର ହୃଦୟ କୁ,ବୁଝିପାରେ ଅନ୍ୟର କଷ୍ଟକୁ, ଅନ୍ୟର ଯନ୍ତ୍ରଣା କୁ । ଯାହା ପରକୁ ଆପଣାର କରିଦିଏ। ପର ହୋଇଯାଏ ନିଜର । ପ୍ରକୃତରେ ଏମିତି କଣ ସମ୍ଭବ । ଏହିଭଳି ଏକ ନାଟକକୁ ପରିକଳ୍ପନା ,ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ଡ ସମର ମୁଦାଲି । ସଂଗୀତ କୁ ଶକ୍ତି ପ୍ରସାଦ ମିଶ୍ର, ମଞ୍ଚସଜ୍ଜାରେ ଚିରଞ୍ଜିବୀ ମହାରଣା ଓ ନୃତ୍ୟ ନିର୍ଦ୍ଦେଶନା ଅନିତା ବଡାତ୍ୟା ଦେଇଥିବା ବେଳେ ଏଥିରେ ସର୍ବଶ୍ରୀ ଡ ସତ୍ୟନାରାୟଣ ମିଶ୍ର, ନରୋତ୍ତମ ସାମଲ, କ୍ଷୀରୋଦ କୁମାର ବଡାତ୍ୟା, ଶିଶିର ମୁଦାଲି, ରମେଶ ଚନ୍ଦ୍ର ଗୈାଡ,ଅନନ୍ୟା ବେହେରା, ଚିନ୍ମୟୀ ବେହେରା, ସୁପ୍ରିୟା ପଟ୍ଟନାୟକ, ଅନିତା ବଡାତ୍ୟା, ବନ୍ଦନା ଦାସ, ପ୍ରିୟଦର୍ଶିନୀ ପାଢ଼ୀ ପ୍ରମୁଖ ଅଭିନୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଆଲୋକ ବୋଷ,ପ୍ରଜ୍ଞାନନ୍ଦ ମହାନ୍ତି , ରମେଶ ଚନ୍ଦ୍ର ମହାନ୍ତି, ସରୋଜ ଶଙ୍ଖୁଆ,ସୁରେନ୍ଦ୍ର ପାଢ଼ୀ, ଅକ୍ଷୟ ଧଳ, ପ୍ରବୀର ଜେନା, ରାଜକୁମାର ମହାନ୍ତି, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ସୁଦେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ କଲ୍ୟାଣୀ ଦାସ ଓ ଶାନ୍ତି ଦାସ ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସତସଙ୍ଗ,ବଣଭୋଜି ଓ ସହ ଯୋଗ ଶିକ୍ଷକ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ବଣ୍ଟନ

Sunil Chandra Nayak

କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ତରଫରୁ ଷଷ୍ଠ ତମ ବାର୍ଷିକ ପ୍ରି-ଖ୍ରୀଷ୍ଟମାସ ପର୍ବ ବଡ଼ ଧୁମ ଧାମ ରେ ପାଳିତ

masiha

କେନ୍ଦୁପତ୍ର ଫଡ଼ିରେ ଶିଶୁଶ୍ରମିକ , ସତ କହିବାରୁ ମୁନ୍ସୀ ପଦବୀରୁ ନିଲମ୍ବିତ

Leave a Comment

error: Content is protected !!