ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିତ୍ତୀୟ ଅନୁଷ୍ଠାନ ରେ ଋଣ ସୁନା ହେରଫେର,ଦୁଇ ନିଲମ୍ବନ,ଯୋଡ଼ାରେ ଚର୍ଚ୍ଚା 

ବିତ୍ତୀୟ ଅନୁଷ୍ଠାନ ରେ ଋଣ ସୁନା ହେରଫେର,ଦୁଇ ନିଲମ୍ବନ,ଯୋଡ଼ାରେ ଚର୍ଚ୍ଚା 

କେନ୍ଦୁଝର ଜିଲ୍ଲା ଯୋଡା ସହର ର ୩ନଂ ୱାର୍ଡ ଯୋଡା ମାର୍କେଟ ରେ ଥିବା ଏକ ସରକାରୀ ବ୍ୟାଙ୍କ୍ ରେ ଋଣ ସୁନା ହେରଫେର ଘଟଣାରେ ଦୁଇ ଅଧିକାରୀ ନିଲମ୍ବିତ ହୋଇଥିବା ଖବର ଯୋଡା ସହର ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ।ନିର୍ଭର ଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଏହି ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ରେ ଗ୍ରାହକ ମାନେ ସୁନା ବନ୍ଧକ ଦେଇ ସୁନା ମୂଲ୍ୟ ର ଋଣ ନେଇ ଥାଆନ୍ତି ।ବ୍ୟାଙ୍କ୍ ମଧ୍ୟ ସୁନା ମୂଲ୍ୟ ର ଅର୍ଥ ଋଣ ଆକାରରେ ଗ୍ରାହକ ଙ୍କୁ ପ୍ରଦାନ କରିଥାଏ ।ଏହି ସୁନା ବନ୍ଧକ ସମୟରେ ସୁନା ର ମାନ ଓ ମୂଲ୍ୟ ନିରୂପଣ ପାଇଁ ବ୍ୟାଙ୍କ୍ ପକ୍ଷ୍ୟ ରୁ ସ୍ଵୀକୃତି ପ୍ରାପ୍ତ ସ୍ଥାନୀୟ ବଣିଆ କୁ ଉକ୍ତ କାର୍ଯ୍ୟରେ ନିୟୋଜିତ କରା ଯାଇଥାଏ ।ଏହି କ୍ଷେତ୍ରରେ ବଣିଆ ଭାବେ ନିଯୁକ୍ତ ହୋଇଥିବା ବଣିଆ ଜଣକ ନକଲି ସୁନା କୁ ଅସଲ ସୁନା ଦର୍ଶାଇ ଚଂଚକ ତା କରି କୋଟି କୋଟି ଟଙ୍କା ର ହେରଫେର କରିଥିବା ଜଣାପଡିଛି ।ଏହି କାର୍ଯ୍ୟରେ ବ୍ୟାଙ୍କ୍ ର ଶାଖା ପରିଚାଳକ ଓ ଅନ୍ୟ ଜଣେ ବ୍ୟାଙ୍କ୍ ଅଧିକାରୀ ସଂପୃକ୍ତ ଥିବା ଜଣାପଡିଛି । ଏ ନେଇ ବ୍ୟାଙ୍କ୍ ର ଜୈନେକ କର୍ମଚାରୀ ନାମକୁ ଗୋପନରେ ରଖି କହିଛନ୍ତି ଯେ,ଅଡିଟ ଆସିବା ସମୟରେ ସୁନା ର ଯାଞ୍ଚ ହୋଇଥିଲା ।ଏହି ଯାଞ୍ଚ ପରେ ପ୍ରାୟ ୧୦୦ଟି ପ୍ୟାକେଟ ରେ ନକଲି ସୁନା ଥିବା ଯାଞ୍ଚ ଅଧିକାରୀ ମାନେ ଜାଣିବାକୁ ପାଇଥିଲେ ।ଏହି ଘଟଣା ଜଣାପଡିବା ପରେ ସଂପୃକ୍ତ ବ୍ୟାଙ୍କ୍ ର ଦୁଇ ଅଧିକାରୀ ଙ୍କୁ ନିଲମ୍ବନ କରାଯାଇଥିଲା ।