ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ପୁଲିସ କର୍ମୀଙ୍କ ଗୁଳିମାଡ଼: ଅଭିଯୁକ୍ତଙ୍କୁ କାବୁ କଲା ପୁଲିସ, କାରଣ ଅସ୍ପଷ୍ଟ

ଜଣେ ପୋଲିସ କର୍ମଚାରୀ ଗୁଳି ମାଡ ମାରିଥିବା ସୂଚନା…

ସ୍ବସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବାକୁ ବ୍ରଜରାଜନଗର ଆସିଥିଲେ। ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଜଣେ ପୁଲିସ କର୍ମୀ ଗୁଳିମାଡ଼ କରୁଥିବା କୁହାଯାଉଛି। ଏଣେ ରକ୍ତାକ୍ତ ଅବସ୍ଥାରେ ନବ କିଶୋର ଦାସଙ୍କୁ ଡାକ୍ତରଖାନାକୁ ନିଆଯାଇଛି।ଏନେଇ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇ କହିଛନ୍ତି ଯେ ଗାନ୍ଧୀଛକ ଫାଣ୍ଡିରେ ପୁଲିସ କର୍ମୀ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି। ଅଭିଯୁକ୍ତଙ୍କୁ କାବୁ କରାଯାଇଛି। ତାଙ୍କୁ ରିଭଲଭର ଇସ୍ୟୁ ହୋଇଥିଲା। ହେଲେ କେଉଁ କାରଣରୁ ସେ ଗୁଳି ଚାଳନା କରିଛନ୍ତି, ତାହା ଜଣାପଡ଼ିନାହିଁ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

Corruption Scandal Rocks Odisha’s Watershed Department

masiha

ରାଉରକେଲା ପୋଲିସ୍ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

Sunil Chandra Nayak

ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କ ସହ ୯ କିଲୋଗ୍ରାମ ଗଞ୍ଜେଇ ଓ ୧ ବାଇକକୁ ଜବତ୍ କଲା ରାଉରକେଲା ପୋଲିସ୍

Sunil Chandra Nayak

Leave a Comment

error: Content is protected !!