ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ଗଣେଶ ଗ୍ୟାସ ଏଜେନ୍ସୀ ଆନୁକୁଲ୍ୟରେ ମହିଳାଙ୍କ ରାନ୍ଧଣା ପ୍ରତିଯୋଗିତା 

ରାଇରଙ୍ଗପୁର ରେ ଗଣେଶ ଗ୍ୟାସ ଏଜେନ୍ସୀ ଆନୁକୁଲ୍ୟରେ ମହିଳାଙ୍କ ରାନ୍ଧଣା ପ୍ରତିଯୋଗିତା

 ମୟୂରଭଞ୍ଜ- ୧/୧୨ ( ମସିହା)ରାଇରଙ୍ଗପୁର ର ଅଗ୍ରଣୀ ଗ୍ୟାସ ଏଜେନ୍ସୀ ଗଣେଶ ଗ୍ୟାସ ଏଜେନ୍ସୀ ଆନୁକୁଲ୍ୟରେ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମ ଥର ପାଇଁ ମହିଳାଙ୍କ ମଧ୍ୟରେ ରୋଷେଇ ପ୍ରତିଯୋଗିତା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଭାରତ ଗ୍ୟାସ କେବଳ ଗ୍ରାହକ ମାନଙ୍କୁ ରୋଷେଇ ସିଲିଣ୍ଡର ଯୋଗାଉଛି ତାହା ନୁହେଁ । ଏହା ମଧ୍ୟ ମହିଳାଙ୍କ ମଧ୍ୟରେ ଲୁକ୍କାୟିତ ସୃଜନଶୀଳତା କୁ ଗୁରୁତ୍ଵ ଦେଇଥାଏ ।ଗ୍ୟାସ ଚୁଲାର ବ୍ୟବହାର ,ରକ୍ଷଣ, ବେକ୍ଷଣ,ଯତ୍ନ ଉପରେ ମଧ୍ୟ ମହିଳାମାନଙ୍କୁ କର୍ମଶାଳା ମାଧ୍ୟମରେ ସଚେତନ କରାଉଛି ।ତଦସହ ମହିଳା ମାନଙ୍କ ମଧ୍ୟରେ ସୁସ୍ବାଦୁ ଖାଦ୍ୟ, ବ୍ୟଞ୍ଜନ, ଜଳଖିଆ ପ୍ରସ୍ତୁତ କରିବା ପାଇଁ ଉତ୍ସାହିତ କରୁଛି । ମହିଳା ମାନଙ୍କୁ ରୋଷେଇ ରେ ଉତ୍ସାହିତ କରାଇବା ପାଇଁ କେଉଁ ମହିଳା କେଉଁ ଖାଦ୍ୟ ପ୍ରସ୍ତୁତ କରିବାରେ ଶ୍ରେଷ୍ଠ ରୁଚି ଅଛି ଏବଂ ଲୋକଙ୍କ ମନ ଜିଣିପାରୁଛନ୍ତି ତାହାକୁ ଖୋଜ କରିବା ପାଇଁ ଭାରତ ଗ୍ୟାସ ତରଫରୁ ଗଣେଶ ଗ୍ୟାସ ଏଜେନ୍ସୀ ଦ୍ଵାରା ରାଇରଙ୍ଗପୁରସ୍ଥ ପିସିଏମ କଲ୍ୟାଣ ମଣ୍ଡପରେ ରାନ୍ଧଣା ପ୍ରତିଯୋଗିତା ଆୟୋଜନ କରିଥିଲା । ଏଥିରେ ଅତିଥିବୃନ୍ଦ ଇଂ ଖଗେଶ୍ବର କଳା, ସାମ୍ବାଦିକ ତୁଷାରକାନ୍ତ ମହାନ୍ତ,ଗଣେଷ ଗ୍ୟାସ ପ୍ରୋପାଇଟର ମିନତୀ ହାଁସଦା, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ଯଶୋଧାରା ମହାନ୍ତ,ଅଧ୍ୟାପକ ବିଜୟ ରାମ,,ସନ୍ତୋଷୀ ରାମ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ କହିଥିଲେ ଅନ୍ନ ବା ଖାଦ୍ୟ ହିଁ ଭଗବାନ ।ମଣିଷ ସୁସ୍ବାଦୁ ଖାଦ୍ୟ ଖାଇଲେ ଶରୀରର ସୁସ୍ଥ ରହିବା ସହିତ ମନ ପ୍ରଫୁଲ୍ଲିତ ରହିବ । ମନ ପ୍ରଫୁଲ୍ଲ ରହିଲେ ସକାରାତ୍ମକ ଚିନ୍ତା ରହିବ ।ବିଭିନ୍ନ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ଙ୍କ ଦ୍ଵାରା ୧୫ ରୁ ଉର୍ଦ୍ଧ୍ବ ଷ୍ଟଲ ପ୍ରଦର୍ଶିତ ହୋଇଥିଲା । ମହିଳାମାନେ ଆରିସାପିଠା,ସିଙ୍ଗଡ଼ା, ଆଳୁଚପ୍,   ଗୁଲୁଗୁଲା,ମାଣ୍ଡିଆ ପିଠା,ଆଳୁଚପ,ଚକୁଳି,ନିମିକି, ମଣ୍ଡାପିଠା,ପୁରି, କଚୋଡି,ପକୁଡି ପ୍ରଭୃତି ବିଭିନ୍ନ କିସମର ହାତ ତିଆରି ସୁସ୍ଵାଦୁ ଜଳଖିଆ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ ।ଅତିଥିଗଣ ବିଭିନ୍ନ ଷ୍ଟଲ ବୁଲିବା ସହ ବିଭିନ୍ନ ପ୍ରକାରର ଖାଦ୍ୟ ଚାଖିଥିଲେ । ରୋଷେଇ ପ୍ରତିଯୋଗିତାରେ ରଶ୍ମିତା ନାଏକ ପ୍ରଥମ,ଇନ୍ଦୁ ଶର୍ମା ଦିତୀୟ ଏବଂ ସୁଜାତା ଗିରି ତୃତୀୟ ହୋଇଛନ୍ତି । ଅତିଥିଗଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।ସମସ୍ତ ପ୍ରତିଯୋଗୀଙ୍କୁ ମିନତୀ ହାଁସଦା ଧନ୍ୟବାଦ ସହ ଆଗକୁ ଏହା ବଡ଼ ରକମର କରାଯିବ ବୋଲି କହିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ତେରେସିଂହା +୨ କଲେଜରେ ସଚେତନତା କର୍ମଶାଳା

masiha

ବାବା ପଞ୍ଚଲିଙ୍ଗେଶ୍ଵର ପୀଠ ନିକଟବର୍ତ୍ତୀ ଗୁତି ସାହି ରେ ବସ୍ତ୍ର ବଣ୍ଟନ

masiha

ଚାରି ଦଶନ୍ଧି ଧରି ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଶିକ୍ଷା, ସ୍ଵାସ୍ଥ୍ୟ ଓ ମୌଳିକ ସମସ୍ୟା ସମାଧାନ ଦିଗରେ ‘ପ୍ରେମ୍‌‍’ର ଅବଦାନ ଅବିସ୍ମରଣୀୟ : ମନ୍ତ୍ରୀ ବିଭୁତି ଜେନା

masiha

Leave a Comment

error: Content is protected !!