ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ଏଡ଼ସ୍ ଦିବସ ପାଳିତ 

ବିଶ୍ୱ ଏଡ଼ସ୍ ଦିବସ ପାଳିତ 

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ପରିସରରେ ଜୁନିୟର ରେଡ଼କ୍ରସ ଆନୁକୁଲ୍ୟରେ ବିଶ୍ଵ ଏଡ୍ସ ଦିବସ ପାଳିତ 

ମୟୂରଭଞ୍ଜ : ୧/୧୨ ( ମସିହା)ବିଶ୍ୱ ଏଡ଼ସ ଦିବସ ରାଇରଙ୍ଗପୁରସ୍ଥ ଡଃ ହରେକୃଷ୍ଣ ମହତାବ ଭବନରେ ଝରାଡିହି ବାଳିକା ଉଚ୍ଚ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ମୃତି ରଞ୍ଜନ ପାଣିଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛିl ରାଜ୍ୟରେ ପ୍ରାୟତଃ ଏଚଆଇଭି ଏଡ଼ସ ରୋଗୀଙ୍କ ସଂଖ୍ୟା ୬୪ ହଜାରରୁ ଉର୍ଦ୍ଧ I ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଏହା 1700ଶହରୁ ଉର୍ଦ୍ଧ ଅଛନ୍ତି ବୋଲି ଜଣା ପଡିଛି lମୂଖ୍ୟ ଅତିଥି ଭାବେ ରାଜ୍ୟ ଜୁନିୟର ରେଡ୍ କ୍ରସ ଅଧିକାରୀ ଲଷ୍ମଣ ସ୍ୱାଇଁ,ମୂଖ୍ୟ ଵକ୍ତା ଭାବେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା ଯୋଗ ଦେଇ ସଚେତନତା ରହିବା ପାଇଁ ପରାମର୍ଶ ଦେଇଥିଲେ I ଓଡ଼ିଶାର ଲୋକେ ଦାଦନ ଶ୍ରମିକ ହିସାବରେ ବାହାରକୁ ଯାଇ ନିଜର ସଚେତନତା ଅଭାବରୁ ଏଡ୍ସ ରୋଗରେ ଶିକାର ହେଉଛନ୍ତି । ସେହିଭଳି ଟ୍ରକ ଡ୍ରାଇଭର ମାନେ ମାସ ମାସ ଧରି ବାହାରେ ରହୁଥିବାରୁ ନିଜର ଯୌନ ପିପାସା ମେଣ୍ଟାଇବା କୁ ଯାଇ ଏଡ୍ସ ରୋଗରେ ପଡୁଛନ୍ତି ।ସେହିଭଳି ଅପ୍ରାପ୍ତ ବୟସ୍କ ଯୁବକ ଯୁବତୀ ମଧ୍ୟ ସଚେତନ ଅଭାବରୁ ଏଡ୍ସ ଶିକାର ହେଉଛନ୍ତି । ସମାଧାନ ପାଇଁ ଜୁନିୟର ରେଡ଼କ୍ରସ ଓ ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସୋସାଇଟି ର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜର ପ୍ରାୟ ସବୁ ବ୍ଲକରେ ଜୁନିୟର ରେଡ଼କ୍ରସ ରେଡ଼ ରିବନ କ୍ଲବ ସୃଷ୍ଟି କରାଯାଇ ଏଡ୍ସକୁ ନିୟନ୍ତଣ କରିବାପାଇଁ କାର୍ଯ୍ୟ କରାଯାଉଛି l ଏଡ୍ସ ପ୍ରତି ସଚେତନତା ହେବା ସହ ଏଡ୍ସ ରୋଗୀଙ୍କୁ ଘୃଣା କର ନାହିଁ । ସରକାର ସେମାନଙ୍କ ପାଇଁ ବହୁବିଧ ଯୋଜନା କରିଛନ୍ତି । ସେମାନେ ସଠିକ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଏବଂ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଓ ଖାଦ୍ୟ ସେବନ କଲେ ଏଡ୍ସ ରୋକାଯାଇ ପାରିବ । ସରକାର ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଖାଦ୍ୟ ସୁରକ୍ଷା, ଭତ୍ତା ବ୍ୟବସ୍ଥା କରିଛନ୍ତି । ସମସ୍ତଙ୍କର ଜୀବନ ଅଛି । ସମସ୍ତଙ୍କୁ ସମ୍ମାନର ସହ ବଂଚିବା କୁ ପଡ଼ିବ ବୋଲି କହିଥିଲେ ।