ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହିତା ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ, ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

ବିବାହିତା ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ, ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

କୋକସରା,୧୨/୪ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଫୁଫଗାଁ ଗ୍ରାମରେ ଜଣେ ବିବାହିତା ମହିଳା ନିଜ ଶୋଇବା ଘରେ ବେକରେ ଶାଡୀ ଦେଇ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମତେ ଫୁଫଗାଁର ମଧୁସୂଦନ ପୁଝାରି ଗତ ବର୍ଷେ ତଳେ ଆମପାଣି ଥାନା ଅନ୍ତର୍ଗତ ମୁନୁଗା ପଦର ଗାଁର ନରେନ୍ଦ୍ର ନାଏକଙ୍କ ଭଉଣୀ ଅଷ୍ଟମି ପୁଝାରିଙ୍କୁ ବିବାହ କରିଥିଲେ। ତେବେ ବୈବାହିକ ଜୀବନ ଠିକଠାକ ଚାଲିଥିବା ବେଳେ ଗୁରୁବାର ସକାଳେ ଘରେ କେହିଁ ନଥିବା ସମୟରେ ଅଷ୍ଟମୀ ନିଜ ପିନ୍ଧିବା ଶାଢ଼ୀକୁ ବେକରେ ଦେଇ ଆତ୍ମହତ୍ୟା କରିଥିବା ନେଇ ସ୍ୱାମୀ ମଧୁସୂଦନ ପୁଝାରି ପୋଲିସ ଆଗରେ କହିଥିବା ବେଳେ ଖବର ପାଇ ମୃତା ମହିଳାଙ୍କ ଭାଇ ନରେନ୍ଦ୍ର କୋକସରା ଥାନାରେ ପହଞ୍ଚି ଭଉଣୀକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆ ଯାଇଛି, ମୋତେ ଆଜି ଭଉଣୀ ଫୋନ କରି ସ୍ୱାମୀ ନିର୍ଯ୍ୟାତନା ଦେଉଛି ବୋଳି କହିଛି ବୋଳି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ଆଣି ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ଏନେଇ କୋକସରା ଥାନାରେ ଏକ ଅପମୃତୁ ମାମଲା ୯୦/୨୪ ରେ ରୁଜୁ କରାଯାଇଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଳି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଦେଶୀ ମହୁଲି ମଦ ଜବତ, ୩ କୋର୍ଟ ଚାଲାଣ 

masiha

ତିରିଂ ଥାନା ; ବେକରେ ଶାଢୀ ଲଗାଇ ଘର ଭିତରେ ଯୁବକର ଆତ୍ମହତ୍ଯା

Sunil Chandra Nayak

ଗାନ୍ଧୀ ପାର୍କ ରୁ ଚୋରି: ରାତ୍ରି ଜଗୁଆଳି ନିଯୁକ୍ତି ଦାବୀ 

Sunil Chandra Nayak

Leave a Comment

error: Content is protected !!