ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ହରେକୃଷ୍ଣପୁର ଭୈରବ ମନ୍ଦିରରୁ ଚୋରି ଅଭିଯୋଗ 

ହରେକୃଷ୍ଣପୁର ଭୈରବ ମନ୍ଦିରରୁ ଚୋରି ଅଭିଯୋଗ 

ଲାଞ୍ଜିଗଡ଼, ୦୩/୦୩(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗାଁର ଆରାଧ୍ୟ ଭୈରବ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଭୈରବଙ୍କ ସୁନାର ମଥାମଣି, ରୁପା ମୁକୁଟ, ସାତଟି ପୂଜା ଖଣ୍ଡା ଓ ଗୋଟିଏ ଟାଙ୍ଗୀ ସମେତ ଅନ୍ୟାନ୍ୟ ମୂଲ୍ୟବାନ ଦ୍ରବ୍ୟ ସବୁ ଚୋରି ହୋଇଥିବା ନେଇ ଗ୍ରାମବାସୀ ପୁଲିସର ଦ୍ୱାରସ୍ତ ହୋଇଛନ୍ତି। ଏନେଇ ଲାଞ୍ଜିଗଡ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ମନ୍ଦିରରୁ ଚୋରି ହେବା ନୂଆ କଥା ନୁହେଁ। ପୂର୍ବରୁ ବ୍ଲକର ବନ୍ଧପାରିସ୍ଥିତ ଭୈରବ ମନ୍ଦିରରୁ ଚୋରି ହୋଇଥିବାବେଳେ କିଛି ବର୍ଷ ପୂର୍ବେ ଲାଞ୍ଜିଗଡସ୍ଥିତ ଭୈରବ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା। ତେବେ ଏସବୁ ଚୋରି ଘଟଣାରେ ଆଜି ପର୍ଯ୍ୟନ୍ତ ଚୋରି ସାମଗ୍ରୀ ଉଦ୍ଧାର ହୋଇ ପାରିନଥିବାବେଳେ ହରେକୃଷ୍ଣପୁର ଭୈରବ ମନ୍ଦିର ଚୋରି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଏମ୍ଏସକ୍ଯୁ ଆପ୍ ସାଇବର ଠକେଇରେ ୩ ଅଭିଯୁକ୍ତ ଗିରଫ, ଅଧିକ ତଦନ୍ତ ଜାରି

Sunil Chandra Nayak

ଭିଜିଲାନ୍ସ ଜାଲରେ କନିଷ୍ଟ ଯନ୍ତ୍ରୀ ଦେବ ଚନ୍ଦନ ରାଉତ

Sunil Chandra Nayak

ଭବାନୀ ପାଟଣା – ବସ ଧକ୍କା ରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!