ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଶ୍ରମିକଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେଲେ ଜନ ପ୍ରତିନିଧି

ଦାଦନ ଶ୍ରମିକଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେଲେ ଜନ ପ୍ରତିନିଧି

ଲାଞ୍ଜିଗଡ,୨୦/୦୧(ମନିସ)-ଦାଦନ ଖଟିବାକୁ ଯାଇଥିବାବେଳେ କେରଳରେ ମୃତ୍ୟୁ ଘଟିଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଂଚାୟତ ସିନ୍ଧିପଦର ଗାଁର ସ୍ବର୍ଗତ ଟୁନା ସୁନାଙ୍କ ଆଜି ଦଶାହ ଶୁଦ୍ଧିକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗର ସହାୟତାରେ ତାଙ୍କର ଶବ ଗାଁକୁ ଫେରିଥିବାବେଳେ ଆଜି ଦଶାହ କାର୍ଯ୍ୟରେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେହିପରି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କାନକୁଟରୁ ସମିତିସଭ୍ୟ ମନୋହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆ, ସମାଜସେବୀ ହରିଶଙ୍କର ପାତ୍ର, ପୂର୍ବତନ ସରପଞ୍ଚ ବିଷ୍ଣୁଚରଣ ଭୋଇ, ସମାଜସେବୀ ମୀନକେତନ ପରିଛା, ଲାଞ୍ଜିଗଡ ପ୍ରେସକ୍ଲବର ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମୃତକଙ୍କ ପରିବାରକୁ ଆଶ୍ୱାସନା ଦେବା ସହିତ ସହାୟତାର ହାତ ବଢ଼ାଇଥିଲେ।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବାଇକରୁ ପଡି ଯୁବକ ମୃତ 

masiha

ବିଶ୍ଵ ଶୌଚାଳୟ ଦିବସ ପାଳନ ଅବସରରେ ତିନି ପଞ୍ଚାୟତ ପୁରସ୍କୃତ 

masiha

ନୂତନ ସାଇକେଲ ଷ୍ଟାଣ୍ଡ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!