ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାବା ଖାରିପଲ୍ଲୀ ଅଞ୍ଚଳ ରୁ ୨୫ ଏକର ଜମିର ଦୁଇ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ 

ସାବା ଖାରିପଲ୍ଲୀ ଅଞ୍ଚଳ ରୁ ୨୫ ଏକର ଜମିର ଦୁଇ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ 

ନବରଙ୍ଗପୁର :(୩୦/୧୧/୨୪)(ରବି ନାରାୟଣ ମହାନ୍ତି)ଗଞ୍ଜାମ ଜିଲ୍ଲା ବଡଗଡ ଥାନା ତଥା ଧରାକୋଟ ବ୍ଲକର ସାବା ପଞ୍ଚାୟତ ର ଖାରିପଲ୍ଲି ଠାରେ ନୀଳ ଜହରରେ ପରିପୂର୍ଣ ୨୫ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଆସିକା ସଡିପିଓ ଗିରିଜା ଶଙ୍କର ପଟ୍ଟନାୟକ ଓ ଛତ୍ରପୁର ର ଅବକାରୀ ଡି ଏସ ପି ସ୍ୱାଧୀନ ସାହୁ ଙ୍କ ତତ୍ବାବଧାନରେ ବଡଗଡ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା, ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟନାୟକ ,ବେଲଗାଁ ଥାନା ଅଧିକାରୀ ସ୍ମିତାଞ୍ଜଳି ପ୍ରଧାନ ,ଶେରଗଡ଼ ଥାନା ଅଧିକାରୀ ବିରେନ୍ଦ୍ର ଶିଅଳ ଙ୍କ ସହ ଦୁଇ ପ୍ଲାଟୁନ ଫୋର୍ସ, ବନ ବିଭାଗ,ପୋଲିସ କର୍ମଚାରୀ ଓ ଅବକାରୀ ବିଭାଗ ର ଏକ ମିଳିତ ଟିମ୍ ଗଠନ କରାଯାଇ ଚଢାଉ କରାଯାଇଥିଲା । ଉଭୟ ଟିମ ମିଶି ଗଞ୍ଜେଇ ଗଛ କାଟି ସଫା କରିଛନ୍ତି l ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ କହିଛନ୍ତି ଆସିକା ା ସଡିପିଓ ଗିରିଜା ଶଙ୍କର ପଟ୍ଟନାୟକ ।ଆଜି ଦୁଇଟି ଟିମ ରେ ପ୍ରାୟ ୧୦ ଘଣ୍ଟ ଧରି ଏହି ଅଭିଯାନ ଚାଲିଥିଲା l ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଏହି ଗଂଜେଇ ଗଛ ନଷ୍ଟ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଉପଖଣ୍ଡ ଅରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି l 

( ମ ନି ସ ) 

Related posts

ଅବକାରୀ ଚଢାଉ ୧ ଗିରଫ

masiha

ଅବକାରୀ ଚଢାଉ ୬୦୦ କି.ଗ୍ରା. ମହୁଲ ଜବତ 

masiha

ବଡ଼ବିଲ ଗୁଳିକାଣ୍ଡ ର ମହିଳା ମାଷ୍ଟରମାଇଣ୍ଡ ସହ ଅନ୍ୟଜଣେ ଗିରଫ,ଝାରଖଣ୍ଡି ସୁପାରୀ କିଳର ସମେତ ଫେରାର ବୋଲେରୋ ଗାଡି ଜବତ

Leave a Comment

error: Content is protected !!