ଏହାକୁ ଆହୁରି ବ୍ୟାପକ କରିବା ପାଇଁ ବହୁ ସଂଖ୍ୟାରେ ଜୁନିୟର ରେଡ଼କ୍ରସର କାଉନସେଲର ମାନଙ୍କୁ ନେଇ ରାଇରଙ୍ଗପୁରର ମହତାବ ଭବନରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇ ଯାଇଛିI ଏହିକାର୍ଯ୍ୟକମକୁ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ସହଯୋଗ କରିଥିଲେlଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ କଥାକାର ଲଳିତ ମହାନ୍ତ,ଡି.ଏଲ ମହାବିଦ୍ୟାଳୟର ଅଧ୍ୟାପକ ଦୁର୍ଗା ଚରଣ ମାରାଣ୍ଡି,ଶିକ୍ଷାବିତ୍ ଅଶୋକ କୁମାର କର,ସମ୍ମାନୀୟ ଅତିଥି ଭାବେ ଓଷ୍ଠାର ରାଜ୍ୟ ଉପ ସଭାପତି ଜ୍ଞାନ ରଞ୍ଜନ ପାଣିଗ୍ରାହୀ,ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା,କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ନାୟକ,ପ୍ରଧାନ ଶିକ୍ଷକ ରାଜ କିଶୋର ମହାନ୍ତ, ଯୋଗେଶ୍ୱର ବେହେରା,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁବଳ ଦାସ ମହାପାତ୍ର,ରାଇରଙ୍ଗପୁର ମେଡିକାଲର ଟେକନିସିଆନ ଜଳେନ୍ଦ୍ରନାଥ ରଣା, ଜିଲ୍ଲା ଆଇସିଟି ସୁପରଭାଇଜର ବୈକୁଣ୍ଠ ନାଥ ସାଲ, ବହଳଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଗିରି,ରେଡ କ୍ରସର ଫାଷ୍ଟେଡର ଲିଲାପୁର୍ଣ୍ୟ ତୀର୍ଥ ସ୍ୱାଇଁ,ଅଜୟ କୁମାର ଗିରି ପ୍ରମୁଖ ଯୋଗ ଦେଇ ଦିବସ ବିଷୟରେ ଆଲୋକପାତ କରିଥିଲେI ଏଥିରେ ଶିକ୍ଷକ ସୁବୋଧ କୁମାର ସାହୁ, ଅଶୋକ କୁମାର ଦାସ,ଲଞ୍ଚ ଉଇଣ୍ଡୋଜ ଏଜୁକେଶନର ନିର୍ଦେଶକ ଦୀପକ କୁମାର ବେହେରା, ଜିତେନ୍ଦ୍ର କୁମାର ସାହୁ, କାଉନସେଲର ମନୋଜ କୁମାର ବେଶ୍ରା ପ୍ରମୁଖ ସହଯୋଗ କରିଥିଲା ବେଳେ କାଉନ ସେଲର ମିତା ହାଁସଦା ଧନ୍ୟବାଦ ପ୍ରଦାନ କରିଥିଲେ Iସମସ୍ତ କାଉନସେଲର ନିଜ ବିଦ୍ୟାଳୟର କିଶୋର କିଶୋରୀ ମାନଙ୍କୁ ସଚେତନ କରିବା ସହ ଓଡିଶାରୁ କିପରି ଏଡ୍ସକୁ ନିୟନ୍ତ୍ରଣ କରି ଏଡ଼ସ ମୁକ୍ତ ଓଡିଶା ଗଠନ ଦିଗରେ କାର୍ଯ୍ୟ କରବା ପାଇଁ ଶପଥ ପାଠ କରିଥିଲେ l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ଅନୁଷ୍ଠିତ

masiha

ବସ୍ତା ଅଞ୍ଚଳ ର ସମାଚାର

masiha

ରୁପ୍ରା ପ୍ରାଥମିକ କୃଷି ସମବାୟ ସମିତିର ନୂତନ ଅଫିସ ଗୃହ ଉଦଘାଟିତ  

masiha

Leave a Comment

error: Content is protected !!