ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

ଡାବୁଗାଁ, ୩/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଗରୁଡଗୁଡା ଗ୍ରାମରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଗରୁଡଗୁଡା ଗ୍ରାମର ବ୍ରଜ ହରିଜନଙ୍କ ପୁଅ ଚିନୁ ହରିଜନ (୧୯) ଶୁକ୍ରବାର ରାତିରେ ମଦ୍ୟପାନ କରି ପରିବାର ଲୋକଙ୍କ ସହ ପାଟିତୁଣ୍ଡ କରିଥିଲା | ରାତ୍ର ପ୍ରାୟ ୧୦ ଘ. ସମୟରେ ଚିନୁ ଆତ୍ମହତ୍ୟା କରିବି ବୋଲି କହି ନିଜ ଘର ଆଗରେ ଥିବା ଏକ ତେନ୍ତୁଳି ଗଛରେ ଚଢି ଯାଇ ବେକରେ ଗାମୁଛା ବାନ୍ଧି ଏକ ଡାଳରେ ଓହଳି ପଡିଥିଲା | ପରିବାର ଲୋକେ ଡାବୁଗାଁ ଥାନା ପୋଲିସ ଓ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ଖବର ପାଇ ଥାନା ଏଏସଆଇ ଶିଶିରକାନ୍ତ ଘୋଷ ଓ ବିଜୟ କୁମାର ସାହୁ ଓ ଅଗ୍ନିସମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛରୁ ଚିନୁ କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ପରୀକ୍ଷା କରି ଯୁବକଙ୍କୁ ମୃତ ଘୋଷଣା କରିଥିଲେ | ଶନିବାର ମୃତକର ବାପା ବ୍ରଜ ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗୋଡ଼ଭଞ୍ଜା ବିଦେଶୀ ମଦ କୋଠି ରେ ଧର୍ମଗଡ ପୋଲିସ ର ଚଢ଼ାଓ, ଜଣେ କୋର୍ଟ ଚାଲାଣ

masiha

ଗରଗାଫ ସ୍ଥିତ ଏକ ମୋବାଇଲ ଦୋକାନ ରେ କଳାକନା ବୁଲାଇଲେ ଚୋର, ଥାନାରେ ଏତଲା 

masiha

ଟ୍ରକ ଧକ୍କା ରେ ଗୁରୁତର ଯୁବକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୧ ଲକ୍ଷ କ୍ଷତିପୂରଣ ଦେବାପରେ ଶବ ଗାଁ କୁ ନେଲେ ପରିବାର

Sunil Chandra Nayak

Leave a Comment

error: Content is protected !!