ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

୨୦୦୪ରେ ହୋଇଥିଲା ବିଶ୍ବର ସବୁଠୁ ଭୟଙ୍କର ଟ୍ରେନ ଦୁର୍ଘଟଣା

ବାଲେଶ୍ବରର ବାହାନଗାରେ ଶୁକ୍ରବାର ସଂଧ୍ୟାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ଭାରତର ଅନ୍ୟତମ ବଡ଼ ରେଳ ଦୁର୍ଘଟଣା ଭାବେ ଗଣାଯାଉଛି । ତେବେ କାହାକୁ ବିଶ୍ବର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା କୁହାଯାଏ ?

ବିଶ୍ବର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା ୨୦୦୪ରେ ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ । ସେହିବର୍ଷ ଡିସେମ୍ବରରରେ ଆସିଥିବା ପ୍ରଳୟଙ୍କରୀ ସୁନାମୀ ଯୋଗୁଁ ଏହି ଭୟାବହ ଟ୍ରେନ ଦୁର୍ଘଟଣା ଘଟିଥିଲା ।

ଶ୍ରୀଲଙ୍କା ରେଳବାଇର ଟ୍ରେନ ‘ସମୁଦ୍ର ଦେବୀ’ କଲମ୍ବୋରୁ ଗାଲେ ମଧ୍ୟରେ ଚଳାଚଳ କରିଥାଏ । ୨୦୦୪ ଡିସେମ୍ବର ୨୬ରେ ପ୍ରଳୟଙ୍କରୀ ସୁନାମୀ ଆସିବା ବେଳେ ଏହି ଟ୍ରେନଟି ଉପକୂଳ ଅଂଚଳରେ ଗତି କରୁଥିଲା । ସେତେବେଳେ ଟ୍ରେନରେ ପ୍ରାୟ ୧୫ ଶହରୁ ଅଧିକ ଯାତ୍ରୀ ଥିଲେ।ତେଲଓ୍ବାଟା ନିକଟବର୍ତ୍ତୀ ଏକ ସମୁଦ୍ରକୂଳିଆ ଗ୍ରାମରେ ଟ୍ରେନଟି ଛିଡ଼ା ହୋଇଥିବାବେଳେ ସୁନାମୀ ଆସିଥିଲା । ପ୍ରଥମେ ଏକ ଲହର ଆସିବା ପରେ ସ୍ଥାନୀୟ ଲୋକମାନେ ରକ୍ଷା ପାଇବା ପାଇଁ ଟ୍ରେନ ଉପରେ ଚଢିଯାଇଥିଲେ । କିନ୍ତୁ ଏହା ପରେ ଏକ ବଡ଼ ଲହର ଆସିଥିଲା, ଯାହାକି ଟ୍ରେନର ଯାତ୍ରୀ ଓ ଟ୍ରେନ ଉପରେ ଥିବା ସ୍ଥାନୀୟ ଲୋକମାନଙ୍କୁ ଭସେଇ ନେଇଥିଲା । ଟ୍ରେନର ସମୁଦାୟ ୮ଟି ବଗିରେ ପାଣି ଭର୍ତ୍ତି ହୋଇଯାଇଥିଲା ଓ ସେଥିରେ ଥିବା ଲୋକମାନେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣାରେ ପ୍ରାୟ ୧୭ଶହ ଲୋକ ମୃତ୍ୟୁବରଣ କରିଥିଲେ ।