ଏହି ନିଲମ୍ବନ ଆଦେଶ ସେଣ୍ଟ୍ରାଲ ଅଫିସ ରୁ ଆସିଥିବା ବ୍ୟାଙ୍କ୍ କର୍ମଚାରୀ ଜଣକ ସୂଚନା ଦେଇଥିଲେ ।ସୁନା ର ଯାଞ୍ଚ ପ୍ରକ୍ରିୟା କୁ ସିସି ଟିଭି ଦ୍ଵାରା ରେକର୍ଡିଂ କରାଯାଇଥାଏ ।ଏହାକୁ ଯାଞ୍ଚ ଅଧିକାରୀମାନେ ତନ୍ନ ତନ୍ନ କରି ଯାଞ୍ଚ କରି ଥିଲେ ।ସଂପୃକ୍ତ ବ୍ୟାଙ୍କ୍ ବାରମ୍ବାର ବଣିଆ ବଦଳାଇବା ମଧ୍ୟ ସନ୍ଦେହ ଘେରକୁ ଆସିଛି ।ଯୋଡା ସହର ର ଦୁଇ ଜଣ ପ୍ରତିଷ୍ଠିତ ସୁନା ଦୋକାନ ର ବଣିଆ ଋଣ ପାଇଁ ଜମା ହେଉଥିବା ସୁନା ର ମାନ ଯାଞ୍ଚ କରିଥାନ୍ତି । ଏଣୁ ଏମାନଙ୍କ ର ଭୂମିକା ସନ୍ଦେହ ଘେରକୁ ଆସୁଚି ।ସୂଚନା ଯୋଗ୍ୟ ଯେ,ଅତୀତରେ ଏହିପରି ହେରଫେର ଧର। ପଡ଼ିବ। ହେତୁ ଯୋଡା ସହର ର ଜଣେ ବଣିଆ କୁ ବ୍ୟାଙ୍କ୍ ପରିବର୍ତ୍ତନ କରିଥିଲା ।ଏହି ବଣିଆ ନିଯୁକ୍ତ ପ୍ରକ୍ରିୟା ରିଜିଓନାଲ ଅଫିସ ରୁ ହୋଇଥାଏ ।ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ନିର୍ଦ୍ଦିଷ୍ଟ ଭାବେ ନିୟୋଜିତ ହୋଇଥିବା ଦୁଇ ଜଣ ବଣିଆ ଚଞ୍ଚକତା କରି ପ୍ରାୟ ୧୦୦ ପ୍ୟାକେଟ ର ଅସଲି ସୁନା ସ୍ଥାନରେ ପ୍ରାୟ ଦୁଇ କୋଟି ଟଙ୍କା ର ବ୍ୟାଙ୍କ୍ ରୁ ଋଣ ନେଇ ଯାଇଥିବା ସହର ରେ ଚର୍ଚା ଜୋର୍ ଧରିଛି। ତଦନ୍ତ ପାଇଁ ବାଲେଶ୍ଵର ରୁ ଏକ ଟିମ୍ ଆସି ସଂପୃକ୍ତ ବ୍ୟାଙ୍କ୍ ର ତଦନ୍ତ ଚଳାଇଛି । ଏ ନେଇ ସଂପୃକ୍ତ ବ୍ୟାଙ୍କ୍ ର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

Related posts

ଛାତ୍ରୀଙ୍କୁ ଅସଦାଚରଣ କରିବା ପ୍ରସଙ୍ଗ, ପ୍ରଧାନଶିକ୍ଷକ ଗିରଫ ପରେ ନିଲମ୍ବିତ

Sunil Chandra Nayak

ସଜନା ଚାରା ଓ ନଳକୂପ ଖୋଦେଇ ପାଇଁ ସହାୟତା ନାମରେ ଠକେଇ ର ଶିକାର

Sunil Chandra Nayak

ବେଧଡ଼କ କାଠ ଓ ପଥର ଚାଲଣ ହେଉଛି ଡ୍ୟାମ ଅଞ୍ଚଳରେ ନୀରବ ଉଭୟ ପ୍ରକଳ୍ପ ପ୍ରଶାସନ ଓ ବନ ବିଭାଗ 

Leave a Comment

error: Content is protected !!