ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଳକୂପ ଖୋଳି ବର୍ଷେ ହେବ କାର୍ଯ୍ୟରେ ଆସୁନି। ପାନୀୟଜଳ ପାଇଁ ହନ୍ତସନ୍ତ ଟେକର ପାନି ଗ୍ରାମବାସୀ

ନଳକୂପ ଖୋଳି ବର୍ଷେ ହେବ କାର୍ଯ୍ୟରେ ଆସୁନି। ପାନୀୟଜଳ ପାଇଁ ହନ୍ତସନ୍ତ ଟେକର ପାନି ଗ୍ରାମବାସୀ

ନବରଙ୍ଗପୁର:(ତା ୧୪/୬/୨୪)- ଗାଁ ବାସୀଙ୍କ ପାନୀୟଜଳ ଆବଶ୍ୟକତା ଦୃଷ୍ଟିରୁ ବିଧାୟକ ପାଣ୍ଠିରୁ ଗୋଟିଏ ନଳକୂପ ଖନନ ହୋଇ ବର୍ଷେ ରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟକାରୀ ହୋଇ ନଥିବା ଦେଖିବାକୁ ମିଳିଛି। ନଳକୂପ ଖୋଳା ଯାଇଥିବା ପଏଣ୍ଟ ନିକଟରେ ଗାଁ ମହିଳାମାନେ ହାଣ୍ଡି ମାଟିଆ ଧରି ଏହାକୁ କାର୍ଯ୍ୟକାରୀ କରିବାକୁ ଦାବି ଜଣାଇଛନ୍ତି। ଏହି ଚିତ୍ରଟି ହେଉଛି ଝରିଗାଁ ବ୍ଲକ,ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ଟେକର ପାନି ଗାଁ ର। ଗାଁ ରେ ରହୁଛନ୍ତି ୨୦ ରୁ ଉର୍ଦ୍ଧ ପରିବାର। ଲୋକ ସଂଖ୍ୟା ପ୍ରାୟ ଶହେ ରୁ ଉର୍ଦ୍ଧ। ପୂର୍ବରୁ ରହିଛି ଗୋଟିଏ ନଳକୂପ। ସେଇଥିରେ ପିଇବା ପାଣି ଆବଶ୍ୟକତା ଅନୁସାରେ ଯଥେଷ୍ଟ ହେଉନଥିବାରୁ ବିଧାୟକ ପାଣ୍ଠିରୁ ଆଉ ଏକ ନଳକୂପ ଖୋଳା ଯାଇ ବର୍ଷେ ହେବ ତାହା ସେଇଭଳି ଅବସ୍ଥାରେ ପଡ଼ିରହିଛି। କୌଣସି ପ୍ରକାରେ ଏହାକୁ କାର୍ଯ୍ୟକାରୀ କାରା ଯାଇ ନାହିଁ। ଗ୍ରୀଷ୍ମର ପ୍ରଭାବ ରେ ଚଳିତ ବର୍ଷ ଜଳ ସଙ୍କଟ ଭୋଗୁଛନ୍ତି ଟେକର ପାନି ଗାଁ ବାସୀ। ଏହି ସମ୍ପର୍କରେ ଝରିଗାଁ ପଞ୍ଚାୟତ ସରପଞ୍ଚ ଯୋଗେଶ୍ୱର ପୂଜାରୀ ଙ୍କୁ ପଚାରିବାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଶୀଘ୍ର ପଦକ୍ଷେପ ନେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପଟେ ନଳକୂପ ଖନନ କରି ଏହାକୁ କାହିଁକି ଏମିତି ପରିତ୍ୟକ୍ତ ଅବସ୍ଥାରେ ପକାଇ ରଖିଛନ୍ତି ଏହା ର ପ୍ରତିବାଦ କରି ଗାଁ ର ମହିଳା ଓ ଯୁବତୀ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ପିଇବା ପାଣି ଅସୁବିଧା ହେଉଥିବାରୁ ଆଉ ଏକ ନଳକୂପ ବସାଇବା ପାଇଁ ଗାଁ ଲୋକେ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ। ସେମାନଙ୍କ ଦାବି କୁ ଦୃଷ୍ଟିରେ ରଖି ବିଧାୟକ ପାଣ୍ଠିରୁ ନୂତନ ପଏଣ୍ଟ ଖୋଳା ଯାଇଥିଲା। କିନ୍ତୁ କାର୍ଯ୍ୟକାରୀ ହେଉନଥିବାରୁ ଆଜି ନଳକୂପ ପଏଣ୍ଟ ନିକଟରେ ହାଣ୍ଡି ମାଟିଆ ଧରି ଦାବି ଜଣାଇଛନ୍ତି। ଝରିଗାଁ ପଞ୍ଚାୟତ ସଦର ଠାରୁ ପ୍ରାୟ ପନ୍ଦର କିଲୋମିଟର ଦୂରରେ ଅବସ୍ଥିତ ଉପାନ୍ତ ଗାଁ ଲୋକେ ପଞ୍ଚାୟତର ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ୧୨ ନଂ ୱାର୍ଡ ଗାଁ ଭାବେ ଗାଁ ବାସିନ୍ଦା ଙ୍କ ମଧ୍ୟରେ ଦନାଏ ଶାନ୍ତା, ଜିରୋ ଶାନ୍ତା, ଚଞ୍ଚଳା ଶାନ୍ତା, ରିତା ଶାନ୍ତା, ଅକିଲ ଶାନ୍ତା, ଜମୁରି ଶାନ୍ତା, ସମୋନାଥ ଶାନ୍ତା,ଗୁରୁଦେବ ଶାନ୍ତା,କାମି ଶାନ୍ତା,ରାଜି ଶାନ୍ତା,ଜଗବନ୍ଧୁ ଶାନ୍ତା ଆଦି ପ୍ରମୁଖ ବାସିନ୍ଦା ଅତି ଶୀଘ୍ର କାର୍ଯ୍ୟକାରୀ କରିବା ନେଇ ଦାବି କରିଛନ୍ତି।

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଉ ପାଦେ , ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ଵାରା ମିଶନ ଶକ୍ତି ସ୍କୁଟର ରାଜ୍ୟ ସ୍ତରୀୟ ଯୋଜନାର ଶୁଭାରମ୍ଭ

masiha

ସିନି ଟାଟା ଟ୍ରଷ୍ଟ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶସ୍ତା ଓ ସୁଲଭ ମୂଲ୍ୟରେ ତରଭୁଜ ବିକ୍ରୟ କେନ୍ଦ୍ର ଉଦଘାଟିତ 

masiha

ଟିମ୍ ରାଜନଗର ପକ୍ଷରୁ ପଣ୍ଡିତ ନେହେରୁ ଛାତ୍ର ପ୍ରତିଭା ସମ୍ମାନ -୨୦୨୫ କାର୍ଯ୍ୟକ୍ରମ ମହାସମାରୋହ ରେ ଅନୁଷ୍ଠିତ

masiha

Leave a Comment

error: Content is protected !!