ପାପଡାହାଣ୍ଡି,3/6, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଦେଇ ଯାଇଥିବା ଜାତୀୟ ରାଜପଥ 26 ର ଆମ୍ବପାଣି କୁଡ଼ରି ଘାଟି ନିକଟରେ ଦୁର୍ବୁତ୍ତ ମାନେ ମାରଣାସ୍ତ୍ର ଦେଖାଇ ମୋବାଇଲ ଓ ବାଇକ ଛଡାଇ ନେଇଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ପଲସ ଗ୍ରାମର ସୁଦର୍ଶନ ମେହେର(୪୨) ଓ ନାରାୟଣ ମେହେର(୩୮) ଗତ ଦୁଇ ତାରିଖ ସକାଳ ୬:୪୫ ସମୟରେ ଓଡ଼ି୦୮ଆର ୧୧୬୭ ବାଇକ ଯୋଗେ ମଇଦଲପୁର ଆସୁଥିଲେ । ଘାଟିରେ ଏକ କଳା ରଙ୍ଗର ଆପାଚି ମଟର ସାଇକେଲରେ ତିନିଜଣ ଦୁର୍ବୁତ୍ତ ମୁହଁରେ କଳା କନା ବାନ୍ଧି ସୁଦର୍ଶନ ଓ ନାରାୟଣଙ୍କୁ ଅଟକାଇ ଥିଲେ ।ନାରାୟଣ ଭୟରେ ଜୀବନ ବଞ୍ଚାଇବାକୁ ଜଙ୍ଗଲ ଭିତରେ ଦୌଡିଥିଲେ ।ସୁଦର୍ଶନ ଙ୍କୁ ତିନି ଜଣ ଘେରି ଟଙ୍କା ଯାହା ଅଛି ଦେବାକୁ କହିଥିଲେ ।କିନ୍ତୁ ଟଙ୍କା କିଛି ନ ଥିବାରୁ ମୋବାଇଲ ଓ ବାଇକ ନେଇ ତିନି ଜଣ ଦୁର୍ବୁତ୍ତ ମାନେ ସେଠାରୁ ଚାଲିଯାଇଥିଲେ । ଶନିବାର ଏନେଇ ସୁଦର୍ଶନ ମେହେର ମଇଦଲପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ଏନେଇ ମଇଦଲପୁର ଥାନା କେସ ନଂ ୮୦/୨୩ ମାମଲା ରୁଜୁ କରି ଥାନା ଅଧିକାରୀ ନଟବର ନନ୍ଦ ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ବୁତ୍ତ ମାନଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।
next post