ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟାଙ୍ଗିଆରେ ଆକ୍ରମଣ କରି ଜଣେ ମହିଳା ଙ୍କୁ ହତ୍ୟା 

ଟାଙ୍ଗିଆରେ ଆକ୍ରମଣ କରି ଜଣେ ମହିଳା ଙ୍କୁ ହତ୍ୟା 

ନବରଙ୍ଗପୁର ୨୦/୦୧/୨୪ ଟାଙ୍ଗିଆରେ ଆକ୍ରମଣ କରି ଜଣେ ମହିଳା ଙ୍କୁ ହତ୍ୟା କରିଛି ଜଣେ ବ୍ୟକ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ରାଜପୁର ପଞ୍ଚାୟତରେ। ମୃତ ମହିଳା ଜଣକ ହେଲେ ସୁମନି ଜାନି(୩୫)। ମହିଳା ଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଜଣକ ହେଲେ ଧନସିଂ ଜାନି(୪୫)। ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଙ୍କୁ ଥାନାରେ ଅଟକ ରଖାଯାଇଛି। ଘଟଣାକୁ ନେଇ ମୃତ ମହିଳାଙ୍କ ପୁତୁରା ଖେମରାଜ ଜାନି ଶିଂସାରୀ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତିକରି ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ, ଏସ ଆଇ ଚନ୍ଦନ କୁମାର ସାହୁ, ଏସ ଆଇ ବିଜୁରାମ ବାଗ, ଏ ଏସ ଆଇ ଶିଶିରକାନ୍ତ ଘୋଷ ଘଟଣା ସ୍ଥଳକୁ ଯାଇଥିଲେ ଏବଂ ନବରଙ୍ଗପୁର ଜିଲ୍ଲା ସାଇଁଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ମିଳିଥିବା ସୂଚନା ଅନୁସାରେ ସୁମନି ଓ ଧନସିଂ ଗୁରୁବାର ଦିନ ସଂଧ୍ୟା ସମୟରେ ଗ୍ରାମ ନିକଟରେ ଥିବା ପୋଖରୀରେ ବୁଲୁଥିବା ଗ୍ରାମବାସୀ ଦେଖିଥିଲେ। ଶୁକ୍ରବାର ଦିନ ସଂଧ୍ୟା ସମୟରେ ସୁମନିଙ୍କ ଶବ ଜମିରେ ପଡ଼ିଥିବା ଗାଇ ଚରାଇବାକୁ ଯାଇଥିବା କିଛି ଯୁବକ ଦେଖିଥିଲେ ଏବଂ ଗ୍ରାମବାସୀ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଘରକୁ ଆଣିଥିଲେ।ଶନିବାର ସକାଳୁ ସିଂସାରି ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ସୁମନି ଘରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଇ ଥିଲେ। ସଂଧ୍ୟା ହୋଇଯିବାରୁ ଶଵ ବ୍ୟବଚ୍ଛେଦ କରାଯାଇନାହିଁ। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ପୋଲିସ ଏସ ଆଇ ବିଜୁରାମ ବାଗ ତଦନ୍ତକାରୀ ଅଧିକାରୀ ଭାବେ ଘଟଣାର ତଦନ୍ତ ଜାରୀ ରଖି କେଶ ନ ୨୪/୨୦|୧| ୨୪ ୠଜୁ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଜାତଳା ବ୍ଳକ ! ରାୟହରି ପଞ୍ଚାୟତ ର ପ୍ରାକ୍ତନ ମହିଳି ସରପଞ୍ଚ ଗୀର୍ଥ ସୋରେନ ଙ୍କ ଘର ଭିତରେ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

ତୁମୁସିଙ୍ଗା ଅଞ୍ଚଳରେ କଳା ପଲସର ଆତଙ୍କ ! ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୮୦,୦୦୦ ଟଙ୍କା ଲୁଟ

Sunil Chandra Nayak

ଧର୍ମଗଡ: ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର ପୁଲିସ ର ତଦନ୍ତ ଜାରି

masiha

Leave a Comment

error: Content is protected !!