ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପରିବାରକୁ ଆକ୍ରମଣ, ଥାନାରେ ଅଭିଯୋଗ

ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପରିବାରକୁ ଆକ୍ରମଣ, ଥାନାରେ ଅଭିଯୋଗ

ବସ୍ତା,13/04 : ସିଂଲା ଥାନା ନାବରା ଗ୍ରାମରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପରିବାରକୁ ଆକ୍ରମଣ ନେଇ ଶନିବାର ସକାଳ ସମୟରେ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି l ଅଭିଯୋଗ ଅନୁଯାୟୀ ନାବରା ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ସେନାଅଧିକାରୀ ଜୟରାମ ପାତ୍ରଙ୍କ ପରିବାରକୁ ସେହି ଗ୍ରାମର ଅଶ୍ୱନୀ କୁମାର ପାତ୍ର, ଅନିଲ ପାତ୍ର, ଅକ୍ଷୟ କୁମାର ପାତ୍ର, ସୁନୀଲ ପାତ୍ର ସଙ୍ଘବଦଭାବେ ଆକ୍ରମଣ କରିଛନ୍ତି l ଏଥିରେ ଜୟରାମ ପାତ୍ରଙ୍କ ପତ୍ନୀ ସ୍ନେହଲତା ଓ ପୁଅ ଅରବିନ୍ଦ ଲହୁଲୁହାଣ ହୋଇଥିଲେ l ପରେ ଜୟରାମ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା   

Sunil Chandra Nayak

ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ

masiha

ଵୃଦ୍ଧାଙ୍କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଗିରଫ 

Leave a Comment

error: Content is protected !!