ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୧୬୨ କେଜି ଗଂଜେଇ ସହିତ କାର ଜବତ ନାବାଳକ ସହିତ ଜଣେ ଗିରଫ….

୧୬୨ କେଜି ଗଂଜେଇ ସହିତ କାର ଜବତ

ନାବାଳକ ସହିତ ଜଣେ ଗିରଫ….

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ରଜାମୁଣ୍ଡା ନିକଟ ଜାତୀୟ ରାଜପଥ ୫୯ରେ କଳାହାଣ୍ଡି ଅବକାରୀ ଅଧୀକ୍ଷକ ରଞ୍ଜନ କୁମାର ନାଏକଙ୍କ ନିର୍ଦ୍ଦେଶ ଅନୁଯାୟୀ,ଉପ-ଅବକାରୀ ଅଧୀକ୍ଷକ ସାଗରିକା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିଜୟ ଭୂଷଣ ନାୟକ,ମ.ରାମପୁର ଅବକାରୀ ବିଭାଗ ଅଧିକାରୀ ଅଜିତ କୁମାର ନାୟକଙ୍କ ସମେତ ମ,ରାମପୁର ଅବକାରୀ ବିଭାଗ କର୍ମଚାରୀ ଚଢ଼ାଉ କରିଥିଲେ ।ସେଥିରେ ଚୋରାଚାଲାଣ ହେଉଥିବା ୧ କ୍ୱିଣ୍ଟାଲ ୬୨କେଜି ଗଞ୍ଜେଇ ଓ ଦୁଇଟି ସ୍ମାର୍ଟ ମୋବାଇଲ ଫୋନ୍ କୁ ଅବକାରୀ ବିଭାଗ ଜବତ କରିଥିବା ବେଳେ ବ୍ୟବହୃତ ହୋଇଥିବା ଏକ ଧଳା ରଙ୍ଗର ମାରୁତି ସୁଜୁକି କାର ଯାହାର ରେଜିଷ୍ଟ୍ରେସନ୍ ନମ୍ବର- ଓଆର -୦୨-ଏଡବ୍ଲୁ-୯୮୮୧ (ମୂଳ ନମ୍ବର -ସିଜି ୦୪ ଏଚଏ ୨୮୧୧ )ରେ ବାପି ପ୍ରଧାନ (୨୬) ଓ ଜଣେ ନାବାଳକଙ୍କୁ କେସ ନମ୍ବର ୧୨୪/୨୬-୨୭ ଏନ୍ ଡି ପି ଏସ୍ ଅଧିନିୟମ ଅନୁସାରେ ଗିରଫ କରିଛି।ଉକ୍ତ ଗଂଜେଇଟି କନ୍ଧମାଳ ଜିଲ୍ଲାରୁ ବଲାଙ୍ଗୀର ଚୋରା ଚାଲାଣ କରୁଥିଲେ ବୋଲି ଅଭିଯୁକ୍ତ ବ୍ୟକ୍ତି ମାନେ ପ୍ରକାଶ କରିଥିଲେ। ଗିରଫ ଯୁବକ ହେଲେ ଫିରିଙ୍ଗିଆ ଥାନା ଅଂଚଳର ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି। ଚଢ଼ାଉ ମ ରାମପୁର, ଅବକାରୀ ବିଭାଗ ଅଧିକାରୀ ସମେତ ବଳେଶ୍ୱର ଧଙ୍ଗଡ଼ାମାଝୀ,ସିମାଞ୍ଚଳ ମାଝୀ,ବିନତା କୁମାର,ଡୁଲେଶ୍ୱର ପ୍ରଧାନ,ଦୈତାରୀ ତାଣ୍ଡି,ପୃଥ୍ଵୀରାଜ ବାଗ,ସିଦ୍ଧନ୍ତ ପଟ୍ଟାନାୟକ ଉକ୍ତ ଚଢାଉରେ ସାମିଲ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତିନିଜଣ ଜନ୍ତୁ ଶିକାରୀଙ୍କୁ ଜଙ୍ଗଲ ରୁ ଗିରଫ କଲା ହିନ୍ଦୋଳ ବନ ବିଭାଗ

Sunil Chandra Nayak

ଦନ୍ତା ହାତୀ ମୃତ୍ୟୁ ଘଟଣା, ଦୁଇ ଶିକାରୀ ଗିରଫ

Sunil Chandra Nayak

ଚୋରା ବାଲି ଚାଲାଣ ଅଭିଯୋଗ, ୩ ହାଇୱା ଅଟକ 

masiha

Leave a Comment

error: Content is protected !!