ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମଞ୍ଚ, ସ୍ଵେଚ୍ଛାସେବୀ ସଂଗଠନ ପ୍ରେମ୍‌‍, ଇଡ୍‌‍କୋର ପ୍ରତିନିଧି

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମଞ୍ଚ, ସ୍ଵେଚ୍ଛାସେବୀ ସଂଗଠନ ପ୍ରେମ୍‌‍, ଇଡ୍‌‍କୋର ପ୍ରତିନିଧି

ଭୁବନେଶ୍ଵର, 25/8 : ପେଶା ଆଇନକୁ କାର୍ଯ୍ୟକାରୀ କରିବା ଓ ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା, ସେମାନଙ୍କ ଅଧିକାର, ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକର ଶିଶୁ ବିଦ୍ୟାର୍ଥୀମାନଙ୍କ ଅଧିକାର ଏବଂ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଇତ୍ୟାଦି ବିଷୟରେ ଆଲୋଚନା ପାଇଁ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ଠାରେ ଓଡ଼ିଶା ଆଦିବାସୀ ମଞ୍ଚର ସଭାପତି ବିଦୁଲତା ହୁଇକା, ସ୍ଵେଚ୍ଛାସେବୀ ସଂଗଠନ ପ୍ରେମ୍‌‍ର ସଭାପତି ଡ଼. ଜାକୋବ୍‌‍ ଥୁଣ୍ଡିଲ, ଇଡ୍‌‍କୋର କେନ୍ଦ୍ରୀୟ ନିର୍ଦ୍ଦେଶକ ଗୁରୁ ପ୍ରସାଦ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସମ୍ୱର୍ଦ୍ଧନା ଜଣାଇବା ସହ 40 ବର୍ଷ ଧରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟ କରି ଆସୁଥିବା ଭାରତ ବର୍ଷର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପ୍ରେମ୍‌‍ର 40 ବର୍ଷର ପ୍ରତୀକ ସଦୃଶ ଏକ ଫଳକ ପ୍ରଦାନ କରିଥିଲେ । ଏଥିସହ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲାମାନଙ୍କରେ ବସବାସ କରୁଥିବା ଆଦିବାସୀମାନଙ୍କ ମୌଳିକ ସମସ୍ୟା ସମାଧାନ ଓ ଅଧିକାର ଇତ୍ୟାଦି ନେଇ ଓଡ଼ିଶା ଆଦିବାସୀ ମଞ୍ଚ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏ ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୃଷ୍ଟି ଦେଇ କାର୍ଯ୍ୟକାରିତା ସମ୍ପର୍କରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେମ୍‌‍ର ଲୋକ ସମ୍ପର୍କ ଅଧିକାରୀ ରତନ ମିଶ୍ର, ସନ୍ତୋଷ ସାହୁ ପ୍ରମୁଖ ପ୍ରତିନିଧି ଦଳ ଉପସ୍ଥିତ ଥିଲେ ବୋଲି ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ୱାଦିକ ରବି ରଥ ଜଣାଇଛନ୍ତି ।

 

Related posts

ଭିଟାମାଟି କୁ ଫେରିବା ବାଟରେ ଦାଦନ ଶ୍ରମିକଙ୍କ ବସ୍‌ରେ ମୃତ୍ୟୁ , ମଟର ସାଇକେଲରେ ଶବ ବୋହିଲେ ସମ୍ପର୍କୀୟ

masiha

କୁଟୁରିଆ ଠାରେ ରାଷ୍ଟ୍ରମାତା ସାବିତ୍ରୀବାଇ ଫୁଲେ ଙ୍କ ୧୯୨ତମ ଜୟନ୍ତୀ ପାଳିତ

Sunil Chandra Nayak

ଉପଖଣ୍ଡ ସ୍ତରୀୟ ଆଦିବାସୀ ଶବର ସମାଜ ର କାର୍ଯ୍ୟକାରିଣୀ ସଭା

masiha

Leave a Comment

error: Content is protected !!