ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ 

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ 

 ସମ୍ମିଳିତ ଉଦ୍ୟମ ଦ୍ୱାରା ‘ନିର୍ମଳ ବାୟୁ ଓ ସବୁଜ ପୃଥିବୀ’ ଉଦ୍ୟମ ସଫଳ ହେବ ….

ରାଉରକେଲା : ପ୍ରଦୂଷଣ ନିରାକରଣ ପୃଥିବୀ ପାଇଁ ଏକ ବିରାଟ ଆହ୍ଵାନ ବୋଲି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳନ ଅବସରରେ ବିଶିଷ୍ଟ ପରିବେଶ ବିଜ୍ଞାନୀମାନେ ମତପ୍ରକାଶ କରିଛନ୍ତି l 

ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଙ୍ଗ ( ୟୁଜିଆଇଇ ) ଅଡ଼ିଟୋରିୟମ ଠାରେ ଆଜି ପ୍ରଦୂଷଣ ନିରାକରଣ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ. ଅନୁପ କୁମାର ମଲ୍ଲିକ କହିଲେ ଯେ, ଗତ ୧୯୮୪ ମସିହାରେ ଭୋପାଳ ଗ୍ୟାସ ଦୁର୍ଘଟଣା ପରଠାରୁ ଆୟୋଜିତ ହୋଇ ଆସୁଥିବା ଏହି ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରଦୂଷଣ ନିୟନ୍ତ୍ରଣ ଓ କାର୍ଯ୍ୟ ସ୍ଥଳରେ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ହେବ l ଯାହାଦ୍ୱାରା ଏଭଳି ଘଟଣା ର ପୁନରାବୃତ୍ତି ନହେବ l 

ଆଗାମୀ ଦିନରେ ଡିପ୍ଲୋମା ଇଂଜିନିୟରିଙ୍ଗ ଛାତ୍ର ଛାତ୍ରୀ ମାନେ ଯେଉଁ କାର୍ଯ୍ୟ ସ୍ଥଳୀରେ ଯୋଗ ଦେବେ, ସେଠାରେ ପରିବେଶ ଓ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ନିୟମ ଗୁଡିକୁ ଅନୁପାଳନ କରିବା ପାଇଁ ଡ଼ ମଲ୍ଲିକ ପରାମର୍ଶ ଦେଇଥିଲେ l ସମ୍ମିଳିତ ଉଦ୍ୟମ ଦ୍ୱାରାହିଁ ନିର୍ମଳ ବାୟୁ ଓ ସବୁଜ ପୃଥିବୀ ର ପରିକଳ୍ପନା ସଫଳ ହୋଇପାରିବ ବୋଲି ସେ କହିଥିଲେ l ଏସପିସିବି ପକ୍ଷରୁ ନିଆ ଯାଉଥିବା ପଦକ୍ଷେପ ସମ୍ପର୍କ ରେ ସେ ସୂଚନା ଦେବା ସହ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ l 

 ୟୁଜିଆଇଇର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ଏସକେ.ଡି.ଏ.ଭି ସରକାରୀ ପଲିଟେକନିକ ର  ଅଧ୍ୟକ୍ଷ ୟୁ.କେ.ମଲ୍ଲିକ, ଡେପୁଟି ପରିବେଶ ଇଞ୍ଜିନିୟର ବିଜୟ କୁମାର ଭୋଇ ଓ ରମଣୀ ରଞ୍ଜନ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହିବା ସହ ଆଲୋଚ୍ୟ ବିଷୟ ସମ୍ପର୍କ ରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ l ପରିବେଶ ବିଜ୍ଞାନର ବିଭିନ୍ନ ଉପଚାର ଓ ନିୟନ୍ତ୍ରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ l 

