ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ରେମ ପ୍ରତାରଣା: ଶାରିରୀକ ସଂପର୍କ ରଖି ପ୍ରତାରଣା ଅଭିଯୋଗ ରେ ଯୁବକ ଗିରଫ

ପ୍ରେମ ପ୍ରତାରଣା: ଶାରିରୀକ ସଂପର୍କ ରଖି ପ୍ରତାରଣା ଅଭିଯୋଗ ରେ ଯୁବକ ଗିରଫ

କର୍ଲାମୁଣ୍ଡା,(ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡା ଫାଣ୍ଡି ଅଞ୍ଚଳର ଜଣେ କଲେଜ ପଢୁଆ ଯୁବକ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ପରେ ଏବେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାର ରେ ସଂପୃକ୍ତ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ମ.ରାମପୁର ଥାନା ଅନ୍ତର୍ଗତ ଡୁମେରଗୁଡା (ଡଙ୍ଗାବାହାଲ)ର ଜଣେ ଯୁବତୀଙ୍କ ସହ ରିଷିଡା ଗାନ୍ଧୀନଗରପଡାର ଯୁବକ ଯୁଗଳ କିଶୋର ସିକଚାନ୍ଦଙ୍କର ଗତ ୪ବର୍ଷ ହେବ ପ୍ରେମସଂପର୍କ ଗଢି ଉଠିଥିଲା । ଗତ ଦୁଇବର୍ଷ ତଳେ ସେ ଦୁହେଁ ଫୁଳମାଳ ଓ ସିନ୍ଦୂର ପିନ୍ଧାଇ ଏକ ଲଜରେ ବିବାହ କରିଥିଲେ। ତା ପରେ ଯୁଗଳ ଉକ୍ତ ଯୁବତୀଙ୍କ ସହ ଜୋରଜବରଦସ୍ତ ଶାରିରୀକ ସଂପର୍କ ରଖିଥିଲେ । ଇତି ମଧ୍ୟରେ ଯୁବତୀ ଦୁଇଥର ଗର୍ଭବତୀ ହେବାରୁ ତାଙ୍କର ଗର୍ଭପାତ ମଧ୍ୟ କରାଇଥିଲେ । ତେବେ ବର୍ତ୍ତମାନ ଯୁବକ ଓ ତାଙ୍କ ଘରଲୋକେ ଉକ୍ତ ଯୁବତୀଙ୍କୁ ବୋହୂ ଭାବେ ଗ୍ରହଣ କରିବା ପାଇଁ ମନା କରି ଗଣ୍ଡଗୋଳ କରିବାରୁ ଯୁବତୀ ରିଷିଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ରିଷିଡା ଫାଣ୍ଡିଧିକାରୀ ମନୁଆ ବିଡିକା ଯୁବକଙ୍କୁ ଗିରଫ କରିଥିବା ବେଳେ ମ.ରାମପୁର ଥାନାଧିକାରୀ ସଂଯୁକ୍ତା ପଧାନ ଯୁବକକୁ ଆଜି କୋର୍ଟ ଚାଲାଣ କରିବା ସହ ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ତାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ।

Related posts

ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ଅଫିସ୍ ସମେତ ୪ଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଚଢଉ

Sunil Chandra Nayak

ବିଶୋଇ ବ୍ଳକ!ଭିଜିଲାନ୍ସ ଯନ୍ତାରେ ଦୁଇ କର୍ମଚାରୀ ଲକ୍ଷ୍ମଣ ବିଶ୍ବାଳ ଏବଂ ପ୍ରଦ୍ୟୁମ୍ନ ରଂଜନ ଭୂୟାଁ

masiha

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ : ଦୁଇ ଦେଶୀ ବନ୍ଧୁକ ଜବତ

Leave a Comment

error: Content is protected !!