ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଜପୁର ଡକାୟତ ଘଟଣା ର ପର୍ଦl ଫାସ୍ କଲା କଲାହାଣ୍ଡି ପୋଲିସ , ୫ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

ରାଜପୁର ଡକାୟତ ଘଟଣା ର ପର୍ଦl ଫାସ୍ କଲା କଲାହାଣ୍ଡି ପୋଲିସ , ୫ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

ଜୁନାଗଡ଼,୭/୮(ମନିସ)ଜୁନାଗଡ ଥାନା ଅନ୍ତର୍ଗତ ରାଜପୁର ଗ୍ରାମ ର ବୈଷlନର ନାଏକ ଙ୍କ ଘରୁ ଡକାୟତ ମାନେ ପଶି ନଗଦ ଟଙ୍କା ଓ ଗହଣା ଲୁଟ୍ କରି ଫେରାର ଥିବା ଡକାୟତ ଗ୍ୟାଙ୍ଗକୁ କଳାହାଣ୍ଡି ପୋଲିସ ଗିରଫ୍ କରି ପାର୍ଦl ଫାସ୍ କରିଛି। ଜୁନାଗଡ ଥାନା ପରିସର ମଧ୍ୟ ରେ ଆଜି କଳାହାଣ୍ଡି ପୋଲିସ ପକ୍ଷ୍ୟରୁଏକ ପ୍ରେସ ମିଟ୍ କରି ରାଜପୁର ଡକାୟତ ଦଳ ର ୫ ଜଣ ଅଭିଯୁକ୍ତ, ଜବତ ଟଙ୍କା ଓ ସୁନାଗହଣା ସାମ୍ନା କୁ ଆଣି ଏହି ଡକାୟତି ଘଟଣାର ପର୍ଦାଫାସ କରିବା ସହ ପ୍ରେସ ବିବୃତି ରଖିଥିଲେ l ଏଥିରେ ଧର୍ମଗଡ଼ ଉପଖଣ୍ଡ ପୋଲିସ୍ ଅଧିକାରୀ ମନୋଜ କୁମାର ବେହେରା, ଜୁନାଗଡ ଆଇ ଆଇ ସି ଉଲ୍ଲାସ ରାଉତ ଧର୍ମଗଡ଼ ଆଇ ଆଇ ସି ଓ ଜୟ ପାଟଣା ଆଇ ଆଇ ସି ଶେଷ ଦେବ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। l ଗତ ୧ ତାରିଖ ରାତ୍ର୧ ଘଣ୍ଟl ସମୟ ରେ ରାଜପୁର ଗ୍ରାମ ର ବୈଶ୍ୟlନର ନାଏକ ଙ୍କ ଘରେ ପ୍ରାୟ ୧୦ ରୁ ଉର୍ଦ୍ଧ ସଶସ୍ତ୍ର ଡକାୟତ ଜବରଦସ୍ତିi ପଶି ଘର ଲୋକଙ୍କୁ ଭୟଭୀତ କରି ନଗଦ ୪ ଲକ୍ଷ୍ୟ ଟଙ୍କା ଓ ୧୩ ଭରି ସୁନାଗହଣା ଲୁଟି ନେଇ ଫେରାର୍ ହୋଇଯାଥିଲେ l ଏହି ସଂକ୍ରାନ୍ତ ରେ ଜୁନାଗଡ ଥାନା କେଶ୍ ନ ୨୯୭/୨୪ ଅନୁଯାଇ ଏକ କେଶ୍ ରୁଜୁ କରିବା ସହ କଳାହାଣ୍ଡି ଏସ୍ ପି ଅଭିଳାଷ ଜି ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଓ ଛାନଭିନl ଜୋରଦାର କରିଥିଲେ।ଏହି ଟିମ ବିଭିନ୍ନ ଅଞ୍ଚଳରେ ଛାନଭିନ୍ କରିବା ସହ ଏହି ଡକାୟତି ରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତ ଙ୍କୁ କମ୍ ଦିନ ମଧ୍ୟରେ ଗିରଫ କରିବାରେ ସଫଳ ହୋଇଥିଲେ l ଗିରଫ ହୋଇଥିବା ଅଭିଯୁକ୍ତ ଠାରୁ ନଗଦ ୧ ଲକ୍ଷ୍ୟ ୭୦ ହଜାରଟଙ୍କା ସହ ଏକ ସୁନାର ନେକ୍ଲେସ୍ ସହ ଏକ ମଙ୍ଗଳ ସୂତ୍ର ଜବତ କରିଥିଲେ l ଏହି ଡକାୟତ ଦଳ କିଛି ସ୍ତାନୀୟ ଅଞ୍ଚଳ ର ଲୋକ ହୋଇଥିବା ବେଳେ ଆଉ କେତକ ନବରଙ୍ଗପୁର, ରାଇଗଡ଼l ,କୋରାପୁଟ ଅଞ୍ଚଳ ର ହୋଇଥିବା ପ୍ରକାଶ କରିଛନ୍ତି l ଏହି ଡକାୟତ ଦଳ ରେ ଏମାଙ୍କ ସହ ଆହୁରି ୬ ରୁ ୭ ଜଣ ସମ୍ପୃକ୍ତି ଥିବା ରୁ ସେମାନଙ୍କୁ ଗିରଫ ପାଇଁ ତଦନ୍ତ ଓ ଛାନଭିନ୍ ଜାରି ରହିଥିବା ପ୍ରକାଶ କରିଛନ୍ତି l ଏହି ତଦନ୍ତ ପ୍ରକିୟା ରେ ବାଧା ଉପୁଜିବl ସମ୍ଭାବନା ଥିବାରୁ ଅଭିଯୁକ୍ତ ଙ୍କ ନାମ ଓ ଠିକଣା ଗୋପନ ରଖିଥିବା ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି lଏଥିସହ ଅତିଶୀଘ୍ର ଡକାୟତ ଗ୍ୟାଙ୍ଗ ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି l ହେଲେ ରାଜପୁର ଡକାୟତ ପୂର୍ବରୁ ଚିଚେଇଁ ଗୁଡା ମନ୍ଦିର ନିକଟ ରେ ଜଣେ ଓକିଲ ଙ୍କ ଠାରୁ ଲୁଟ କରିଥିବା ଡକାୟତ ମାନେ ଧରା ପଡି ନଥିବା ବେଳେ ଗିରଫ ହୋଇଥିବା ଡକାୟତ ଦଳ ଏବ୍ଂ ଫେରାର୍ ଥିବା ଡକାୟତ ମାନେ ଜୟପାଟଣା ଅଞ୍ଚଳ ରେ ହେଇଥିବା ଡକାୟତ ରେ ସମ୍ପୃକ୍ତି ଥିବା ସହ ଏକାଧିକ ଲୁଟ ଓ ଡକାୟତ ଘାଟନl ରେ ସମ୍ପୃକ୍ତି ଥିବା ପୋଲିସ ପ୍ରକାଶ କରିଛି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୋଟର ସାଇକେଲ ସମେତ ୭ କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ

ତିରିଂ ଥାନା ! ବରଯାତ୍ରୀ ମଧ୍ୟରେ ଗଣ୍ଡଗୋଳ ନେଇ ବରର ସଂପର୍କୀୟ ମାମୁଁର ମୃତ୍ୟୁ 

Sunil Chandra Nayak

ସ୍କୁଟି ଡିକିଭାଙ୍ଗି ପଚାଶ ହଜାର ଟଙ୍କା ଲୁଟିନେଲେ ଦୃବୃତ୍ତ

Sunil Chandra Nayak

Leave a Comment

error: Content is protected !!