ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥ ଯାତ୍ରା ପାଇଁ ସମନ୍ୱୟ ବୈଠକ

ଜୁନାଗଡ୧୯/୬ ( ମ ନି ସ)- ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷ ଙ୍କ ସଭାଗୃହ ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ସୁଚାରୁ ରୂପେ ପାଳନ କରିବା ପାଇଁ ଏକ ସମ୍ୱନ୍ନୟ ସଭା ଅନୁଷ୍ଠିତ ହୋଇଯାଇଛି l ଜୁନାଗଡ ନଗରପାଳ ମୁକେଶ ଅଗ୍ରୱାଲ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ଜୁନାଗଡ଼ ର ଚାରୋଟି ରଥ ଟଣା ସୁଚାରୁ ରୂପେ କରିବା ପାଇଁ ୩ ଘଣ୍ଟା ସମୟରୁ ହେଭି ଗାଡି କୁ ସହର ବାହାରେ ରଖିବା, ରଥ ରାସ୍ତା ରେ ଛୋଟ ଗାଡି ଓ ମୋଟର ସାଇକିଲ ସମ୍ପୂର୍ଣ ବନ୍ଦ, ରଥ ରାସ୍ତା ରେ ଏନ ଏ ସି ତରଫରୁ ସଫେଈ, ବିଦ୍ୟୁତ ବିଭାଗ ତରଫରୁ ସମସ୍ତ ବିଦ୍ୟୁତ ତାର ଉପରକୁ ଉଠାଇବା, ଅଗ୍ନିଶମ ବିଭାଗ ଦ୍ୱାରା ଦୁଇଟି ଗାଡି ରେଡି ରଖି ବାକୁ ନିଷ୍ପତି ନିଆଗଲା l ଏହି ସଭା ରେ ପୋଲିସ,ଅଗ୍ନିଶମ, ବିଦ୍ୟୁତ, ସମସ୍ତ ଚାରୋଟି ମନ୍ଦିର ର ସଦସ୍ୟ ଉପସ୍ଥିତ ଥିଲେ l ଏହି ସଭା ରେ ଉପ ନଗରପାଳ ହିମାଦ୍ରୀ ନାଏକ, କାନହୁଁ ବୈଠରୁ, ହିମାଦ୍ରୀ ସିନ୍ଦୁର, ପୁଷ୍ପାଞ୍ଜଳି ଦଣ୍ଡସେନା, ମଞ୍ଜୁଳା ସେଠି, ଚକ୍ର ବାଗ ପ୍ରମୁଖ ପାରିଷଦ ବୃନ୍ଦ ଉପସ୍ଥିତ ଥିଲେ l ଏହି ସଭାରେ ହିମାଂଶୁ ଶେଖର ବରlଡ଼ ସଭାପତି ସାମ୍ବାଦିକ ସଂଘ, ବାଲାଜୀ ଯାଦବ,ଜଗଜୀବନ ମାଝୀ, ଅନିଲ ପଣ୍ଡା, କାଁହୁ ସାହୁ, ଯଦୁ ଶତପଥି, ରବୀନ୍ଦ୍ର ଦୁରିଆ, ରୋହିତ ବେସରା ପ୍ରମୁଖ ଉପସ୍ଥିତ ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମହାନ୍ ଦାର୍ଶନିକ କାର୍ଲ ମାର୍କସ ଙ୍କ ୨୦୮ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ

masiha

ଜୁନାଗଡ଼ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

masiha

ଡାବୁଗାଁ ରେ ମା ଦୂର୍ଗା ଙ୍କ ସପ୍ତମୀ ପୂଜା 

masiha

Leave a Comment

error: Content is protected !!