ଭାରତରେ ବଡ ଟ୍ରେନ ଦୁର୍ଘଟଣା କେଉଁଠି କେମିତି ଜାଣନ୍ତୁ…

 ବାଲେଶ୍ୱର ବାହାନଗାରେ ଗତକାଲି ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ସମଗ୍ର ଦେଶବାସୀଙ୍କୁ ଗଭୀର ଝଟକା ଦେଇଛି। ଗୋଟିଏ ମାଲବାହୀ ଟ୍ରେନ୍ ଓ ୨ଟି ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ୨୮୦ରୁ ଅଧିକ ଯାତ୍ରୀ ମୃତାହତ ହୋଇଥିବା ବେଳେ ପ୍ରାୟ ୯ଶହରୁ ଅଧିକ ଯାତ୍ରୀ ଗୁରୁତର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ଏପରି ଭୟଙ୍କର ଦୁର୍ଘଟଣା କିପରି ଓ କାହିଁକି ହେଲା, କାହା ତ୍ରୁଟି ଯୋଗୁ ଅକାଳରେ ଏତେ ଜୀବନ ଚାଲିଗଲା ତାହା ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହାବାଦ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ନେପାଳ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଦେଶ ଏପରି ବହୁ ଛାତି ଥରା ରେଳ ଦୁର୍ଘଟଣାର ସାକ୍ଷୀ ପାଲଟିଛି। ଯେଉଁଥିପାଇଁ ଅକାଳରେ ବହୁ ଜୀବନ ଚାଲି ଯାଇଥିବା ବେଳେ ବହୁ ଲୋକ ଜୀବନସାରା ପାଇଁ ପାଲଟି ଯାଇଛନ୍ତି ପଙ୍ଗୁ।

ଭାରତରେ ବଡ ଟ୍ରେନ ଦୁର୍ଘଟଣା….

୧୯୮୧ ଜୁନ୍ ୬ରେ ବିହାର ସହର୍ସା ଜିଲ୍ଲାରେ ୯୦୦ରୁ ଅଧିକ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ଟ୍ରେନ ବ୍ରିଜ ଉପରରେ ଲାଇନଚ୍ୟୁତ ହୋଇ ବାଗମତୀ ନଦୀକୁ ଖସି ପଡିବାରୁ ୨୩୫ଜଣଙ୍କ ଜୀବନ ଯାଇଥିଲା ।

୧୯୯୫ ଅଗଷ୍ଟ ୨୦ ପୁରୀରୁ ଦିଲ୍ଲୀ ଯାଉଥିବା ପୁରୁସୋତ୍ତମ ଏକ୍ସପ୍ରେସ ଉତ୍ତରପ୍ରଦେଶରେ ଫିରୋଜବାଦ ନିକଟରେ ଅଟକୀ ଥିବା କାଳନ୍ଦୀ ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେବାରୁ ୩୫୮ଜଣଙ୍କ ମୃତ୍ୟୁ ଘଟିଥିଲା ।

୧୯୯୮ ନଭେମ୍ବର ୨୬ରେ କୋଲକତା ଯାଉଥିବା ଜାମ୍ମୁ ତାୱି ସିଆଲଦା ଯାଉଥିବା ଏକ୍ସପ୍ରେସ ଅମୃତସରର ଖାନ୍ନା ନିକଟରେ ଲାଇନଚ୍ୟୁତ ଫିଣ୍ଟିୟର ଗୋଲଡେନ ଟେମ୍ପୁଲ ମେଲରେ ୬ଟି ବଗିକୁ ଧକ୍କା ଦେବାରୁ ୧୨ ୮ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିଲା ।

୧୯୯୯ ଅଗଷ୍ଟ ୨ରେ ୨୫୦୦ଜଣ ଯାତ୍ରୀକୁ ଧରି ଯାଉଥିବା ଗୋଟିଏ ଟ୍ରାକରେ ଯାଉଥିବା ଦୁଇଟି ଟ୍ରେନ ଆସାମର ଗାଇସାଲ ନିକଟରେ ପରସ୍ପର ଧକ୍କା ଲାଗି ବିସ୍ପୋରଣ ହୋଇଥିବାରୁ ୨୯୦ ଯାତ୍ରୀଙ୍କ ପ୍ରାଣ ଯାଇଥିଲା ।

୨୦୦୨ରେ ସେଷ୍ଟେମ୍ବର ୯ରେ ହାୱଡା- ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଗୟା ଏବହ ହେଡରୀ ଅନ ସୋନ ଷ୍ଟେସନ ମଝିରେ ୧୪ଟି ବଗି ଲାଇନଚ୍ୟୁତ ହୋଇ ଧୱା ନଦୀକୁ ଖସିପଡିୀବାରୁ ୧୪୦ଜଣଙ୍କ ମୃତ୍ୟୁ ହୋଇଥିଲା ।

