ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳୁକ ଆଇନ ସେବା ସମିତି ତରଫରୁ ଡ୍ରପ ଆଉଟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ତାଳୁକ ଆଇନ ସେବା ସମିତି ତରଫରୁ ଡ୍ରପ୍ ଆଉଟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାଗଡ଼,୭/୮(ମନିସ)ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅଧାରୁ ପାଠ ପଢ଼ା ଛାଡିଦେଉଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଚେତନତା ସୃଷ୍ଟି କରିବା ଓ ପୁନଃ ପାଠ ପଢିବା ପାଇଁ ତାଳୁକ ଆଇନ ସେବା ସମିତି, ଜୁନାଗଡ଼ ତରଫରୁ ଏକ ସଚେତନତା କାର୍ଯ୍ୟକମ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ତାଳୁକ ଆଇନ ସେବା ସମିତି ଜୁନାଗଡ଼ ର ଅଧ୍ୟକ୍ଷ ତଥା ବିଚାରପତି ଜେ ଏମ ଏଫ ସି,ସିଭିଲ ଜଜ ଜୁନିଅର ଡିଭିଜନ ଦିପେନ୍ଦ୍ର ସିଂହ ରାଠୋର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ଶ୍ରୀ ନେପାଳ ଚନ୍ଦ୍ର ବାଗ (ପ୍ରଧାନ ଶିକ୍ଷକ, ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ, ତପନ କୁମାର ମାଝୀ (ବି. ଇ. ଓ ), ଅଶୋକ କୁମାର ପାତ୍ର (ବରିଷ୍ଠ ଓକିଲ ), ଅଶୋକ କୁମାର ପଣ୍ଡା (ପେନାଲ ଲୟର ), ମିଳାପ ଚାନ୍ଦ ଜୈନ (ପେନାଲ ଲୟର ), କୁଳମଣି ମାଝୀ (ଏ. ବି. ଇ. ଓ )ମଂଚାସୀନ ହୋଇ ଉପସ୍ଥିତ ଥିବା ଡ୍ରପ ଆଉଟ ଛାତ୍ର ଛାତ୍ରୀ ମାନଙ୍କୁ ପୁନଃ ପାଠ ପଢିବା ପାଇଁ ପ୍ରବର୍ତ୍ତାଇ ଥିଲେ l ମୁଖ୍ୟ ଅତିଥି ମାନ୍ୟବର ବିଚାରପତି ଶ୍ରୀ ରାଥୋଡ଼ ସମସ୍ତ ଙ୍କ ସହଯୋଗ ହେଲେ ହିଁ ଡ୍ରପ ଆଉଟ ଛାତ୍ର ଛାତ୍ରୀ ମାନଙ୍କ ସମସ୍ୟା ର ସ୍ଥାୟୀ ସମାଧାନ ହେବ ବୋଲି ପ୍ରକାଶ କରିଥିଲେ। ପାଠ ପଢ଼ା ର ଉପକାରିତା ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇ ଥିଲେ l ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ମଳୟ ମୁଣ୍ଡ ଓ ଏନ. ସି. ସି ଅଫିସର ସଂଜୀବ ପଣ୍ଡା କରିଥିବା ବେଳେ ଧନ୍ୟବାଦ ଅର୍ପଣ ଏବିଇଓ କୁଳମଣି ମାଝୀ କରିଥିଲେ l ଜୁନାଗଡ଼ ଜେ. ଏମ. ଏଫ. ସି କୋର୍ଟ ର ଅଫିସ ସହାୟକ ଜଗା ମହଲା କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା , ୪୦ ଦିନରେ ୬୦୦ କିମି ପାଇଁ ଚାଲିଛି ଯାତ୍ରା

Sunil Chandra Nayak

କୌଶିକ ବାବା +୩ ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ

Sunil Chandra Nayak

ରାଧାନଗର ଛକ ନିକଟରେ ବାଇକ୍ ଦୁର୍ଘଟଣା, ଦୁଇ ଜଣ ମୃତ୍ୟ

masiha

Leave a Comment

error: Content is protected !!