ୱାଇଏମଏଫଆଇ ର ଅଧ୍ୟକ୍ଷ ଇଂ ନଳିନୀ କାନ୍ତ ଧର ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ବିକଶିତ ଦେଶ ପରିବେଶ ର ସୁରକ୍ଷା ପାଇଁ ଅଧିକ ବ୍ୟୟ ବରାଦ ସହ ସମସ୍ତ ଦେଶ ଆନ୍ତର୍ଜାତୀୟ ନିୟମ ସହ ଚଳିବା ବାଞ୍ଛନୀୟ ବୋଲି ମତବ୍ୟକ୍ତ କରିଥିଲେ। ୱାଇଏମଏଫଆଇ ର,  ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ମଧ୍ୟ ବକ୍ତବ୍ୟ ରଖି ଆମ ଦୈନନ୍ଦିନ ଜୀବନ ରେ ପରିବେଶ ଅନୁକୂଳ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଥିଲେ l ଏହି ଅବସରରେ ପୂର୍ବରୁ ୱାଇଏମ୍ଏଫ୍ଆଇ ତତ୍ତ୍ୱାବଧାନରେ ଆୟୋଜିତ ପ୍ରକଳ୍ପ ପ୍ରଦର୍ଶନୀ, ଚିତ୍ରାଙ୍କନ, ବକ୍ତୃତା ଓ ପଥପ୍ରାନ୍ତ ନାଟକ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଡିଇଇ ଇଂ. ରଜତ କୁମାର ସେଠୀ,ଡିଇଇ ସି.ଏସ୍.ଚୌହାନ,ଏଇଇ ପ୍ରୀତମ କୁମାର ପତି,ଏଇଏସ ପ୍ରଜ୍ଞାଜ୍ୟୋତି ସେନାପତି, ଓଏସଡି ବି. ବି. ମହନ୍ତ, ରାଉରକେଲା ଲୋକସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କା, ଏସକେ.ଡି.ଏ.ଭି ସରକାରୀ ପଲିଟେକନିକ ର ବରିଷ୍ଠ ଅଧ୍ୟାପିକା ରୀନା ରାୟ, ଅଧ୍ୟାପିକା ସ୍ମରଣିକା, ୟୁ ଜି ଆଇ ଇ ର ଅଧ୍ୟାପକ ଶିଶିର କୁ ଦଳାଇ ଓ ଅନ୍ୟମାନେ ଉପସ୍ଥିତ ଥିଲେ l ୟୁଜିଆଇଇ ର କେମିକାଲ ଇଂଜିନିୟରିଙ୍ଗ ବିଭାଗ ମୁଖ୍ୟ ଅଧ୍ୟାପକ ରାଜେଶ ତ୍ରିପାଠୀ, ଏସକେ.ଡି.ଏ.ଭି ର ଅଧ୍ୟାପିକା ସୌମ୍ୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ୟୁ ଜି ଆଇ ଇ ର ସିଭିଲ ଇଂଜିନିୟରିଙ୍ଗ ବିଭାଗ ମୁଖ୍ୟ ଇଂ କାନନିକା ନାୟକ ସଭା ସଂଚାଳନ କରିଥିଲେ l ଶେଷରେ ସହକାରୀ ପରିବେଶ ବୈଜ୍ଞାନିକ ସୌମ୍ୟ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ମିଶନ ଲାଇଫ ଶପଥ ପାଠ କରାଯିବା ସହ କପଡାର ବ୍ୟାଗ ବିତରଣ କରାଯାଇଥିଲା l ଏଥିରେ ଉଭୟ ଅନୁଷ୍ଠାନ ର ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଷ୍ଟାଫ ପ୍ରମୁଖ ଉପସ୍ଥିତ ଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ପାଳିତ 

masiha

ଆଜି ଉତ୍କଳ ଦିବସ ଅବସରରେ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ବିଶ୍ୱ ପରିବେଶ ଦିନସ ପାଳିତ: ୧୦ ଟି ବ୍ଳକରୁ ୧୦ ଜଣ  ପ୍ରକୃତି ବନ୍ଧୁ ସମ୍ମାନରେ ହେଲେ ସମ୍ମାନୀତ

Leave a Comment

error: Content is protected !!