୨୦୦୫ ଅଷ୍ଟୋବର ୨୯ରେ ଆନ୍ଧ୍ରପ୍ରଦେଶରେ ଭାଲିଗୋଣ୍ଡା ଷ୍ଟେସନ ନିକଟରେ ବନ୍ୟାରେ ଭାସିଯାଉଥିବା ଏକ ବ୍ରିଜ ଯୋଗୁ ଡେଲଟା ଫାଷ୍ଟ ପାସେଞ୍ଚର ଟ୍ରେନ ଲାଇନଚ୍ୟୁତ ହୋଇ ୧୧୪ଜଣଙ୍କର ମୃତ୍ୟୁ ହୋଇଥିଲା ।୨୦୧୦ ମେ ୨୮ରେ ମୁମ୍ବାଇ ଯାଉଥିବା ହାୱଡା –କୁର୍ଲା ଲୋକମାନ୍ୟ ତିଲକ ଜ୍ଞାନେଶ୍ୱର ଏକ୍ସପ୍ରେସ ପଶ୍ଚିମ ମେଦିନାପୁର ଖେମସୁଳି ଓ ସାର୍ଦ୍ଧିଆ ଷ୍ଟେସନ ମଝିରେ ଲାଇନଚ୍ୟୁତ ହେବାପରେ ଏକ ମାଲବାହୀ ଟ୍ରେନ ଧକ୍କା ଦେବାରୁ ୧୭୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

୨୦୧୦ ପଶ୍ଚିମବଙ୍ଗରେ ସାଇନ୍ଥିଆ ନିକଟରେ ଉତ୍ତରବଙ୍ଗ ଏକ୍ସପ୍ରେସ ଓ ବନାଞ୍ଚଳ ଏକ୍ସପ୍ରେସ ମଧ୍ୟରେ ଧକ୍କାଦେବାରୁ ପ୍ରାୟେ ୬୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

୨୦୧୨ ମେ ୨୨ରେ ଆନ୍ଧ୍ରପ୍ରଦେଶର ପେନାକୋଣ୍ଡା ଠାରେ ବାଙ୍ଗାଲୋର ଯାଉଥିବା ହାମ୍ପି ଏକ୍ସପ୍ରେସର ୪ଟି ବଗି ଲାଇନଚ୍ୟୁତ ହେବାରୁ ଗୋଟିଏ ବଗିରେ ନିଆଁ ଲାଗିଯାଇଥିଲା ଯାହାଫଳରେ ୨୪ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ।

୨୦୧୬ ନଭେମ୍ବର ୨୦ରେ ଇନ୍ଦୋର -ପାଟଣା ଏକ୍ସପ୍ରେସ କାନପୁରର ପୁଖରାୟନ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେବା କାରଣରୁ ୧୫୦ଜଣଙ୍କର ପ୍ରାଣହାନୀ ହୋଇଥିଲା ।

୨୦୧୭ ଅଗଷ୍ଟ ୧୯ରେ ହରିଦ୍ୱାର-ପୁରୀ ମଧ୍ୟରେ ଚାଲୁଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଉତ୍ତରପ୍ରଦେଶର ମୁଜଫରନଗରରେ ଦୁର୍ଘଟଣାର ସମ୍ମୁଖନ ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରେନ୍‌ର ୧୪ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ ୨୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

୨୦୨୨ ଜାନୁୟାରୀ ୧୩ ତାରିଖରେ ବିକାନିର-ଗୌହାଟି ଏକ୍ସପ୍ରେସତ ପଶ୍ଚିମବଙ୍ଗରେ ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ ୯ ଜୀବନ ଚାଲି ଯାଇଥିଲା ଓ ୩୬ ଜଣ ଗୁରୁତର ହୋଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମୋବାଇଲ ରିଚାର୍ଜ ୧୦% ମହଙ୍ଗା ହେବ , ବିଶେଷଜ୍ଞ ଙ୍କ ଆକଳନ…

Sunil Chandra Nayak

ତିରୁପତି ମନ୍ଦିର ୮ ମାସ ବନ୍ଦ ରହିବ…

Sunil Chandra Nayak

ନୂଆ ସଂସଦ ଭବନ ଉଦଘାଟନୀରେ ୭୫ ଟଙ୍କିଆ କଏନ୍ ଜାରି କରିବେ ପ୍ରଧାନମନ୍ତ୍ରୀ, ୪ ଧାତୁରେ ନିର୍ମିତ ଏହି ମୁଦ୍ରା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort