ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱାନ ଷ୍ଟପ ସେଣ୍ଟର (ଶକ୍ତି ସମ୍ବଳ ) ରାଜ୍ୟ ସହାୟତା କେନ୍ଦ୍ର ର ଷ୍ଟେକ ହୋଲଡର ମିଟିଙ୍ଗ 

ୱାନ ଷ୍ଟପ ସେଣ୍ଟର (ଶକ୍ତି ସମ୍ବଳ ) ରାଜ୍ୟ ସହାୟତା କେନ୍ଦ୍ର ର ଷ୍ଟେକ ହୋଲଡର ମିଟିଙ୍ଗ 

ନବରଙ୍ଗପୁର:( ତା ୨୭/୦୭/୨୦୨୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ସଖୀ ୱାନ ଷ୍ଟପ ସେଣ୍ଟର୍ (ଶକ୍ତି ସମ୍ବଳ ) ରାଜ୍ୟ ସହାୟତା କେନ୍ଦ୍ରର ଷ୍ଟେକ ହଲଡର ମିଟିଂ ଶ୍ରୀଯୁକ୍ତ କୋମଳ ଲୋଚନ ମିଶ୍ର, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ନବରଙ୍ଗପୁର ଙ୍କର ନେତୃତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅନୁଷ୍ଠିତ ହେଲ. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ କୋମଳ ଲୋଚନ ମିଶ୍ର, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ନବରଙ୍ଗପୁର ମହିଳା ଙ୍କ ଉପରେ ହେଉଥିବା ହିଂସା କିପରି ଦୂରୀକରଣ ହୋଇପାରିବ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥିଭାବେ ନିଜର ବକ୍ତବ୍ୟ ରେ ମହିଳା ମାନଙ୍କ ସଚେତନତା ରେ ହିଁ ମହିଳା ହିଂସା ଦୂରୀକରଣ ସମ୍ଭବ ବୋଲି କହିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଖୀ କେନ୍ଦ୍ର ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ କୁ କିପରି ଗ୍ରାମ ଗ୍ରାମ ରେ ସଚେତନତା କରିପାରିବା ଏହିବିଷୟରେ କହିଥିଲେ, ଏ ଏସ ପି ପୋଲିସ ସହାୟତା ଯେତେବେଳେ ଯେଉଁ ଜାଗାରେ ଆବଶ୍ୟକତା ମନେ କରୁଛଅନ୍ତି ସହଯୋଗ କରିବେ ବୋଲି କହିଛଅନ୍ତି. ମହିଳା ମାନଙ୍କୁ ଶ୍ରୀମତୀ ଶିବାନୀ ଗୁହା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱାଗତ ସମ୍ଭାଷଣ ଦେଇଥିଲେ, ଶ୍ରୀଯୁକ୍ତ ସୁଧୀର ସାବତ ନିର୍ଦ୍ଦେଶକ ଆଇ ଏସ ଆର ଡିକାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମନ୍ଧ ରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। ଶ୍ରୀମତୀ ରଂଜିତା ସାହୁ କେନ୍ଦ୍ର ପରିଚାଳିକା 3 ମାସର ର ଅଛିବମେଣ୍ଟ ରିପୋର୍ଟ ଦେଇଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଜିଲ୍ଲା ମହିଳା ସୁରକ୍ଷା ଅଧିକାରିଣୀ, ଡାବୁଗାଁ କଲେଜ ଲେକଚର, ନାରୀଶକ୍ତି ଗ୍ରୁପର ଆଡମିନ, ଡି ପି ଏମ ସମେତ ଉପସ୍ଥିତ ଥିଲେ ପରିଶେଷରେ ସଖୀ ୱାନ ଷ୍ଟପ ସେଣ୍ଟର୍/ରାଜ୍ୟ ସହାୟତା କେନ୍ଦ୍ର ର କିଶୋରୀ ପଟ୍ଟନାୟକ ଲିଗାଲ ଆସିଷ୍ଟାଣ୍ଟ ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ ଅଂଶ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ୱାନ ଷ୍ଟପ ସେଣ୍ଟର୍/ରାଜ୍ୟ ସହାୟତା କେନ୍ଦ୍ରର ର ସ୍ମରଣିକା ପଟ୍ଟନାୟକ, ଏମ ଅନିତା କୁମାରୀ ମାନସିକ ପରାମର୍ଶଦାତ୍ରୀ, ଦାମିନୀବାଳା ନାଇକ ହେଲଥ ଆସିଷ୍ଟାଣ୍ଟ, ଟୁନି କନ୍ଧପାନ ମଲ୍ଟିପର୍ପୋଜ ୱାର୍କର, ସ୍ଵର୍ଣ୍ଣଲତା ବାଘ ମଲ୍ଟିପର୍ପୋଜ ୱାର୍କର, ସୁମିତା ଗରଡ଼ା ମଲ୍ଟିପର୍ପୋଜ ୱାର୍କର, ଡିସେମ୍ବର ହରିଜନ ସେକ୍ୟୁରିଟି ଗାର୍ଡ, ତପନ ହରିଜନ ସେକ୍ୟୁରିଟି ଗାର୍ଡ ପରିଚାଳନା କରିଥିବା ବେଳେ ଜାଗୃତି ଗୃହର ସୁପରୀଟେଣ୍ଡେଣ୍ଟ ଗୀତାଞ୍ଜଳି ପାଣିଗ୍ରାହୀ ପ୍ରିୟଙ୍କା ମାହାଙ୍କୁଡ ସଂଯୋଜନା କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶିକ୍ଷକ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ,.ଡାକ୍ତରଖାନରେ ଭର୍ତ୍ତି

masiha

ଧନଞ୍ଜୟ ମହାନ୍ତିଙ୍କ ପୂଣ୍ୟତିଥି ଓ ସ୍ମୃତି ସଭା

Sunil Chandra Nayak

ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ନେଇ ଜନପ୍ରତିନିଧିଙ୍କ ପକ୍ଷରୁ ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଦାବିପତ୍ର ସହ ଆଲୋଚନା 

masiha

Leave a Comment

error: Content is protected !!