ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳର ପୂର୍ବତନ ଫେରାର ଟ୍ରେଜେରି ଅଫିସର ଗିରଫ

ହିନ୍ଦୋଳର ପୂର୍ବତନ ଫେରାର ଟ୍ରେଜେରି ଅଫିସର ଗିରଫ

ଢେଙ୍କାନାଳ (ମନିସ)22/11/25 — ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସବ଼ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ମନୋରଞ୍ଜନ ସାହୁ ଭିଜିଲାନ୍ସ ଦ୍ୱାରା ଗିରଫ କୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ସରକାରୀ ଅର୍ଥ ତୋଷାରପାତ ଅଭିଯୋଗରେ ହିନ୍ଦୋଳ ରୁ ନିଳମ୍ବିତ ହୋଇଥିବା ବେଳେ ବର୍ତମାନ ଭୁବନ ସବ୍ ଟ୍ରେଜେରୀରେ କାର୍ଯ୍ୟ କରୁଥିଲେ । ଲୋକ ମାନଙ୍କର ପେନ୍‌ସନ ଟଙ୍କା ୬୮ଲକ୍ଷ ୮୫ ହଜାର ୪୯୭ ଟଙ୍କା ହଡ଼ପ କରିବା ଘଟଣାରେ ତତ୍କାଳୀନ ହିନ୍ଦୋଳ ସବ ଟ୍ରେଜରୀ ଅଫିସର ୫/ ୮ / ୨୦୨୩ ହିନ୍ଦୋଳ ଥାନାରେ ଅଭିଯୋଗ କରିଥିଲେ । ସେହି ସମୟରୁ ସେ ଫେରାର ଥିଲେ କାଲି ରାତି ୧୦ଟା ସମୟରେ ସଦର ଥାନା ସମ୍ମୁଖରୁ ଭିଜିଲାନ୍ସ ଟିମ୍ ଗିରଫ କରିଛି ।ତେବେ ମନୋରଞ୍ଜନଙ୍କ ସ୍ଥାବର ଆସ୍ଥାବର ଅଚଳାଚଳ ସମ୍ପତିର ଖୋଳତାଡ଼ କରାଯିବାସହ ହିନ୍ଦୋଳ ଉପଖଣ୍ଡ ର ଆହୁରି କିଛି ଅଫିସ ରେ ଭିଜିଲାନ୍ସ ଚଢ଼ାଉ କରାଗଲେ ଆହୁରି କେଳେଙ୍କାରୀ ଓ ଦୁର୍ନୀତି ପଦାକୁ ଆସିପାରିବ ବୋଲି ହିନ୍ଦୋଳର ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଐତିହାସିକ ଶକ୍ତି ପୀଠରେ ମହାଶିବରାତ୍ରି

masiha

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ନିମନ୍ତେ ପୁରାତନ ଛାତ୍ର ସ°ଘର ସାଧାରଣ ପରିଷଦ ବୈଠକ

Sunil Chandra Nayak

ଚଳିତ ମଇ ମାସ ୧୧ତାରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

Leave a Comment

error: Content is protected !!