ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଛଡା ବନ୍ଯା ଆଶ୍ରୟସ୍ଥଳ ଠାରେ ବିପର୍ଯ୍ୟୟ ପ୍ରଶମନ ନେଇ ପ୍ରସ୍ତୁତି ମକଡ୍ରିଲ କରି ଦେଖାଇଲେ ଅଗ୍ନିଶମ ବାହିନୀ

ଭବାନୀପାଟଣା:୧୯/୦୬ – (ମନିସ):- ସାମ୍ଭବ୍ଯ ବାତ୍ଯା, ବନ୍ୟା, ଅଗ୍ନି ବିପନ୍ନ ଭଳି ଜାତୀୟ ବିପର୍ଯ୍ଯୟକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ସୋମବାର ଦିନ କଲମପୁର ବ୍ଳକ ଅଧିନସ୍ଥ ବାଲିଛଡା ଗ୍ରାମର ବନ୍ୟା ଆଶ୍ରୟସ୍ଥଳରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ଯ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ତରଫରୁ କଲମପୁର ବ୍ଳକ ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବିଜୟ କୁମାର ମାଡାଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ତହସିଲଦାର ତନ୍ମୟ କୁମାର ଦରଓ୍ଵାନ ଯୋଗଦେଇ ଶୂନ୍ୟ ମୃତ୍ୟୁ ହାର ଉପରେ ଗୁରୁତ୍ୱ ଦେଇଥିଲେ। ତହସିଲଦାର ରୁଦ୍ର ମୋହନ ନାୟକ,ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଅତିରିକ୍ତ ଗୋଷ୍ଠୀ  ଅଧିକାରୀ ସୁଶାନ୍ତ କୁମାର ଖମାରୀ, ଜିଲ୍ଲା ପରିଷଦ ସଭ୍ଯା ଦୁହିତା ମାଝୀ, ନିବେଦିତା ହଂସ, ଦେପୁର ସରପଞ୍ଚ ଟିଙ୍କଲ ପାତ୍ର, ଡାକ୍ତର ରେଣୁକା ହେମ୍ବ୍ରମ, ମାନସ କୁମାର ପଣ୍ଡା, ଅଗ୍ନିଶମ ବିଭାଗ ଅଧିକାରୀ ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସମସ୍ତଙ୍କ ସହଯୋଗ ହେଲେ ସମସ୍ତ ବିପର୍ଯ୍ୟୟରୁ ଜନ ଜୀବନକୁ ରକ୍ଷା କରାଯାଇ ପାରିବ ବୋଲି ମତବ୍ଯକ୍ତ କରିଥିଲେ। ଯେତେବେଳେ କଳାହାଣ୍ଡିରେ ବର୍ଷା ତାଣ୍ତବ ରଚେ ସେତେବେଳେ ଚର୍ଚ୍ଚାର ପରିଧିକୁ ଆସେ କଲମପୁର ବ୍ଳକ ଅଧିନସ୍ଥ ହାତୀ ନଦୀ କୂଳରେ ଥିବା ବାଲିଛଡା, ମାଟିଖାଲ, ବିରିପୁର, କର୍ମେଲ, ଜାମପଡା,ବଙ୍କାପଲା, ଖଣ୍ତିଡଙ୍ଗରୀଗୁଡା, ଖଙ୍ଗରଗୁଡା, ପରୁଆଗୁଡା ଏବଂ ଟେମରା ଗାଁ। ହାତୀ ନଦୀରେ ବନ୍ୟା ଯୋଗୁଁ ଏହି ସମସ୍ତ ଗାଁ ପ୍ରଭାବିତ ହୋଇଥାଏ। କିନ୍ତୁ ବନ୍ୟା ଆସିବା ପୂର୍ବରୁ ଏହି ସବୁ ଗାଁ ଲୋକଙ୍କୁ କିଭଳି ସୁରକ୍ଷା ଦିଆଯାଇ ପାରିବ ? ବିଶେଷ କରି ଶିଶୁ,ବୃଦ୍ଧ,ବୃଦ୍ଧା ଭିନ୍ନକ୍ଷମ ଏବଂ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ସେନେଇ ଉପସ୍ଥିତ ଅଧିକାରୀ ମାନେ ବୁଝାଇଥିଲେ। ଏହାସହ ବନ୍ଯା ପରବର୍ତ୍ତୀ ସମସ୍ୟାର ସମାଧାନ କିପରି କରାଯିବ ସେନେଇ ଆଲୋଚନା କରାଯାଇଥିଲା। ଏହି ବନ୍ୟା ଓ ବାତ୍ଯା ମୁକାବିଲା ପାଇଁ ପୋଲିସ ଓ ଗ୍ରାମ୍ଯ ଜଳ ଓ ପରିମଳ ବିଭାଗ,ଜଳ ସେଚନ ବିଭାଗ ପ୍ରାଣୀ ସମ୍ପଦ ବିଭାଗ, ଶିଶୁ ବିକାଶ ବିଭାଗର ଦାୟିତ୍ୱ ଥିଲେ ମଧ୍ୟ ଏହି ସମସ୍ତ ବିଭାଗର କେହି ଅଧିକାରୀ ଆଜିର ପ୍ରସ୍ତୁତି ବୈଠକରେ ଉପସ୍ଥିତ ନଥିଲେ। ଏ ଅବସରରେ ବାଲିଛଡା ଗ୍ରାମର ସ୍ବେଚ୍ଛାସେବୀ ଯୁବକ ଯୁବତୀଙ୍କୁ ଅଗ୍ନିଶମ ବିଭାଗ ତରଫରୁ କିଭଳି ଅଗ୍ନି ବିପନ୍ନ ଏବଂ ବନ୍ୟା ପ୍ରଭାବିତ ଅଥବା ନଦୀରେ ଭାସିଯାଉଥିବା ଲୋକଙ୍କୁ ଉଦ୍ଧାର କରାଯାଇ ପାରିବ ସେନେଇ ମକଡ୍ରିଲ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ଯକ୍ରମକୁ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ କରୁଣା କର ବାଗ ପରିଚାଳନା କରିଥିବା ବେଳେ ଦେପୁର ପଞ୍ଚାୟତର କାର୍ଯ୍ଯ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ମେହେର ପ୍ରମୁଖଙ୍କ ସମେତ ବାଲିଛଡା ବହୁ ମୁଖୀ ବନ୍ୟା ଆଶ୍ରୟ ସ୍ଥଳ ପରିଚାଳନା ସମିତିର ସଭ୍ଯ ସଭ୍ଯା ମାନେ ସହଯୋଗ କରିଥିଲେ।

କଲମପୁର ରୁ ରବୀନ୍ଦ୍ର କୁମାର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୫ ଅନ୍ତର୍ଗତ ନବରଂଗପୁର ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ 

masiha

ଆସନ୍ତା ୨ତାରିଖ ରୁ ବହୁଚରା ମାତାଙ୍କ ଷୋହଳ ପୂଜା

masiha

କଳାକାର ମାନଙ୍କୁ ଦାଦନ ମୁକ୍ତ କରିବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ : ମହାସଂଘ 

Sunil Chandra Nayak

Leave a Comment

error: Content is protected !!