ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ୟା ଘେରରେ ବୁଢ଼ୀଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ସମସ୍ୟା ଘେରରେ ବୁଢ଼ୀଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଜୁନାଗଡ଼,୧୨/୧୦(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢ଼ୀଦର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ଅନେକ ସମସ୍ୟା ଦେଇ ଗତି କରୁଛି।ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୧୧୮ ଜଣ ବାଳକ ଓ ୭୬ ଜଣ ବାଳିକା, ସମୁଦାୟ ୧୯୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରି ଥାନ୍ତି।ଏହି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷ୍ୟାଦାନ ପାଇଁ ସାତଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ତନମଧ୍ୟରୁ ଜଣେ ସିଆସିସି ଓ ଜଣକୁ ଡେପୁଟେସନରେ ଅନ୍ୟତ୍ର ପଠା ଯାଇଛି। ଯଦ୍ୱାରା ଶିକ୍ଷାଦାନ ସଠିକ ହୋଇପାରୁନାହିଁ।ଆବଶ୍ୟକୀୟ ଶ୍ରେଣୀଗୃହ ନ ଥିବାରୁ ଛାତ୍ରଛାତ୍ରୀ ବାରଣ୍ଡାରେ ପଢ଼ୁଛନ୍ତି।ଯେଉଁ ବିଦ୍ୟାଳୟ କୋଠା ରହିଛି ,ସେଥିରେ ଛାତ୍ରଛାତ୍ରୀ ମାନେ ବିପଦପୂର୍ଣ୍ଣ ଭାବେ ଭୟରେ ବସି ପାଠ ପଢ଼ୁଛନ୍ତି।ମଧ୍ୟାହ୍ନ ଭୋଜନରେ ମଧ୍ୟ ପରିଚାଳନା ତ୍ରୁଟି ରହୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।ଆଦିବାସୀ ବହୁଳ ଏହି ଅନଗ୍ରସର ଅଞ୍ଚଳର ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ସଠିକ ଭାବେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଟ୍ରକ ଓ କାର ମୁହାଁ ମୁହିଁ,୧ମୃତ ୧ ଗୁରୁତର

masiha

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ, ଜିଲାରେ ପ୍ରଭାବ ପକାଇଛି ବିକାଶ ମେଳା, ପାଖାପାଖି କୋଟିଏ ଏସଏଚଜି ବ୍ୟବସାୟ

masiha

କୋକସରା ବ୍ଲକ ଆତ୍ମା ପକ୍ଷରୁ କୃଷକ ଗୋଷ୍ଠିଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!